Voice of Eastern India

Odisha Corruption : କିଏ ୧୦ହଜାର କିଏ ୧୫ହଜାରରେ ଆରମ୍ଭ କରିଥିଲେ ଚାକିରି, ଏବେ କଳା ସମ୍ପତ୍ତିରେ କୋଟିପତି


ଭୁବନେଶ୍ୱର :  କଳା ସଂପତ୍ତିର ପାହାଡ଼ରେ ଛିଡା ହୋଇଛନ୍ତି ଲାଞ୍ଚୁଆ ବାବୁ । କଳାଧନ ଠୁଳ କରି ହୋଇଛନ୍ତି କୋଟି କୋଟି ଟଙ୍କା ସ୍ଥାବର ଅସ୍ଥାବର ସଂପତ୍ତିର ଅଧିକାରୀ । ଏଭଳି ୨ ଜଣ ବାବୁ ଏବଂ ଜଣେ ମହିଳା ଇଂଜିନିୟର ପଡ଼ିଛନ୍ତି ଭିଜିଲାନ୍ସ ହାବୁଡ଼ରେ । ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ଚଢାଉ କରି ପାଇଛି ୪ଟି ବହୁତଳ କୋଠା, ଗୋଟିଏ ତିନି ମହଲା ବିଶିଷ୍ଟ ଫ୍ଲାଟ୍ ଓ ୨୪ଟି ପ୍ଲଟ୍ ସହ ସମ୍ପତ୍ତିର ଲମ୍ବା ତାଲିକା। ଏହି ବହୁତଳ ପ୍ରାସାଦ ମଧ୍ୟରେ ରହିଛି ଭୁବନେଶ୍ବର ନନ୍ଦନବିହାରରେ ପ୍ରାୟ ୨୯୦୦ ବର୍ଗଫୁଟ୍ ର ଗୋଟିଏ ଡୁପ୍ଲେକ୍ସ । ଭୁବନେଶ୍ବର ଜଟଣୀ ବରକୁଦା, ଇଣ୍ଡସ୍ କଲେଜ୍ ଅଫ୍ ଇଞ୍ଜିନିୟରିଂ ନିକଟରେ ପ୍ରାୟ ୨୪୬୦ ବର୍ଗଫୁଟ୍ ର ଗୋଟିଏ କୋଠା। ପୁରୀ ବାଲିଗୁଆଳିରେ ୪ ହଜାର ବର୍ଗଫୁଟ୍ ର ତିନି ମହଲା କୋଠା, ଖୋର୍ଦ୍ଧା ବାଲୁଗାଁ ସୁଭାଷ ମାର୍ଗରେ ପ୍ରାୟ ୪ ହଜାର ବର୍ଗଫୁଟ୍ ର ଦୁଇ ମହଲା କୋଠା। ସମ୍ବଲପୁର ଧନକଉଡ଼ା ସ୍ଥିତ ସନ୍ ସିଟି ଆପାର୍ଟମେଣ୍ଟରେ ପ୍ରାୟ ୨ ହଜାର ବର୍ଗଫୁଟ୍ର ୩-ବିଏଚଙ୍କ ଆବାସିକ ଫ୍ଲାଟ୍ ମଧ୍ୟ ମିଳିଛି । ଏହା ସହ ଭୁବନେଶ୍ବର ପ୍ରମୁଖ ଅଞ୍ଚଳରେ ୮ଟି, ଖୋର୍ଦ୍ଧାରେ ୩ଟି, ସମ୍ବଲପୁର ସହର ଓ ଆଖପାଖରେ ୮ଟି, ବୁର୍ଲାରେ ୩ଟି ଏବଂ ରେଙ୍ଗାଲିରେ ୨ଟି ପ୍ଲଟ୍ ଠାବ ହୋଇଛି । ଏହାସହ ବିଭିନ୍ନ ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ଆର୍ଥିକ ନିବେଶ ସମ୍ପର୍କରେ ମଧ୍ୟ ତଥ୍ୟ ଯାଞ୍ଚ ହେଉଛି। ଉମାକାନ୍ତ ସାମନ୍ତରାୟ ୨୦୦୯ ରେ ରାଉରକେଲାରେ ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ ଭାବେ ମାସକୁ ୧୫ ହଜାର ଟଙ୍କାରେ କାମ ଆରମ୍ଭ କରିଥିଲେ।

ଆଉ ଏ ହେଉଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବା AEE ଶିଶିର କୁମାର ଦାଶ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କ ସଂପତ୍ତି ମଧ୍ୟରେ ରହିଛି ଭୁବନେଶ୍ବର ବରମୁଣ୍ଡାରେ ୬ ହଜାର ୭୬୦ ବର୍ଗଫୁଟ ଜାଗାରେ ତିଆରି ହୋଇଥିବା ଏକ ୪ ମହଲା କୋଠା । ବ୍ରହ୍ମପୁରର ନୀଳାଚଳ ନଗରରେ ୨ ହଜାର ୫୦୦ ବର୍ଗଫୁଟ ଜାଗାରେ ତିଆରି ହୋଇଥିବା ଏକ ଦୁଇ ମହଲା କୋଠା । ଏହା ସହ ବ୍ରହ୍ମପୁରରେ ୩ଟି, ପୁରୀରେ ଗୋଟିଏ, ଖୋର୍ଦ୍ଧା ଓ ଗଞ୍ଜାମ ଗୋବରା ଗୋଟିଏ ଲେଖାଏଁ ମୂଲ୍ୟବାନ ପ୍ଲଟ୍ । ସେହିଭଳି ବ୍ୟାଙ୍କରେ ୮୨ ଲକ୍ଷର ଜମା ଟଙ୍କା, ଗୋଟିଏ କାର ସହ ଅନ୍ୟାନ୍ୟ ଆୟବହିର୍ଭୁତ ସଂପତ୍ତି ମିଳିଛି ।

 Also Read- ଚାନ୍ଦିପୁରରେ ୪୦ ଫୁଟ୍‌ର ବିଶାଳ ତିମିର ଗଳିତ ମୃତଦେହ, ମହିଶାଳୀ ପୋଲ ନିକଟରେ ଚାଞ୍ଚଲ୍ୟ

ଗତକାଲି ୩୫ ହଜାର ଲାଞ୍ଚ ନେଇ ଧରାପଡ଼ିଥିବା ଯାଜପୁର ବଡ଼ଚଣା ବ୍ଲକ ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶଙ୍କ ଘରେ ଚଢାଇ କରି ଭିଜିଲାନ୍ସ ପାଇଛି ନଗଦ ୫ଲକ୍ଷ ୧୫ ହଜାର ୨୦୦ ଟଙ୍କା । ଏହି ଟଙ୍କା ତାଙ୍କ କଟକ ଜଗତପୁର ସ୍ଥିତ ଜେନାମଣି ମଣ୍ଡପ ନିକଟସ୍ଥ ବାସଭବନରୁ ଜବତ କରାଯାଇଛି। ତାଙ୍କର ଜଣେ ସହଯୋଗୀ ସୋମନାଥ ସେଠୀଙ୍କୁ ମଧ୍ୟ ଧରିଥିଲା ଭିଜିଲାନ୍ସ । ଶ୍ୟାମସୁନ୍ଦରଙ୍କ ମାଧ୍ୟମରେ ଲାଞ୍ଚ ନେଉଥିଲେ ବନ୍ଦିତା। ସରକାରୀ ତଥ୍ୟ ଅନୁସାରେ ଗତ ୨ ବର୍ଷରେ ଭିଜିଲାନ୍ସ ଜାଲରେ ପଡି ୩୭୦ ଜଣ ସରକାରୀ ବାବୁ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୩୦୬ କୋଟି ୪୭ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଥିବା ଗତକାଲି ଗୃହରେ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ । ୨୮୫ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଦୋଷୀ ମଧ୍ୟ ସାବ୍ୟସ୍ତ କରାଯାଇଛି । ହେଲେ ବି ଚେତୁ ନାହାନ୍ତି ଲାଞ୍ଚୁଆ ଅଧିକାରୀ କି କର୍ମଚାରୀ

Source link



Source link

Leave A Reply

Your email address will not be published.