Voice of Eastern India

ପୋଖରୀ ଭିତରେ ପଶି ବଡ଼ ଭାଇକୁ ହାଣିଲା ସାନ ଭାଇ, ଆକ୍ରମଣରେ ଭାଉଜଙ୍କୁ ବି କଲା ଲହୁଲୁହାଣ


ଉଦଳା: ସାନ ଭାଇକୁ କୋଳେଇ କାଖେଇ ବଡ଼ କରିଥିଲା ଭାଇ। ହେଲେ ସେଇ ବଡ଼ ଭାଇ ଓ ଭାଉଜଙ୍କୁ କରାଢ଼ି ହାଣି ପକାଇଲା ସାନ ଭାଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କପ୍ତିପଦା ଥାନା ବଡ଼ ଗୁଡ଼ୁଗୁଡ଼ିଆ ଗ୍ରାମରେ । ଗ୍ରାମର ଗୋବର୍ଦ୍ଧନ ମହାକୁଡ଼ ଏବଂ ତାଙ୍କ ସ୍ତ୍ରୀ ମଞ୍ଜୁଲତା ମହାକୁଡ଼ଙ୍କୁ କୁରାଢ଼ିରେ ହାଣି ଲହୁଲୁହାଣ କରିଛି ସାନ ଭାଇ କାଳିଆ ମହାକୁଡ଼।

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ମଞ୍ଜୁଲତା ଘରେ ବସିଥିବା ବେଳେ, କାଳିଆ ସେଠାରେ ପହଞ୍ଚି ତାଙ୍କୁ ଆକ୍ରମଣ କରିଥିଲା । ମଞ୍ଜୁଲତାଙ୍କ ହାତକୁ ହାଣିବାର ଦେଖିବା ମାତ୍ରେ ବିରୋଧ କରିଥିଲେ ବଡ଼ ଭାଇ ଗୋବର୍ଦ୍ଧନ। କାଳିଆ ତାଙ୍କୁ ମଧ୍ୟ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଏପରିକି ଆକ୍ରମଣରୁ ବଞ୍ଚିବା ପାଇଁ ବଡ଼ ଭାଇ ପୋଖରୀ ଭିତରକୁ ପଶି ଯାଇଥିଲେ । ହେଲେ ଏହା ସତ୍ତ୍ବେ ବି କାଳିଆ ସେହି ପୋଖରୀରେ ପଶି ବଡ଼ ଭାଇକୁ ହାଣିଥିଲା ।

Also Read: ମାଆର ମମତା ଆଗରେ ହାର ମାନିଲା ମୃତ୍ୟୁ, ପୁଅ ବଞ୍ଚିଲା ହେଲେ ଚାଲିଗଲା ମାଆଙ୍କ ଜୀବନ

ଉଭୟ ଭାଇ ଭାଉଜଙ୍କୁ ହାଣି ଗୁରୁତର କରିବା ପରେ ଘଟଣାସ୍ଥଳରୁ ସାନଭାଇ ଫେରାର ହୋଇଯାଇଛି। ସ୍ଥାନୀୟ ଲୋକେ ଗୁରୁତର ଦୁଇ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। କପ୍ତିପଦା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Source link



Source link

Leave A Reply

Your email address will not be published.