Voice of Eastern India

ସରକାରୀ ଜମି ମାଡ଼ି ବସିଥିଲେ ୟୁସୁଫ ପଠାନ, ମାସେ ଭିତରେ ଖାଲି କରିବାକୁ କହିଲେ କୋର୍ଟ୍


ଗାନ୍ଧୀନଗର,|୦୬:ଟିଏମସିର ବିଦ୍ରୋହୀ ସାଂସଦ ତଥା ପୂର୍ବତନ ଖେଳାଳି ୟୁସୁଫ୍ ପଠାନଙ୍କୁ ବଡ ଝଟକା । ଗୁଜୁରାଟ ହାଇକୋର୍ଟ କ୍ରିକେଟର ଟର୍ଣ୍ଣଡ୍ ପଲିଟିସିଆନ ୟୁସୁଫଙ୍କୁ ସରକାରୀ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜମିଟି ଭଦୋଦରା ମ୍ୟୁନିସିପାଲ କର୍ପୋରେସନରେ ରହିଛି । ମାସେ ଭିତରେ ଏହାକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ୟୁସୁଫ ଏଥିରେ ଖିଲାପ କରନ୍ତ ତାହାଲେ ଜରିମାନା ଦେବାକୁ ହେବ ବୋଲି ମଧ୍ୟ କୁହାଯାଇଛି ।

କ’ଣ ରହିଛି ମାମଲା

ରିପୋର୍ଟ ଅନୁସାରେ, ଭଦୋଦରା ନଗର ନିମଗ ଅଧିନ ତାଣ୍ଡାଲଜା ଅଞ୍ଚଳରେ ୧୦୦୦ ସ୍କୋୟାର ୟାର୍ଡ୍ ର ଏକ ଜମି ରହିଛି । ଏହା ୟୁସୁଫ ପଠାନଙ୍କ ବାସଭବନ ପାଖରେ ଅବସ୍ଥିତ । ତେବେ ଏହି ଜାଗାକୁ ପଠାନ ଦଖଲ କରିପାରିବେ ବୋଲି ୨୦୧୪ରେ ନଗର ନିଗମ ପକ୍ଷରୁ ଅନୁମତି ଦିଆଯାଇଥିଲା । ପରେ କିନ୍ତୁ ରାଜ୍ୟ ସରକାର ନିଷ୍ପତ୍ତିର ପୁନଃବିଚାର କରିଥିଲେ । ଏହାସହ ନଗର ନିଗମର ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ । ଯାହାକୁ ୟୁସୁଫ ଗୁଜୁରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ ।

Also Read :-NEET ପରୀକ୍ଷା ନସରିବା ଯାଏଁ ଭାରତରେ ଟେଲିଗ୍ରାମ ବ୍ଲକ୍‌, ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ପାଇଁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି

ତେବେ କୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି । ଏହାସହ ୟୁସୁଫଙ୍କୁ ୪ ସପ୍ତାହର ସମୟ ଦେଇଛନ୍ତି । ଯଦି କୋର୍ଟଙ୍କ ନିୟମର ଅବମାନନା ହୁଏ ତାହାଲେ ଜରିମନା ଦେବାକୁ ହେବ ବୋଲି ମଧ୍ୟ କୋର୍ଟଙ୍କ ରାୟରେ ଉଲ୍ଲେଖ ରହିଛି । ଏହି ଜରମନା ପ୍ରତ୍ୟେକ ବିଳମ୍ବିତ ଦିନ ହିସାବରେ ଆଦାୟ କରାଯିବ ।

ଏହି ବିବାଦ ୟୁସୁଫ ପଠାନଙ୍କୁ ଅଧିକ ଚର୍ଚ୍ଚିତ କରିଦେଇଛି । କାରଣ ଏବେ ସେ ମମତା ବାନାର୍ଜୀଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ କରୁଛନ୍ତି । ସେ ଟିଏମସି ଛାଡି ଅନ୍ୟ ଏକ ଦଳରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି ।

Source link



Source link

Leave A Reply

Your email address will not be published.