କେନ୍ଦୁଝର ୧।୭: ଦୁଃଖ ଦେଇଗଲା ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡି । ଏହି ଘଟଣାରେ ଦିନକୁ ଦିନ ବଢ଼ୁଛି ମୃତ୍ୟୁ ସଂଖ୍ୟା । କେନ୍ଦୁଝର ଜିଲ୍ଲାର ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ପିଠାଗୋଳା ପଞ୍ଚାୟତ ହେଲେଖରବା ଗାଁର ଭିମ ଜୁଆଙ୍ଗଙ୍କ ଝିଅ ଅଞ୍ଜଳି ଜୁଆଙ୍ଗ ।
ତାମିଲନାଡୁ ସିଫୁଡ୍ କମ୍ପାନୀରେ କେନ୍ଦୁଝର ଜିଲ୍ଲାରୁ ବହୁ ଯୁବତୀ କାର୍ଯ୍ୟ କରୁଥିବା ବେଳେ ସେହି ସମୟରେ ଗ୍ୟାସ୍ ଦୁର୍ଘଟଣା ଘଟିଥିଲା । ଯାହା ଫଳରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।
Also Read:- ଆନ୍ଦୋଳନରେ ଡାକ୍ତର, ଭଦ୍ରକ ଜିଲ୍ଲାରେ ସବୁ ପ୍ରକାର ଚିକିତ୍ସା ସେବା ସମ୍ପୂର୍ଣ୍ଣ ଠପ୍
ତେବେ ଜିଲ୍ଲାରେ କାମଧନ୍ଦା ମିଳୁନଥିବାରୁ ଲୋକେ ବାହାର ରାଜ୍ୟକୁ ଚାଲିଯାଉଥିବା ପ୍ରକାଶ କରିଛନ୍ତି । କିଏ ବାପାଙ୍କ ଋଣ ସୁଝିବା ପାଇଁ ଦାଦନ ଯାଉଛି ତ ଆଉ କିଏ ପାଠ ପଢ଼ିବା ପାଇଁ ଦାଦନ ଖଟିବାକୁ ଯାଉଥିବା କହିଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅବହେଳା ଯୋଗୁଁ ପ୍ରତ୍ୟେକ ସପ୍ତାହରେ ଦୁଇଟି ଶୀତତାପ ନିୟନ୍ତ୍ରିତ ବସ୍ ଯୋଗେ ଦାଦନ ଶ୍ରମିକ ତାମିଲନାଡୁ, କେରଳ, ଗୁଜରାଟକୁ ଯାଉଥିବା ଦେଖିବାକୁ ମିଳିଛି । ଏସବୁ ବନ୍ଦ ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
