ନୂଆଦିଲ୍ଲୀ: ଆସିଲା CBSE ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ତାରିଖ । ଶୁକ୍ରବାର ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ପକ୍ଷରୁ ୨୦୨୭ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସମ୍ଭାବ୍ୟ ତାରିଖ ଘୋଷଣା କରାଯାଇଛି । ସମ୍ଭାବ୍ୟ ତାରିଖ ଅନୁସାରେ, ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ଆସନ୍ତା ୨୦୨୭ ଫେବୃଆରୀ ୧୬ରୁ ଆରମ୍ଭ ହୋଇ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ। ସବୁ ପରୀକ୍ଷା ସକାଳ ସାଢ଼େ ୧୦ରୁ ଆରମ୍ଭ ହେବ। ତେବେ କିଛି ବିଷୟ ଅନୁସାରେ ପରୀକ୍ଷା ପାଇଁ ସମୟସୀମା ଅଲଗା ରହିପାରେ।
ଛାତ୍ରଛାତ୍ରୀ CBSEର ଅଫିସିଆଲ୍ ୱେବସାଇଟ୍ cbse.gov.inକୁ ଯାଇ ସବିଶେଷ ସୂଚନା ଏବଂ ବିଷୟ ଅନୁସାରେ ଟାଇମ୍-ଟେବୁଲ୍ ପିଡିଏଫ୍ ଡାଉନଲୋଡ୍ କରିପାରିବେ। ଏହାସହିତ ବୋର୍ଡ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ନିୟମିତ ଭାବେ ଅଫିସିଆଲ୍ ପୋର୍ଟାଲରେ ଉପଲବ୍ଧ କରାଯିବ। ତେବେ ତାରିଖ ଘୋଷଣା ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ବେଶ୍ ସମୟ ରହିଛି ।
ମାର୍ଚ୍ଚ ୯ ପର୍ଯ୍ୟନ୍ତ ଚାଲିବ ଦଶମ ପରୀକ୍ଷା
ସିବିଏସଇ ପକ୍ଷରୁ ଜାରି ସୂଚନା ଅନୁସାରେ, ୧୦ମ ବୋର୍ଡ ପରୀକ୍ଷାରେ ଏଥର ୮୩ ବିଷୟ ରହିଛି । ଫେବ୍ରୁଆରୀ ୧୬ରୁ ପେଣ୍ଟିଂ ବିଷୟ ସହ ପରୀକ୍ଷା ଆରମ୍ଭ ହେବ । ଏହା ପରେ ଫେବ୍ରୁଆରୀ ୧୭ରେ ଗଣିତ ରହିଛି। ଏହିଭଳି ଭାବରେ ୧୦ମ ବୋର୍ଡ ପରୀକ୍ଷା ମାର୍ଚ୍ଚ ୯ ପର୍ଯ୍ୟନ୍ତ ଚାଲିବ।
Also Read: ସୂର୍ଯ୍ୟକୁମାର ଯାଦବ ଏବଂ ତାଙ୍କ ପରିବାରକୁ ଭେଟିଲେ ପିଏମ୍ ମୋଦୀ, କ୍ରିକେଟରଙ୍କ ଝିଅ ଗାଇଲେ ଭଜନ
ଦ୍ବାଦଶ ପରୀକ୍ଷା ଏପ୍ରିଲ ୯ ଯାଏ
ସେହିଭଳି ଦ୍ବାଦଶ ବୋର୍ଡ ପରୀକ୍ଷାରେ ୧୨୧ଟି ବିଷୟ ରହିଛି। ଫେବ୍ରୁଆରୀ ୧୬ରୁ ଫିଜିକ୍ସ ସହ ପେପର ଆରମ୍ଭ ହୋଇ ଏପ୍ରିଲ ୯ ତାରିଖରେ ଶେଷ ହେବ ।
ଜାନୁଆରୀ ୧ରୁ ପ୍ରାକ୍ଟିକାଲ ପରୀକ୍ଷା
ସିବିଏସଇ ପକ୍ଷରୁ ଜାରି ସୂଚନା ଅନୁସାରେ, ୧୦ ଏବଂ ଦ୍ବାଦଶର ରେଗୁଲାର ପ୍ରାକ୍ଟିକାଲ ପରୀକ୍ଷା, ପ୍ରୋଜେକ୍ଟ ଓ୍ବାର୍କ ଏବଂ ଇଣ୍ଟରନାଲ ଆସେସମେଣ୍ଟ ୨୦୨୭ ଜାନୁଆରୀ ୧ରୁ ଆରମ୍ଭ ହେବ । ସେହିଭଳି ଥଣ୍ଡା ଅଞ୍ଚଳରେ ଥିବା ସ୍କୁଲରେ ପ୍ରାକ୍ଟିକାଲ ଏବଂ ଇଣ୍ଟରନାଲ ଆସେସମେଣ୍ଟ ପ୍ରକ୍ରିୟା ୨୦୨୬ ନଭେମ୍ବର ୯ରୁ ଡିସେମ୍ବର ୧୯ ପର୍ଯ୍ୟନ୍ତ ହେବ । ଏମିତିରେ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ପ୍ରାକ୍ଟିକାଲ ସାରିବାକୁ ପୂରା କରିବାକୁ ହେବ।
