ଘଟଗାଁ ୪।୧୧: ଜମି ବିବାଦରୁ ମରଣାନ୍ତକ ଆକ୍ରମଣ । ପ୍ରଥମେ ସାନ ଭାଇଙ୍କ ଆକ୍ରମଣରେ ଆହତ ହୋଇଥିଲେ ବଡ଼ ଭାଇ । ଥାନାରେ ଅଭିଯୋଗ କରିବା ପରେ ପ୍ରତିଶୋଧ ନେବାକୁ ଯାଇ ପୁଣି ବାପା-ପୁଅଙ୍କୁ ପଥରରେ ଛେଚି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ପଟାବାରି ଗ୍ରାମରେ । ଆକ୍ରମଣରେ ବାପା ଶ୍ରୀବତ୍ସ ବାରିକ ଓ ପୁଅ ମାନସ ବାରିକ ଗୁରୁତର ହୋଇଛନ୍ତି ।
ଅଭିଯୋଗ ଅନୁଯାୟୀ, ଶ୍ରୀବତ୍ସ ବାରିକଙ୍କ ସାନଭାଇ କେଦାର ବାରିକ ଓ ପୁତୁରା ବିକାଶ ବାରିକ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ଶ୍ରୀବତ୍ସଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଘଟଣାର ଦୁଇ ଦିନ ପୂର୍ବରୁ ସାନ ଭାଇ କେଦାର ବାରିକଙ୍କ ଆକ୍ରମଣରେ ଶ୍ରୀବତ୍ସ ଆହତ ହୋଇଥିଲେ । ଏନେଇ ସେ ପଣ୍ଡାପଡ଼ା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ।
Also Read:- ମହାରାଷ୍ଟ୍ରରୁ ଛତିଶଗଡ଼, ଆନ୍ଧ୍ର ଦେଇ ଓଡ଼ିଶାରେ ମହାବଳ, ମୋଟୁବାସୀଙ୍କୁ ସତର୍କ ସୂଚନା
ତେବେ ଥାନାରେ କେସ୍ କାହିଁକି ଦେଲୁ ବୋଲି ପ୍ରଶ୍ନ କରି ମଙ୍ଗଳବାର ଶ୍ରୀବତ୍ସ ଓ ତାଙ୍କ ପୁଅ ମାନସ ଥାନାକୁ ଯାଉଥିବା ସମୟରେ ରାସ୍ତାରେ ପୁତୁରା ବିକାଶ ବାରିକ ପଥରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ବାପା ଶ୍ରୀବତ୍ସ ଓ ପୁଅ ମାନସ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ତୁରନ୍ତ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାନସଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
Watch Video:
