Voice of Eastern India

ବିବାଦରେ ଫସି ଚାଲିଛି ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ, ଏବେ ଯୁବତୀ ଓ ୧୦ ବର୍ଷର ପିଲା ଗାଏବ


ବୃନ୍ଦାବନ: ପ୍ରେମାନନ୍ଦ ମହାରାଜଙ୍କ ବୃନ୍ଦାବନ ସ୍ଥିତ ଆଶ୍ରମର ମୁସ୍କିଲ ଦିନକୁ ଦିନ ବଢିବାରେ ଲାଗିଛି। ଜଣେ ଶିଷ୍ୟଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ପରେ ଏବେ ଆଶ୍ରମ ଆସିଥିବା ଜଣେ ନାବାଳକ ଗାଏବ ହୋଇ ଯାଇଛନ୍ତି। ଗାଏବ ହୋଇଥିବା କିଶୋର ହେଉଛନ୍ତି ୧୭ ବର୍ଷୀୟ ଅନୁଜ ଚୌଧୁରୀ। ଏବେ ତାଙ୍କ ପରିଜନ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ରାଧା କେଲି କୁଞ୍ଜ ସାମ୍ନାରେ ଧାରଣାରେ ବସିଛନ୍ତି। ଏପରିକି ପୁଅର ସନ୍ଧାନ ପାଇଁ ଆଶ୍ରମର କର୍ମଚାରୀ ଓ ଶିଷ୍ୟ ସହଯୋଗ କରୁ ନଥିବା ପରିଜନ ଅଭିଯୋଗ କରିଛନ୍ତି।

ପ୍ରେମାନନ୍ଦ ମହାରାଜ ଏମିତି ଜଣେ ସନ୍ଥ ଯିଏ ବହୁତ ଶୀଘ୍ର ଚର୍ଚ୍ଚାର ପରିଧିକୁ ଆସିଥିଲେ। ୨୦୨୩ ଜାନୁଆରୀରେ ଯେବେ ବିରାଟ କୋହଲି ଓ ଅନୁଷ୍କା ଶର୍ମା ନିଜ ଝିଅ ସହ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ଯାଇଥିଲେ ତେବେ ଯାଇ ପ୍ରେମାନନ୍ଦ ମହାରାଜ ଚର୍ଚ୍ଚାକୁ ଆସିଥିଲେ। ନଚେତ୍ ଅନ୍ୟ ରାଜ୍ୟ କଥା ଛାଡ଼ନ୍ତୁ ବୃନ୍ଦାବନର ଅଧିକାଂଶ ଲୋକ ବି ଜାଣି ନ ଥିଲେ ପ୍ରେମାନନ୍ଦ ମହାରାଜ କିଏ ଏବଂ କେଉଁଠି ରୁହନ୍ତି।

Also Read: ବ୍ରିଟିଶ ନାଗରିକତା ନେଇ ମଧ୍ୟ ୟୁପି ମଦ୍ରାସାରେ ନେଉଥିଲେ ଦରମା ଓ ପେନସନ୍ ! ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ

ଆଉ ଜଣେ ଯୁବତୀ ଗାଏବ

ପ୍ରେମାନନ୍ଦ ମହାରାଜଙ୍କ ହାଇଟେକ୍ ତରିକା ସୋସିଆଲ ମିଡିଆ ଯୁଗରେ ତାଙ୍କୁ ଦ୍ରୁତ ଗତିରେ ପ୍ରସିଦ୍ଧି କରାଇଥିଲା। ରାତିରେ ପ୍ରେମାନନ୍ଦଙ୍କ ବାହାରୁଥିବା ପଦଯାତ୍ରାରେ ଲୋକେ ଜୁଟିବାରେ ଲାଗିଲେ। ଅନେକ ବିଶିଷ୍ଟ ବ୍ୟକ୍ତି ଆଶ୍ରମ ଆସିବାରୁ ତାଙ୍କ ପ୍ରସିଦ୍ଧି ଆହୁରି ବଢିବାରେ ଲାଗିଲା। କିନ୍ତୁ ଅନେକ ମାସ ହେବ ପ୍ରେମାନନ୍ଦ ମହାରାଜଙ୍କ ରାତ୍ରକାଳୀନ ପଦଯାତ୍ରା ବନ୍ଦ ରହିଛି। ଏହା ମଧ୍ୟରେ ବଡ଼ ଖବର ଆସିଛି ଯେ, ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପାଇଁ ନୋଏଡ଼ାରୁ ଆସିଥିବା ଜଣେ ଯୁବତୀ ଗାଏବ ହୋଇ ଯାଇଛନ୍ତି। ତାଙ୍କ ପିତା ତାଙ୍କୁ ଖୋଜି ଖୋଜି ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି। କେବଳ ଏତିକି ନୁହେଁ ଆଶ୍ରମ ବାହାରେ ଏକ ଢାବାରେ କାମ କରୁଥିବା ଜଣେ ମହିଳାଙ୍କ ୧୦ ବର୍ଷର ଛୋଟ ପିଲା ମଧ୍ୟ ଗାଏବ ରହିଛି।

ଆଉ ଆସୁ ନାହିଁ ଭିଡିଓ

ଦୀର୍ଘ ସମୟ ଧରି ପ୍ରେମାନନ୍ଦ ମହାରାଜଙ୍କ ୟୁଟ୍ୟୁବ ଚ୍ୟାନେଲରେ ସତସଙ୍ଗର ତାଜା ଭିଡିଓ ଆସୁନାହିଁ। କିଛି ସମୟ ପର୍ଯ୍ୟନ୍ତ ପୁରୁଣା ଭିଡିଓ ହିଁ ପୋଷ୍ଟ କରାଯାଉଥିଲା। ମାତ୍ର ଏବେ ତାହା ବି ବନ୍ଦ ହୋଇ ଯାଇଛି। ଏସବୁ ବିବାଦୀୟ ଘଟଣା ପୂର୍ବରୁ ତାଙ୍କ ସତସଙ୍ଗର ଭିଡିଓ ଲଗାତାର ଆସୁଥିଲା। ତାଙ୍କର ଅନୁଗାମୀ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଥିଲେ। ହେଲେ ସଂପ୍ରତି ଶିଷ୍ୟଙ୍କ ଆଶ୍ରମ ଭିତରେ ମୃତ୍ୟୁ ଘଟିବା ଘଟଣାରେ ପ୍ରେମାନନ୍ଦ ମହାରାଜ ଶବ୍ଦଟିଏ କହି ନାହାନ୍ତି କିମ୍ବା ତାଙ୍କ ଆଶ୍ରମ ପକ୍ଷରୁ ବି କୌଣସି ପ୍ରତିକ୍ରିୟା ଆସିନାହିଁ। ଫଳରେ ପ୍ରେମାନନ୍ଦ ମହାରାଜଙ୍କ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି।

Also Read: ଜୀବନ-ମରଣ ସହ ସଂଗ୍ରାମ ବେଳେ ‘ହନୁମାନ ଚାଳିଶା’ ପାଠ କରୁଥିଲେ କ୍ୟାପଟେନ୍ ସ୍ମିତ୍ ମଚ୍ଛାର

Source link



Source link

Leave A Reply

Your email address will not be published.