Voice of Eastern India

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ, ୪୭ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପିଏମ୍


ଭୁବନେଶ୍ବର ୧୯।୬: ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ । ଏହା ଓଡ଼ିଶା ପାଇଁ ଏକ ସ୍ମରଣୀୟ ଦିନ ବୋଲି କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଶନିବାର ଆମ ଦେଶର ମହାମହିମ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଗୋଟେ ମଞ୍ଚରେ ଓଡ଼ିଶା ସରକାରଙ୍କ ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ଉପସ୍ଥିତ ରହିବେ । ଜଣେ ବନବାସୀ ପରିବାରରେ ଜନ୍ମ ହୋଇ ଦେଶର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହେବା ଆମ ପାଇଁ ଗର୍ବ ଗୌରବର ବିଷୟ । ମହାମହିମଙ୍କ ଶାଶୁ ଘରେ ପବିତ୍ର ପୀଠରେ ପୂଜାର୍ଚ୍ଚନା କରିବେ, ସ୍କିଲ ଡେଭଲପମେଣ୍ଟ ବିଦ୍ୟାଳୟ ବୁଲିବେ । ସେଠାରେ ପିଲାମାନଙ୍କ ସହିତ ଆଲୋଚନା କରିବେ । ସେ ପ୍ରଥମ ବନବାସୀ ରାଜ୍ୟପାଳ ଭାବେ ରେକର୍ଡ କରିଥିଲେ ଏବଂ ପରେ ରାଷ୍ଟ୍ରପତି ପଦରେ ଆସୀନ ହୋଇଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ରେକର୍ଡ କରିବା ପରେ ଓଡ଼ିଶା ଗସ୍ତ କରୁଛନ୍ତି । ଏହି ଅବସରରେ ଓଡ଼ିଶାବାସୀଙ୍କୁ ମୋଦି ଦେବେ ବଡ଼ ଭେଟି । ୪୭ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ବିକାଶ କଥା ଚିନ୍ତା କରିଛନ୍ତି, ବାରମ୍ବାର ଓଡ଼ିଶା ଗସ୍ତ କରିଛନ୍ତି । ଓଡ଼ିଶାର ବିକାଶରେ ପୂର୍ବୋଦୟର ବିକାଶ କଥା ସେ କହିଛନ୍ତି । ଓଡ଼ିଶାର ବିକାଶର ସଂକଳ୍ପ ନେଉ ସେ ଓଡ଼ିଶା ଆସୁଛନ୍ତି । ମୟୁରଭଞ୍ଜବାସୀଙ୍କ ମନରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି । ଆସନ୍ତାକାଲି ଅନେକ ଜନସମାଗମ ହେବ ।

Also Read:-ଚିକିତ୍ସା ପାଇଁ ଯାଇଥିବା ବେଳେ ଘରେ କଳାକନା ବୁଲାଇଲେ, ମାତ୍ର ୩ ଘଣ୍ଟାରେ ଧରାପଡିଗଲେ ୩ ଚୋର

ଏହି ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱରରେ ୩୦୦ ଟିପିଡି କ୍ଷମତାର କମ୍ରେସ୍ଟ ବାୟୋଗ୍ୟାସ ପ୍ଲାଣ୍ଟ, କଟକ-ଭୁବନେଶ୍ୱର ସଂଯୋଗ ପାଇଁ କାଠଯୋଡ଼ି ନଦୀ ଉପରେ ସେତୁ, ବୌଦ୍ଧ ଜିଲ୍ଲାର ଢଳପୁର-ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ, ନୂଆପଡ଼ା-ଘାଟିପଡ଼ା ଜାତୀୟ ରାଜପଥ ଚାରିଲେନ୍ ବିକାଶ, କୁସୁମଡିହି ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ, ରାଇରଙ୍ଗପୁରରେ IGNOU ଆଞ୍ଚଳିକ କେନ୍ଦ୍ର ଓ ଇଣ୍ଡୋର ବ୍ୟାଡମିଣ୍ଟନ୍ କମ୍ପ୍ଲେକ୍ସ ଅନ୍ତର୍ଭୁକ୍ତ ।

ସେହିପରି ବୌଦ୍ଧରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୨୪ଟି ଅଟଳ ବସ୍ ଷ୍ଟାଣ୍ଡ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୯ଟି ସ୍ବୟଂଚାଳିତ ଯାନ ପରୀକ୍ଷା କେନ୍ଦ୍ରର ଉଦ୍ଘାଟନ କରାଯିବ । ଏହା ବ୍ୟତୀତ ନୟାଗଡ଼ ଟାଉନ୍ ବାଇପାସ୍, କୁସୁମୀ ସ୍ମାର୍ଟ ଇରିଗେସନ୍ ପ୍ରକଳ୍ପର ଭୂତଳ ପାଇପଲାଇନ୍, ଜଖପୁରା-ଯାଜପୁର କେନ୍ଦୁଝରର ବୈତରଣୀ ରୋଡ୍ ମଲ୍ଟି ଟ୍ରାକିଙ୍ଗ ପ୍ରକଳ୍ପ, ହିନ୍ଦୋଳ ରୋଡ଼ ମେରାମଣ୍ଡଳୀ ମଲ୍ଟି ଟ୍ରାକିଙ୍ଗ ପ୍ରକଳ୍ପ, ରାଇରଙ୍ଗପୁର କ୍ରୀଡା କମ୍ପ୍ଲେକ୍ସ ଏବଂ ଆଦିବାସୀ ଗବେଷଣା କେନ୍ଦ୍ର ଭଳି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।

Source link



Source link

Leave A Reply

Your email address will not be published.