Voice of Eastern India

IND vs NZ 1st ODI: କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ, ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଏକତରଫା ବିଜୟ


ଅକଲାଣ୍ଡ: ବୋଲରଙ୍କ ଘାତକ ବୋଲିଂ ପରେ ଚେଜ ମାଷ୍ଟର ବିରାଟ କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆର ଏକତରଫା ବିଜୟ। ଅକଲାଣ୍ଡରେ ଖେଳା ଯାଇଥିବା ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆରେ ଭାରତ ୫ ଓ୍ଵିକେଟରେ ନ୍ୟୁଜିଲାଣ୍ଡକୁ ହରାଇଛି। ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ସାମୂହିକ ବ୍ୟାଟିଂ ବିଫଳତା ଭୋଗି ୪୦.୨ ଓଭରରେ ୧୮୫ ରନରେ ଅଲଆଉଟ୍ ହୋଇଥିଲା। ବର୍ଷା କାରଣରୁ ଡକ ଓ୍ଵର୍ଥ ଲୁଇସ ନିୟମ ଅନୁସାରେ ଭାରତକୁ ୩୨ ଓଭରରେ ୧୪୩ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଜବାବରେ ଭାରତ ସହଜରେ ୨୨.୪ ଓଭରରେ ୫ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ବିରାଟ କୋହଲି ୭୭ ରନର ବିସ୍ଫୋରକ ଇନିଂସ ଖେଳି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଅଧିନାୟକ ଶୁଭମନ ଗିଲ୍ ଉପଯୋଗୀ ୩୭ ରନ କରିଛନ୍ତି। ଶାଣିତ ବୋଲିଂ କରି ମାତ୍ର ୨୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିବା ଅଂଶୁଲ କମ୍ବୋଜ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତା ୭ ତାରିଖ ଖେଳାଯିବ ଦ୍ଵିତୀୟ ମ୍ୟାଚ୍।

Also Read: ନିଜର ବିଶ୍ଵ ରେକର୍ଡ ଭାଙ୍ଗିଲେ କିଙ୍ଗ କୋହଲି, ODI କ୍ରିକେଟରେ ସ୍ଥାପନ କଲେ ଖାସ୍ କୀର୍ତ୍ତିମାନ

୧୮୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ଆରମ୍ଭରୁ ବଡ଼ ଝଟକା ଲାଗିଥିଲା। ଓପନର ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ଏହା ପରେ ଅଧିନାୟକ ଗିଲ୍ ଓ ବିରାଟ କୋହଲି ଚିରାଚରିତ ଶୈଳୀରେ ବ୍ୟାଟିଂ କରିଥିଲେ। ବିଶେଷ କରି କୋହଲି ଦମଦାର ସଟ୍ ଖେଳି କିଓ୍ଵି ବୋଲରଙ୍କ ଉପରେ ଚାପ ପକାଇଥିଲେ। ୧୦.୫ ଓଭରରେ ଭାରତର ସ୍କୋର ୫୪/୧ ଥିବା ବେଳେ ବର୍ଷା ହୋଇଥିଲା। ଫଳରେ ଡକ ଓ୍ଵର୍ଥ ଲୁଇସ୍ ନିୟମ ହିସାବରେ ଭାରତକୁ ୪୦ ଓଭରରେ ୧୬୭ ରନର ବିଜୟ ଲକ୍ଷ୍ୟ ମିଳିଥିଲା।

ପୁଣି ଖେଳ ଆରମ୍ଭ ହୋଇଥିଲା। ଗିଲ୍ ୩୭ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ବର୍ଷା ପୁଣି ଥରେ ମ୍ୟାଚରେ ବାଧା ଦେଇଥିଲା। ଫଳରେ ଭାରତକୁ ୩୨ ଓଭରରେ ୧୪୩ ରନର ବିଜୟ ଲକ୍ଷ୍ୟ ମିଳିଥିଲା। କୋହଲି ଅର୍ଦ୍ଧଶତକ ହାସଲ କରିବା ସହ ନିଜର ଦ୍ରତ ବ୍ୟାଟିଂ ଜାରି ରଖିଥିଲେ। ତେବେ ବଡ଼ ସଟ୍ ଖେଳିବାକୁ ଯାଇ କୋହଲି ଆଉଟ୍ ହୋଇଥିଲେ। ସେ ୫୧ ବଲରୁ ୧୩ ଚୌକା ଓ ୧ ଛକା ସହ ୭୪ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ।

Also Read: ରଣଜୀ ଟ୍ରଫିରେ ଡ୍ରାମା: ରାତାରାତି ପୂରା ଟିମ୍ ବଦଳାଇଦେଲା କ୍ରିକେଟ୍ ବୋର୍ଡ, ମ୍ୟାନେଜରଙ୍କୁ ମିଳିଲା ଧମକ

ଭାରତ ବିଜୟର ଦ୍ଵାର ଦେଶରେ ଥିବା ବେଳେ ଅକ୍ଷର ପଟେଲ(୦) ଏବଂ ଉପଅଧିନାୟକ ଶ୍ରେୟସ ଆୟର ୧୫ ରନ କରି ଆଉଟ୍ ହୋଇଥିଲେ। ଶେଷରେ ଭାରତ ୨୨.୪ ଓଭରରେ ୫ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। କେଏଲ ରାହୁଲ ୩ ରନ ଓ ନମନ ଧୀର ୫ ରନ କରି ଅପରାଜିତ ଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ଜ୍ୟାକବ ଡଫି ୪୯ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ।

Source link



Source link

Leave A Reply

Your email address will not be published.