Voice of Eastern India

CECଙ୍କ ବିରୋଧରେ ମୁମ୍ବାଇରେ ଆନ୍ଦୋଳନ, ଆଦିତ୍ୟ ଠାକରେ ଏବଂ ଭାଇ ଅମିତଙ୍କ ନାଁରେ ମାମଲା


ମୁମ୍ବାଇ: ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଦେଖିବାକୁ ମିଳୁଛି । ଏହି ଆନ୍ଦୋଳନ କେବଳ ଦିଲ୍ଲୀରେ ସୀମିତ ନାହିଁ  । ମୁମ୍ବାଇରେ ମଧ୍ୟ ବିଭିନ୍ନ ବିରୋଧୀ ଦଳ ସିଜେପିକୁ ସମର୍ଥନ କରି ଆନ୍ଦୋଳନରେ ଅଂଶଗ୍ରହଣ କରିଛନ୍ତି । ମୁମ୍ବାଇର ଶିବାଜୀ ପାର୍କ ନିକଟରେ ମଧ୍ୟ ଜୋରଦାର ଆନ୍ଦୋଳନ ହୋଇଛି । ଏହି ଆନ୍ଦୋଳନରେ ଆଦିତ୍ୟ ଠାକରେ ଏବଂ ତାଙ୍କ ଭାଇ ତଥା ଏମଏନଏସ୍‌ ନେତା ଅମିତ ଠାକରେ ମଧ୍ୟ ଉପସ୍ଥିତ ଥିଲେ । ବେଆଇନ ଭାବରେ ଆନ୍ଦୋଳନ କରୁଥିବାରୁ ଆଦିତ୍ୟ ଏବଂ ଅମିତଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି । 

ଆଦିତ୍ୟଙ୍କ ବିରୋଧରେ ମାମଲା

ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସିଂହତା ବା ବିଏନଏସ୍‌ର ଧାରା ୧୮୯(୨) (ବେଆଇନ ଜନସମାବେଶ) ସମେତ ବିଭିନ୍ନ ଆଇନରେ ମାମଲା ରୁଜୁ କରିଛି ପୁଲିସ । ରବିବାର ଆଦିତ୍ୟ ଠାକରେ ଶିବାଜୀ ପାର୍କ ବାହାରେ ରାସ୍ତା ଉପରେ ଧାରଣାରେ ବସିଥିଲେ । ସେ ଅଟକ ପ୍ରଦର୍ଶନକାରୀଙ୍କୁ ନେଇଯାଉଥିବା ଏକ ପୁଲିସ ଭ୍ୟାନ୍‌କୁ ଅଟକାଇଥିବା ଅଭିଯୋଗ ହୋଇଛି। କକ୍ରୋଚ୍ ଜନତା ପାର୍ଟିର ଆନ୍ଦୋଳନକୁ ସମର୍ଥନ ଜଣାଇ ମୁମ୍ବାଇରେ ଏହି ଆନ୍ଦୋଳନ କରିଥିଲେ । ରବିବାର ଦିନ ଆଦିତ୍ୟ ଠାକରେ ଏବଂ ତାଙ୍କର ଭାଇ ଅମିତ ଠାକରେ ଶତାଧିକ ସମର୍ଥକଙ୍କ ସହ ପହଞ୍ଚିବା ପରେ ପ୍ରଦର୍ଶନ ଆହୁରି ତୀବ୍ର ହୋଇଥିଲା। 

ସାମାଜିକ କର୍ମୀ ଅଟକ

ଏହି ପ୍ରଦର୍ଶନ ସମୟରେ ସାମାଜିକ କର୍ମୀ ଅଞ୍ଜଳି ଦମନିଆଙ୍କ ସମେତ ଅନେକ ଲୋକଙ୍କୁ ପୁଲିସ ଅଟକ ରଖିଥିଲା। ସନ୍ଧ୍ୟା ସମୟରେ ଠାକରେ ପରିବାରର ଦୁଇ ଭାଇ ସେମାନଙ୍କ ସମର୍ଥକଙ୍କ ସହ ଶିବାଜୀ ପାର୍କ ନିକଟରେ ପହଞ୍ଚିଥିଲେ । ସେମାନେ କେନ୍ଦ୍ର ଏବଂ ମହାରାଷ୍ଟ୍ରର ବିଜେପି ସରକାରଙ୍କୁ ଏକଛତ୍ରବାଦୀ ବୋଲି କହି କଟାକ୍ଷ କରିଥିଲେ। ସେମାନେ ପୁଲିସ ଅଟକ ରଖିଥିବା ଲୋକଙ୍କୁ ତୁରନ୍ତ ବାହାର କରିବାକୁ ଦାବି କରିଥିଲେ। 

ପୁଲିସ ବିରୋଧରେ ଅଭିଯୋଗ

ଆଦିତ୍ୟ ଠାକରେ ଅଭିଯୋଗ କରିଛନ୍ତି ଯେ, ପୁଲିସ ତାଙ୍କ ପାର୍ଟିର କର୍ମୀମାନଙ୍କ ଉପରେ ଆକ୍ରମଣ କରିଛି । ମହିଳାମାନଙ୍କ ସମେତ ଅନେକଙ୍କ ପ୍ରତି ଦୁର୍ବ୍ୟବହାର କରିଛି। ଏହି ସମୟରେ ଜଣେ ମହିଳା କର୍ମୀଙ୍କ ଶାଢ଼ି ଚରି ଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ପୁଲିସ ରୁଜୁ କରିଥିବା ମାମଲାରେ, ଏମଏନଏସ୍‌ ନେତା ସନ୍ଦୀପ ଦେଶପାଣ୍ଡେ, ଶିବସେନା (ୟୁବିଟି) ର ବରୁଣ ସରଦେଶାଇ ଏବଂ ମହେଶ ସାୱନ୍ତଙ୍କ ନାମ ମଧ୍ୟ ସାମିଲ । ଏହା ପୂର୍ବରୁ ମୁମ୍ବାଇରେ ପ୍ରଦର୍ଶନ କରୁଥିବା ବେଳେ ଅଭିନେତା ଆମିର ଖାନଙ୍କ ଭଣା ଇମ୍ରାନ ଏବଂ ତାଙ୍କ ଝିଆରୀଙ୍କୁ ପୁଲିସ ଅଟକ ରଖିଥିଲା । ପରେ ତାଙ୍କ ପୁଲିସ ଛାଡ଼ି ଦେଇଥିଲେ ବି ମାମଲା ରୁଜୁ କରିଥିବା ଜଣାପଡ଼ିଛି ।

 

Source link



Source link

Leave A Reply

Your email address will not be published.