ଭୁବନେଶ୍ବର: ବିଭିନ୍ନ ଦାବି ନେଇ ରାଜ୍ୟରେ OMSA/OMHS ଡାକ୍ତରମାନେ ଆନ୍ଦୋଳନରେ ବସିଛନ୍ତି। ଫଳରେ ରୋଗୀମାନେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି। ଏମିତିରେ ଏହାକୁ ନେଇ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଡାକ୍ତରଙ୍କୁ ଆନ୍ଦୋଳନ ଛାଡ଼ି କାର୍ଯ୍ୟରେ ଯୋଗଦେବାକୁ ଚେତାବନୀ ଦେଇଥିବା ବେଳେ, କାର୍ଯ୍ୟରେ ଯୋଗ ନଦେଲେ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସବୁ CDMO, PHOଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ନିର୍ଦ୍ଦେଶନାମା ଅନୁସାରେ, OMHS କ୍ୟାଡରର ଡାକ୍ତର, OMSA ସଦସ୍ୟ ଏବଂ କିଛି ଚୁକ୍ତିଭିତ୍ତିକ ଡାକ୍ତର ୧ ଜୁଲାଇ ୨୦୨୬ ଠାରୁ ସ୍ୱାସ୍ଥ୍ୟସେବା ବର୍ଜନ କରିଛନ୍ତି। ହେଲେ OESMA (Odisha Essential Services Maintenance Act) ଅନୁଯାୟୀ ଏହି ଧର୍ମଘଟ ଆଇନ ବିରୋଧୀ। ଏମିତିରେ କାର୍ଯ୍ୟରେ ଯୋଗ ନଦେବାକୁ ଗୁରୁତର ଅସଦାଚରଣ (Gross Misconduct) ବୋଲି ଧରାଯିବ ଏବଂ ଏହା ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ, ୧୯୫୯ ଓ OESMAର ଉଲ୍ଲଂଘନ ବୋଲି କୁହାଯାଇଛି।
Also Read: ସଂଶୋଧିତ ପାଠ୍ୟପୁସ୍ତକ ପାଇଁ ମତ ଲୋଡ଼ିଲେ ସରକାର, ୭ ଦିନ ଭିତରେ ମତାମତ ଦେବାକୁ ନିବେଦନ
ତେଣୁ କାର୍ଯ୍ୟରେ ଯୋଗ ଦେବାକୁ ଦେବା ସହ ଯେଉଁ OMHS ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି, ସେମାନଙ୍କର ଦରମା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚୁକ୍ତିଭିତ୍ତିକ ଡାକ୍ତରମାନେ ଯଦି ଧର୍ମଘଟରେ ଯୋଗ ଦେଇ କାମରେ ଅନୁପସ୍ଥିତ ରୁହନ୍ତି, ତେବେ ନୋଟିସ ଦେଇ ସେମାନଙ୍କର ଚାକିରି ରଦ୍ଦ କରାଯିବ।
