Voice of Eastern India

ବାପା ଛେଉଣ୍ଡ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଘର ପଛ ପଟେ ଫିଙ୍ଗିଦେଲେ ମୃତଦେହ


ନବରଙ୍ଗପୁର: ଜଣେ ବାପା ଛେଉଣ୍ଡ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ସମଗ୍ର ଓଡ଼ିଶା ରଜ ପର୍ବର ଉତ୍ସାହରେ ମସଗୁଲ ଥିବା ବେଳେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡ଼ା ଗ୍ରାମରେ ଘଟିଛି ଏଭଳି ଏକ ଲୋମହର୍ଷଣକାରୀ ଘଟଣା। ଖାଲି ସେତିକି ନୁହେଁ ଦୁଷ୍କର୍ମ ପରେ ଯୁବତୀଙ୍କ ମୃତଦେହକୁ ଘର ବାରିପଟେ ଫିଙ୍ଗି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକ ଓ ଆକ୍ରୋଶର ପରିବେଶ ଦେଖାଦେଇଥିବା ବେଳେ, ଅନ୍ୟପଟେ ଦୋଷୀଙ୍କୁ ଗିରଫ ଦାବିରେ ଜିଦରେ ଅଡ଼ି ବସିଛନ୍ତି ପରିବାର ଲୋକେ।

ମିଳିଥିବା ସୂଚନା ଅନୁସାରେ, ଚଚରାଗୁଡ଼ା ଗ୍ରାମର ଫୁଲସିଂ ଭତରାଙ୍କ ସମ୍ପର୍କୀୟ ଭଉଣୀଙ୍କୁ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରିବା ଓ ପରେ ମୃତଦେହକୁ ଘର ବାରିପଟେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ପହିଲି ରଜ ଖେଳିବାକୁ ସାଙ୍ଗସାଥୀଙ୍କ ସହ ଯାଇଥିବା ବେଳେ ସୋମବାର ସକାଳୁ ଘର ବାରିପଟେ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ ଫୁଲସିଂ। ଏହି ସମୟରେ ପୀଡ଼ିତାଙ୍କ ପାଟିରୁ ରକ୍ତ ବାହାରିଥିବା ଏବଂ ବେକ ଫୁଲିଯାଇଥିବା ଦେଖି ସେ ଗାଁ ଲୋକଙ୍କୁ ଡାକିଥିଲେ ପରିବାର ଲୋକେ ଓ ଗ୍ରାମବାସୀ ଏହିଭଳି ଏକ ଅଭାବନୀୟ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Also Read: କେମିତି ଥିଲା ଚନ୍ଦ୍ରିକା-ଭୀମସେନଙ୍କ ସମ୍ପର୍କ, ଆଉ ଜଣଙ୍କ ଏଣ୍ଟ୍ରିକୁ ନେଇ ଖୋଳତାଡ଼

ଖବର ପାଇ କୋଡ଼ିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ସେପଟେ ଏହି ଘଟଣା ପରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ଓ ପରିବାରବର୍ଗ । ସେପଟେ ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ କୋଡ଼ିଙ୍ଗା ପୋଲିସ ଜଣକୁ ଥାନାରେ ଅଟକ ରଖାଯାଇଥିବା ବେଳେ, ତଦନ୍ତ ପରେ ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି । ରଜର ଖୁସି ଭିତରେ ଘଟିଥିବା ଏହି ନୃଶଂସ କାଣ୍ଡ ସମଗ୍ର ଜିଲ୍ଲାକୁ ମର୍ମାହତ କରିଦେଇଛି ।

Source link



Source link

Leave A Reply

Your email address will not be published.