କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କ ଉପରେ କଲେ ରିଲ୍, ଥାନାରେ ଛଅ ମାସର ଶିଶୁକୁ ଧରି ୯ ଘଣ୍ଟା ଜେରାର ସାମନା କଲେ ମହିଳା ସାମ୍ୱାଦିକା
ହାଇଦ୍ରାବାଦ: ଛଅ ମାସର ନିର୍ଦ୍ଦୋଷ ଶିଶୁ କନ୍ୟାକୁ ତାଙ୍କ ମାଆ କରିଥିବା ଦୋଷ ଲାଗି ତେଲଙ୍ଗାନା ପୋଲିସ ଷ୍ଟେସନରେ ଭିତରେ ସାତ ଘଣ୍ଟା ବିତାଇବାକୁ ପଡ଼ିଛି । ଆଉ ମହିଳାଙ୍କ କହିବା କଥା, ତାଙ୍କ ଅପରାଧ ହେଉଛି ସେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଝିଅ ନୈମିଷା ରେଡ୍ଡୀଙ୍କ ବିଷୟରେ ଏକ ଇନଷ୍ଟାଗ୍ରାମ ରିଲ୍ ପୋଷ୍ଟ କରିଥିଲେ ।
ସାମ୍ୱାଦିକ ଜଲ୍ଲୀ ରେଖାଙ୍କ ପୋଷ୍ଟ ଏବଂ ପରେ ବିଆରଏସ୍ ନେତାଙ୍କ ଦ୍ୱାରା ସେୟାର ହେବା ପରେ ପୋଲିସ ରେଖାଙ୍କୁ ବଶୀରବାଗସ୍ଥିତ କେନ୍ଦ୍ରୀୟ ଅପରାଧ ଷ୍ଟେସନକୁ ଡକାଇଥିଲା । ରେଖା କରିଥିବା ରିଲ୍ ଯାହାକୁ ବର୍ତ୍ତମାନ ହଟାଇ ଦିଆଯାଇଛି, ସେଥିରେ ନୌମିଷାଙ୍କ ସମ୍ପତ୍ତି ଏବଂ ଫାର୍ମ କମ୍ପାନିଗୁଡ଼ିକୁ ନେଇ ଥିଲା ବୋଲି ଜଣାପଡ଼ିଛି । ରେଖାଙ୍କ ମିଡିଆ ଚ୍ୟାନେଲ ଏମଆର୍ ମିଡିଆ ତେଲଙ୍ଗାନା, କ୍ରିଷଙ୍କ ଏବଂ ଅନ୍ୟମାନଙ୍କୁ ଅଭିଯୁକ୍ତ ଭାବରେ ନାମିତ କରାଯାଇଥିଲା ।
ଟିପିସିସି ମତ୍ସ୍ୟଜୀବୀ କଂଗ୍ରେସ କମିଟିର ଅଧ୍ୟକ୍ଷ ମେଟ୍ଟୁ ସାଇ କୁମାରଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଅକ୍ଟୋବର ୫ରେ ବିଏନଏସର ଧାରା ୩୫୩ (୨) ଏବଂ ୩୫୨ ଅନୁଯାୟୀ ମାମଲା ରୁଜୁ କରିଥିଲା । ଅଭିଯୋଗ ଅନୁସାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଏବଂ ଅନ୍ୟ କେତେ ଜଣ ନୈମିଷାଙ୍କ ନିବେଶ ଏବଂ ବ୍ୟବସାୟିକ କାରବାର ବିଷୟରେ ଖବର ପ୍ରସାରିତ କରିଛନ୍ତି । ଅକ୍ଟୋବର ୬ରେ କ୍ରିଷଙ୍କୁ ଗିରଫ କରାଯାଇଥିଲା ଏବଂ ସେହି ଦିନ ସିକନ୍ଦରାବାଦର ଜଣେ ମାଜିଷ୍ଟ୍ରେଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ତେଲେଙ୍ଗାନା ହାଇକୋର୍ଟ ମଧ୍ୟ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ରେଖା କହିଛନ୍ତି “କ୍ରିଷଙ୍କଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ, ମୁଁ ଭାବିଥିଲି ଯେ କୌଣସି ସମସ୍ୟା ହେବ ନାହିଁ ।” କିନ୍ତୁ ରେଖା କହିଛନ୍ତି, ଅକ୍ଟୋବର ୬ ରାତି ପ୍ରାୟ ୧୧ଟା ୩୦ ସମୟରେ ଚାରି ଜଣ ପୋଲିସ କର୍ମଚାରୀ ତାଙ୍କୁ ନୋଟିସ୍ ଦେବା ପାଇଁ ଘରକୁ ଆସିଥିଲେ । କବାଟକୁ ପ୍ରାୟ ୧୫ ମିନିଟ୍ ଯାଏ ବାଡ଼ାଇଥିଲେ । ସେମାନଙ୍କ ସହିତ କୌଣସି ମହିଳା କର୍ମଚାରୀ ନଥିଲେ । ସେମାନେ ନୋଟିସ ଦେଇଥିଲେ ଏବଂ ପରଦିନ ସକାଳ ୧୧ଟା ୩୦ରେ ହାଜର ହେବାକୁ କହିଥିଲେ ।
