ନୁଆଦିଲ୍ଲୀ,୨୯|୦୬: ଉରୁଗୁଏ ପାଇଁ ଫିଫା-୨୦୨୬ କୌଣସି ଦୁଃସ୍ୱପ୍ନଠୁ କମ୍ ନୁହେଁ । ଦଳ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଛି । ସ୍ପେନଠୁ ହାରି ଦଳର ବିଶ୍ୱକପ୍ ଯାତ୍ରା ଶେଷ ହୋଇଛି । ମ୍ୟାଚରେ ଗୁରୁତର ହୋଇପଡିଥିଲେ ଉରୁଗୁଏ ତାରକା ମାନୁଏଲ ଉଗାର୍ତେ । ମାଞ୍ଚେଷ୍ଟର୍ ୟୁନାଇଟେଡ୍ ପାଇଁ ଖେଳୁଥିବା ଏହି ଫୁଟବଲ ଷ୍ଟାରଙ୍କୁ ଆଘାତ ଲାଗିଥିଲା । ଫଳରେ ଷ୍ଟ୍ରେଚରରେ ପଡିଆ ଛାଡିବାତୁ ପଡିଥିଲା ।
ରିପୋର୍ଟ ଅନୁସାରେ, ମାନୁଏଲଙ୍କ ଆଣ୍ଠୁରେ ଗୁରୁତର ଆଘାତ ଲାଗିଛି । ଯାହା ଫୁଟବଲ ଜଗତରେ ସବୁଠୁ ଭୟଙ୍କର ଆଘାତ ରୂପେ ସ୍ଥାନ ପାଇଛି । ଜୁନ ୨୬ ତାରିଖରେ ସ୍ପେନ୍ ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ସ୍ପେନ୍ କେବଳ ଗୋଟିଏ ଗୋଲ୍ କରିପାରିଥିଲା । ଏହା ମ୍ୟାଚର ୪୨ ମିନିଟରେ ଆସିଥିଲା ।
ଏହି ସମୟରେ ମାନୁଏଲ ସ୍ପେନ୍ ଖେଳାଳିଙ୍କଠୁ ବଲ୍ ଛଡାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ ଆଣ୍ଠୁ ମୋଡି଼ ହୋଇଯାଇଥିଲା । ସେ ଅସହ୍ୟ ଯନ୍ତ୍ରଣା ପାଇଥିଲେ । ଏହାପରେ ତୁରନ୍ତ ମେଡିକାଲ ଟିମ୍ ଆସି ତାଙ୍କୁ ଷ୍ଟ୍ରେଚରରେ ପଡିଆରୁ ବାହାରକୁ ନେଇ ଯାଇଥିଲେ । ଯାହା ପରେ ତାଙ୍କ ଦଳ ଉରୁଗୁଏ ମ୍ୟାଚ୍ ହାରିଯାଇଥିଲା ।
Also Read :- ନକରାତ୍ମକ ଶକ୍ତିରୁ କେମିତି ରକ୍ଷା କରେ କଳା ସୂତା ? ଜାଣନ୍ତୁ ବିସ୍ତୃତରେ…
କେମିତି ଅଛି ସ୍ୱାସ୍ଥ୍ୟାବସ୍ଥା ?
ମ୍ୟାଚରେ ଆହତ ହେଲା ପରେ ଜୁନ ୨୮ ତାରିଖରେ ତାଙ୍କର ଆଣ୍ଠୁ ପରୀକ୍ଷା ହୋଇଛି । ସେ ଆଗାମୀ ଦିନରେ ଅଧିକ ଚିକିତ୍ସା ପାଇଁ ମାଞ୍ଚେଷ୍ଟର୍ ଯାଇପାରନ୍ତି । ତେବେ ତାଙ୍କ ଆଣ୍ଠୁର ସ୍ଥିତି ଭଲ ନାହିଁ । ଅନେକ ମାସ ଧରି ସେ ଫୁଟବଲରୁ ଦୂରରେ ରହିବେ ବୋଲି କୁହାଯାଉଛି ।
ନିଜେ ମାନୁଏଲ ଲେଖିଛନ୍ତି ଯେ, ଫୁଟବଲରେ ଆଣ୍ଠୁରେ ଆଘାତ ଲାଗିବା ସବୁଠୁ ବଡ କଷ୍ଟ । ଜରୁରୀ ମ୍ୟାଚରେ ଏପରି ଘଟଣା ବହୁତ ଆଘାତ ଦେଇଥାଏ । ଯେତେବେଳେ ଜୀବନ ଅଟକାଇବାକୁ ଚାହେଁ ଏହା ପଛରେ କିଛି କାରଣ ଥାଏ । ଘଟଣାକୁ ସକରାତ୍ମକ ଭାବେ ନେବା ଦରକାର । ଥରେ ତଳେ ପଡିବା ପରେ ସଫଳ ଜୀବନ ପୁଣି ଥରେ ଆରମ୍ଭ ହୁଏ ବୋଲି ସେ କହିଛନ୍ତି ।
