Voice of Eastern India

ଚତୁର୍ଥ ଦିନିକିଆରେ ନ୍ୟୁଜିଲାଣ୍ଡର ଦମଦାର ବ୍ୟାଟିଂ, ଭାରତକୁ ୩୩୪ ରନର ଟାର୍ଗେଟ୍


ନୂଆଦିଲ୍ଲୀ, ୧୩।୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ଚତୁର୍ଥ ଦିନିକିଆ । ମୁକାବିଲାରେ ଜବରଦସ୍ତ ବ୍ୟାଟିଂ କରିଛି କିଓ୍ୱି ଟିମ୍ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୩୦୦ରୁ ଅଧିକ ସ୍କୋର କରିଛି । ଏହାସହ ଭାରତକୁ ଏକ ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଦେଇଛି ।

ମୁକାବିଲାରେ ଟସ୍ ଜିତିଥିଲା ଭାରତ । ପ୍ରଥମ ଥର ଦିନିକିଆ ଦଳର ନେତୃତ୍ୱ ନେଉଥିବା ଶ୍ରେୟସ ଆୟର ବୋଲିଂ ନିଷ୍ପତ୍ତି ନେଇଥିଲେ । ହେଲେ ଏହା ବୁମେରାଂ ପାଲଟିଛି । ଓପନିଂ କରିବାକୁ ଆସିଥିବା ଓ୍ୱିଲ୍ ୟଙ୍ଗଙ୍କ ଶତକ ବଳରେ ଦଳ ୩୩୩ ରନ୍ କରିବାରେ ସକ୍ଷମ ହୋଇଛି ।

ଅନ୍ୟମାନଙ୍କ ମଧ୍ୟରେ ଟିମ୍ ସେଫାର୍ଟ୍ ୫୮ ରନ୍ କରିଥିଲେ । ସେହିପରି ଫିନ୍ ଆଲେନ୍ ୪୧ ରନର ପାଳି ଖେଳିଥିଲେ । ଶେଷ ଆଡକୁ ମିଚେଲ୍ ସାଣ୍ଟନର ଏବଂ କ୍ରିଷ୍ଚାନ୍ କ୍ଲାର୍କ ଯଥାକ୍ରମେ ୨୪ ଏବଂ ୨୨ ରନର ପାଳି ଖେଳିଥିଲେ । ଫଳରେ ଦଳର ସ୍କୋର ୩୦୦ ଟପିଥିଲା । ଭାରତକୁ ଜିତିବା ପାଇଁ ୩୩୪ ରନ୍ ର ଆବଶ୍ୟକତା ରହିଛି ।

Also Read :- Cyclone: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ବାତ୍ୟା ଆଶଙ୍କା ! ୧୯ କିମ୍ବା ୨୦ରେ ଲ୍ୟାଣ୍ଡଫଲ୍ ସମ୍ଭାବନା

ଭାରତ ପକ୍ଷରୁ ଆକିବ୍ ନବୀ, ଗୁରନୁର ବ୍ରାର୍ ଏବଂ ଅକ୍ଷର ପଟେଲ ଦୁଇଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ ଏବଂ ନମନ ଧୀର ଗୋଟିଏ ଲେଖାଏଁ ଓ୍ୱିକେଟ୍ ହାସଲ କରିଥିଲେ ।

Source link



Source link

Leave A Reply

Your email address will not be published.