Voice of Eastern India

ଛାତ୍ର ସଂସଦ ନିର୍ବାଚନ: ଏକାଧିକ କଲେଜରେ ଗୋଷ୍ଠୀ ସଂଘର୍ଷ, ଉତ୍ତେଜନା


ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜୁଛି ହିଂସା। କେଉଁଠି ଛୁରାମାଡ଼ ତ’ କେଉଁଠି ଗୋଷ୍ଠୀ ସଂଘର୍ଷ। କେଉଁଠି ବାଇକ୍ ପୋଡି ତ’ କେଉଁଠି ବଜାର ବନ୍ଦ। ଖାଲି ସେତିକି ନୁହେଁ କେଉଁଠି କଲେଜ ଗେଟ୍ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା। କେଉଁଠି ଟାୟାରଜାଳି ରାସ୍ତା ଅବରୋଧ।। ଏଭଳି ଟେନସନ୍ କେବଳ କଲେଜ କର୍ତ୍ତୃପକ୍ଷ ନୁହଁ ପ୍ରଶାସନ ସହ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଫଳରେ ଅନେକ କଲେଜରେ ଘୋଷଣା ହୋଇଛି ସାଇନ-ଡାଏ ।

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ, ଉମରକୋଟର ମା’ ପେଣ୍ଡାଣି ମହାବିଦ୍ୟାଳୟରେ ସୀମା ଟପିଛି ହିଂସା। କଲେଜ ବାହାରେ ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଜଣେ ଛାତ୍ର ନେତାଙ୍କୁ ଛୁରାମାଡ଼ ହୋଇଛି। ଗୁରୁତର ଛାତ୍ର ନେତା ଦୀପକମଲ ମହାପାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେବଳ ସେତିକି ନୁହେଁ ଏହାକୁ ନେଇ ଉମରକୋଟରେ ବ୍ୟାପିଛି ହିଂସା। ଦୋକାନ ବଜାର ବନ୍ଦ ସହ ରାସ୍ତା ଅବରୋଧ ଜଳାପୋଡ଼ା ଦେଖିବାକୁ ମିଳିଛି। ଆଉ ଦୋଷୀଙ୍କୁ ତୁରନ୍ତ ଗିରଫ ଦାବିରେ ତେଜିଛି ଆନ୍ଦୋଳନ। ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ, ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି ପୋଲିସ।

ସେପଟେ ପଟ୍ଟାମୁଣ୍ଡାଇ ୟୁ.କେ ମହାବୀର କଲେଜରେ ମଧ୍ୟ ଦେଖିବାକୁ ମିଳିଛି ହିଂସା । ଜଣେ ପ୍ରାର୍ଥୀଙ୍କୁ ଅନ୍ୟ ଦଳର ସମର୍ଥକଙ୍କ ମାଡ଼ ମାରିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାକୁ ନେଇ ଛାତ୍ରଛାତ୍ରୀ ମାନେ କଲେଜ ସମ୍ମୁଖରେ ରାସ୍ତାରୋକ କରିବା ସହ ଟାୟାର ଜାଳି ରାସ୍ତାରେ ବସିଛନ୍ତି ।

Also Read: ରେଭେନ୍ସାରେ ଛାତ୍ର ଆନ୍ଦୋଳନ ବେଳେ ପୋଲିସ-ଛାତ୍ରଛାତ୍ରୀ ଠେଲାପେଲା, ଭିଡିଓ ଭାଇରାଲ

ସେହିଭଳି ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ, ଗୋପ କଲେଜ, ମାଲକାନଗିରି ମାଥିଲି ସ୍ଥିତ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ, କଟକ ଶୈଳବାଳା ମହିଳା ଅଟୋନମସ୍ କଲେଜ, କଟକ ରେଭେନ୍ସା କଲେଜ, ଭୁବେନଶ୍ବର ଏକାମ୍ର କଲେଜ, ଦେବଗଡ଼ ମହାବିଦ୍ୟାଳୟ, ସମ୍ବଲପୁର NSCB କଲେଜ, ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ, ଜଳେଶ୍ବର ଦୀନକୃଷ୍ଣ ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ଏମିତିରେ ଅନେକ କଲେଜରେ କର୍ତ୍ତୃପକ୍ଷ ନିର୍ବାଚନକୁ ବାତିଲ କରିବା ସହ ସାଇନ-ଡାଏ ଘୋଷଣା କରିଛନ୍ତି।

 

Source link



Source link

Leave A Reply

Your email address will not be published.