ମସ୍କୋ,୧୮|୦୬: ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଦିନକୁ ଦିନ ଏହା ଅଧିକ ଭୟଙ୍କର ହେବାରେ ଲାଗିଲାଣି । ଏସବୁ ଭିତରେ ୟୁକ୍ରେନ ପକ୍ଷରୁ ରୁଷିଆର ରାଜଧାନୀ ମସ୍କୋ (Moscow) ଉପରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ଯୋଗୁଁ ମସ୍କୋରେ ଥିବା ଏକ ପ୍ରମୁଖ ତେଲ ବିଶୋଧନାଗାର (Oil Refinery) ନିଆଁରେ ଜଳିପୋଡ଼ି ଛାରଖାର ହୋଇଯାଇଛି ଏବଂ ସାରା ଆକାଶ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଚି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
Last night, our long-range sanctions once again reached the Moscow region – for the second time this week, the Moscow oil refinery was hit. Targets were also struck in the Rostov region and in temporarily occupied territories of Ukraine. This is a fully justified response to… pic.twitter.com/NhFl4FlT9L
— Volodymyr Zelenskyy / Володимир Зеленський (@ZelenskyyUa) June 18, 2026
ଜେଲେନସ୍କିଙ୍କ ପ୍ରତିକ୍ରିୟା
ଘଟଣାକୁ ନେଇ ଜେଲେନସ୍କି କହିଛନ୍ତି ଯେ, ଏଥିପାଇଁ ଭ୍ଲାଦିମିର ପୁଟିନ ଦାୟୀ । ପୁଟିନ ହିଁ ଯୁଦ୍ଧକୁ ଅଧିକ ଭୟଙ୍କର କରୁଛନ୍ତି । ଏହାର ଦଶା ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି । ଋଷ ଉପରେ ଯେଉଁ ଆକ୍ରମଣ ହୋଇଛି ତାହା ନ୍ୟାୟ ସଙ୍ଗତ । ୟୁକ୍ରେନର ସହରର ଋଷ ଆକ୍ରମଣ କରିଥିଲା । ଏହା ହେଉଛି ଆକ୍ରମଣର ପ୍ରତି ଜବାବ ।
ରୁଷିଆ ସରକାରଙ୍କ ସୂଚନା ଅନୁଯାୟୀ, ଗତ ଚାରି ବର୍ଷର ଯୁଦ୍ଧ ମଧ୍ୟରେ ଏହା ରୁଷିଆ ମାଟି ଉପରେ ୟୁକ୍ରେନର ସବୁଠାରୁ ବଡ଼ ଏବଂ ବିଧ୍ୱଂସକାରୀ ଡ୍ରୋନ ହାମଲା ମଧ୍ୟରୁ ଗୋଟିଏ । ମସ୍କୋର ଏହି ରିଫାଇନାରୀ ରୁଷିଆର ଅର୍ଥନୀତି ଏବଂ ସାଧାରଣ ଜୀବନଯାତ୍ରା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତଥ୍ୟ ଅନୁସାରେ, ଏହି ବିଶୋଧନାଗାର ସମଗ୍ର ମସ୍କୋ ଅଞ୍ଚଳର ଇନ୍ଧନ (Fuel) ଚାହିଦାର ଏକ-ତୃତୀୟାଂଶରୁ ଅଧିକ ଭାଗ ପୂରଣ କରିଥାଏ। ଏହା ପୂର୍ବରୁ ଜୁନ୍ ୧୬ ରେ ମଧ୍ୟ ୟୁକ୍ରେନ ସେଠାରେ ଡ୍ରୋନ ଆକ୍ରମଣ କରିଥିଲା। ସେତେବେଳେ ନିଆଁକୁ ଶୀଘ୍ର ଆୟତ୍ତ କରାଯାଇଥିଲେ ସୁଦ୍ଧା, ଏଥର ଆକ୍ରମଣ ବ୍ୟାପକ କ୍ଷୟକ୍ଷତି ଘଟାଇଛି।
ଟାର୍ଗେଟରେ ମସ୍କୋ ତୈଳ ବିଶୋଧନାଗାର
ୟୁକ୍ରେନ ପକ୍ଷରୁ ମସ୍କୋର ଏକ ଅତି ଗୁରୁତ୍ୱପୂର୍ଣ୍ଣ ତୈଳ ବିଶୋଧନାଗାରକୁ ଟାର୍ଗେଟ କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ବିଶୋଧନାଗାର ଉପରେ ଏହା ଦ୍ୱିତୀୟ ଆକ୍ରମଣ। ଡ୍ରୋନ ମାଡ଼ ହେବା ମାତ୍ରେ ବିଶୋଧନାଗାରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । କ୍ରେମଲିନ (Kremlin) ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ ଏହି ପ୍ଲାଣ୍ଟରୁ ବାହାରୁଥିବା କଳା ଧୂଆଁର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
