Voice of Eastern India

୪୦ ଟନ୍ ଚୋରା ମାଙ୍ଗାନିଜ୍ ଜବତ, ଚଢ଼ାଉ ବେଳେ ଫେରାର ମାରିଲା ମାଫିଆ


ବଡ଼ବିଲ: କେନ୍ଦୁଝର ଜିଲ୍ଲାର ବଡ଼ବିଲ ଉତ୍ତମ ସିଂ ହଟିଂ ଅଞ୍ଚଳରେ ଖଣି, ପୋଲିସ୍ ଏବଂ ବନ ବିଭାଗର ମିଳିତ ଚଢ଼ାଉରେ ପ୍ରାୟ ୪୦ ଟନ୍ ଚୋରା ମାଙ୍ଗାନିଜ୍ ଓର୍ ଜବତ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହୋଇଥିବା ଏହି ଚଢ଼ାଉ ବେଳେ ଗୋଟିଏ ଲୋଡର୍, ଗୋଟିଏ ୧୬ ଚକିଆ ହାଇୱା ଏବଂ ଏକ ପିକ୍ଅପ୍ ଭ୍ୟାନ୍କୁ ମଧ୍ୟ ସିଜ୍ କରାଯାଇଛି।

ସୂଚନା ଅନୁଯାୟୀ, ଉତ୍ତମ ସିଂ ହଟିଂ ଅଞ୍ଚଳର ସରକାରୀ ଜମି ଜବରଦଖଲରେ ଥିବା ଏକ ଘର ପରିସରରେ ବିପୁଳ ପରିମାଣର ଚୋରା ମାଙ୍ଗାନିଜ୍ ଗଚ୍ଛିତ ରହିଥିବା ଖବର ପାଇ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଭୁବନାନନ୍ଦ ନାଏକଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତେବେ ଚଢ଼ାଉ ସମ୍ପର୍କରେ ପୂର୍ବ ସୂଚନା ପାଇ ମୁଖ୍ୟ ଅଭିଯୁକ୍ତ ସମେତ ଖଣିଜ ମାଫିଆମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Also Read: ପରକୀୟା ପ୍ରୀତି ହେଲା କାଳ, ଯୁବକଙ୍କୁ ଅପହରଣ କରି ମାଟିତଳେ ପୋତିଦେଲେ​​​​​​​

ପ୍ରାଥମିକ ତଦନ୍ତରୁ କାରୋ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ବେଆଇନ ଭାବେ ମାଙ୍ଗାନିଜ୍ ଉତ୍ତୋଳନ କରାଯାଉଥିବା ଏବଂ ପରେ ଏହାକୁ ଏହି ଘରେ ଗଚ୍ଛିତ ରଖି ଚୋରା ଚାଲାଣ କରାଯାଉଥିଲା ବୋଲି ବନ ବିଭାଗ କହିଛି। ଏହି ଚୋରା କାରବାରରେ ରଞ୍ଜନ କୁମାର ତନ୍ତୀ ନାମକ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା କୁହାଯାଉଛି । ସେ ଏବେ ଫେରାର ଅଛି ।

ଜବତ ମାଙ୍ଗାନିଜ ଓରର ଆନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ଜବତ ଖଣିଜ ଦ୍ରବ୍ୟ ଓ ଯାନବାହନଗୁଡ଼ିକୁ ବନ ବିଭାଗ ନିଜ ହେପାଜତକୁ ନେଇଥିବାବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ବଡ଼ବିଲ ରେଞ୍ଜର୍ ସଞ୍ଜୀବ କୁମାର ରାଉତ୍ କହିଛନ୍ତି । ଫେରାର ଅଭିଯୁକ୍ତଙ୍କୁ ଧରିବା ପ୍ରଶାସନର ଚେଷ୍ଟା ଜାରି ରହିଛି।

Source link



Source link

Leave A Reply

Your email address will not be published.