ରେଖା କହିଛନ୍ତି ଯେ ସେ ଅଧିକାରୀମାନଙ୍କୁ କହିଥିଲେ ଛଅ ମାସର ଶିଶୁକୁ ଟୀକାକରଣ ପରେ ଜ୍ୱର ହୋଇଛି ଏବଂ ସମୟ ମାଗିଥିଲେ । କିନ୍ତୁ ତାଙ୍କୁ ହାଜର ହେବାକୁ ବାଧ୍ୟ କରାଯାଇଥିଲା । ସେ ଅକ୍ଟୋବର ୭ରେ ପ୍ରାୟ ୩ଟା ୩୦ ସମୟରେ ବଶୀରବାଗସ୍ଥିତ କେନ୍ଦ୍ରୀୟ ଅପରାଧ ଷ୍ଟେସନରେ ପହଞ୍ଚିଥିଲେ । ଷ୍ଟେସନରେ ଶିଶୁକୁ ଖାଇବା ଦେବାର କୌଣସି ସୁବିଧା ନଥିଲା । ରେଖା କହିଛନ୍ତି ଯେ ତାଙ୍କୁ ତଦନ୍ତ କୋଠରୀରେ ହିଁ ପିଲାକୁ ଖାଇବାକୁ ଦେବାକୁ କୁହାଯାଇଥିଲା । ଜଣେ ମହିଳା କନଷ୍ଟେବଳ ତାଙ୍କୁ ନିଜକୁ ଘୋଡାଇ ଏକ କୋଣରେ ଝିଅକୁ ସ୍ତନ୍ୟପାନ କରାଇଥିଲେ ।
ରେଖା କହିଛନ୍ତି, ସେ କେବଳ ପ୍ରଶ୍ନ ପଚାରିଥିଲେ ଏବଂ ନିଜର କାମ କରିବା ପାଇଁ ଏଭଳି ଅନ୍ୟାୟ ବ୍ୟବହାର ଗ୍ରହଣଯୋଗ୍ୟ ନୁହେଁ । ସେ କହିଛନ୍ତି, “ଅନ୍ୟ ସାମ୍ବାଦିକମାନଙ୍କ ପରି ମୁଁ ମଧ୍ୟ କେବଳ ପ୍ରଶ୍ନ ପଚାରିଥିଲି । ଯେଉଁମାନେ ଅଭିଯୋଗର ସାମ୍ନା କରୁଛନ୍ତି, ସେମାନେ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ । ଏହା ବଦଳରେ, ମୋତେ ଅମାନବୀୟ ବ୍ୟବହାରର ଶିକାର ହେବାକୁ ପଡ଼ୁଛି ।”
ఆరు నెలల పసిబిడ్డకు తల్లైన జర్నలిస్టు రేఖ గారిని 9 గంటలపాటు విచారించి, బిడ్డకు పాలిచ్చేందుకు కూడా అనుమతించకపోవడం అత్యంత దారుణం. పత్రికా స్వేచ్ఛను, మహిళల హక్కులను కాలరాసే ఇలాంటి చర్యలను సహించేది లేదు. ఈ ఘటనపై కాంగ్రెస్ ప్రభుత్వం, @TelanganaDGP గారు తక్షణమే సమాధానం చెప్పాలి. జర్నలిస్ట్ రేఖపై పెట్టిన అక్రమ కేసును వెంటనే వెనక్కి తీసుకోవాలి.
— Harish Rao Thanneeru (@BRSHarish) October 8, 2026
ଥାନାରେ ରେଖାଙ୍କ କୋଳରେ ଛଅ ମାସର ଶିଶୁ କନ୍ୟାର ଭିଡିଓ ଭାଇରାଲ୍ ହେବା ପରେ ରାଜ୍ୟ ସରକାର ଏବଂ ହାଇଦ୍ରାବାଦ ପୋଲିସକୁ ତୀବ୍ର ସମାଲୋଚନା କରାଯାଉଛି । ବିଆରଏସ୍ ନେତା ଟି.ହରିଶ ରାଓ ଗୁରୁବାର ଏହି ଘଟଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି “ଛଅ ମାସର ଶିଶୁର ମା’ ସାମ୍ବାଦିକା ରେଖାଙ୍କୁ ନିଜ ଛୁଆକୁ କ୍ଷୀର ଖୁଆଇବାକୁ ଅନୁମତି ନଦେଇ ୯ ଘଣ୍ଟା ଧରି ଜେରା କରାଯିବା ଅତ୍ୟନ୍ତ ନିନ୍ଦନୀୟ । ଏଭଳି କାର୍ଯ୍ୟାନୁଷ୍ଠାନ ଗଣମାଧ୍ୟମର ସ୍ଵାଧୀନତା ଏବଂ ମହିଳା ଅଧିକାର ଉପରେ ଏକ ଆକ୍ରମଣ । ଏହାକୁ ଆଦୌ ବରଦାସ୍ତ କରାଯାଇପାରିବ ନାହିଁ । କଂଗ୍ରେସ ସରକାର ଏବଂ ତେଲଙ୍ଗାନା ଡିଜିପି ଏହି ଘଟଣା ଉପରେ ଉତ୍ତର ରଖିବା ଆବଶ୍ୟକ । ସାମ୍ବାଦିକା ରେଖାଙ୍କ ବିରୋଧରେ ରୁଜୁ ହୋଇଥିବା ବେଆଇନ ମାମଲାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ।”
