Voice of Eastern India

ଘରେ ପଶି ଝୁଣି ପକାଇଲା କୁକୁର, ଦେଢ଼ ବର୍ଷର ଶିଶୁ ଗୁରୁତର


ନବରଙ୍ଗପୁର: କୁକୁର କାମୁଡାରେ ଦେଢ଼ ବର୍ଷର ଶିଶୁ ଗୁରୁତର ଅଭିଯୋଗ । ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକ କୋଡିଙ୍ଗା ସଦର ଚାଉଁରିଆ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ଗ୍ରାମର ରାଜୁ ଦଳେଇଙ୍କ ଘରେ ଏକ ବୁଲା କୁକୁର ପଶି ଦେଢ଼ ବର୍ଷର ଶିଶୁକୁ ଝୁଣି ପକାଇଛି। ଘର ଭିତରେ ଶିଶୁଟି ଶୋଇଥିବା ଅବସ୍ଥାରେ ଘଟିଛି ଘଟଣା।

ମିଳିଥିବା ସୂଚନା ଅନୁସାରେ, କୁକୁରଟି ଶିଶୁର ମୁହଁ, ଆଖି, ଗାଲକୁ କାମୁଡ଼ି ଖିନଭିନ୍ କରିପକାଇଥିଲା । ଏମିତିରେ ଶିଶୁଟି କାନ୍ଦିବାରୁ ବାହାରେ ଥିବା ରାଜୁ ଦଳେଇଙ୍କ ଭଉଣୀ ଘର ଭିତରକୁ ଧାଇଁ ଆସିଥିଲେ । ତେବେ ସେ ସଙ୍ଗେ ସଙ୍ଗେ କୁକୁରକୁ ଘଉଡ଼ାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ କୁକୁରଟି ଆକ୍ରମଣ କରିଥିଲା।

Also Read: ଅଭାବନୀୟ ! ନଦୀରେ ବୁଡ଼ି ଯାଇ ଭଣଜା ମୃତ, ଗୁରୁତର ଅବସ୍ଥାରେ ମାମୁ ଉଦ୍ଧାର

ଏହାରି ଭିତରେ ସାହିର ଅନ୍ୟ ଲୋକମାନେ ମଧ୍ୟ ପହଞ୍ଚିଥିଲେ । ଏମିତିରେ କୁକୁରଟି ସେଠାରୁ ଦୌଡ଼ି ଦୌଡ଼ି ପଳାଇଥିଲା। ଖବର ପାଇ ରାଜୁ ମଧ୍ୟ ଘରେ ପହଞ୍ଚିଥିଲେ ଓ ଶିଶୁକୁ କୋଡିଙ୍ଗା ମେଡିକାଲକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ମେଡିକାଲ, ସେଠାରୁ କୋରାପୁଟ ମେଡିକାଲ ଏବଂ ବର୍ତ୍ତମାନ ଉତ୍ତମ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Source link



Source link

Leave A Reply

Your email address will not be published.