Voice of Eastern India

ପୁରୁଷ ବନ୍ଧୁଙ୍କ ଘର ଛାଡ଼ିଥିଲେ ନାବାଳିକା, କିଛି ଦିନ ପରେ ମିଳିଲା କ୍ଷତାକ୍ତ ମୃତଦେହ


ବ୍ରହ୍ମପୁର ୦୬।୦୭ : ପୁରୁଷ ବନ୍ଧୁଙ୍କ ଫେରାର ହେଲେ, କିଛି ଦିନ ବାହାରେ ବି ରହିଲେ । ଆଉ ଏବେ ଫେରାର ହୋଇଥିବା ନାବାଳିକାଙ୍କ ମୃତଦେହ ମିଳିଛି । ତା ପୁଣି କ୍ଷତାକ୍ତ ଅବସ୍ଥାରେ ଏକ ଘର ଭିତରୁ ମିଳିଛି । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳରେ ଏହି ଘଟଣାକୁ ନେଇ ଖେଳିଯାଇଛି ଚାଞ୍ଚଲ୍ୟ ।

ଖବର ଅନୁଯାୟୀ, କିଛି ମାସ ତଳେ ପୁରୁଷ ବନ୍ଧୁଙ୍କ ସହ ନାବାଳିକା ଜଣଙ୍କ ଫେରାର ହୋଇଯାଇଥିଲେ । କିଛି ଦିନ ଧରି ଉଭୟ ଅନ୍ୟ ଜାଗାରେ ରହିବା ପରେ ଫେରିଆସିଥିଲେ । ଏବେ କିଛି ଦିନ ହେବ ଆସିକା ନୂଆଗାଁରେ ଏକାଠି ରହୁଥିଲେ । ହେଲେ ହଠାତ ସେ ରହୁଥିବା ଘରୁ ଆସିଛି ଅଘଟଣର ଖବର ।  ଉକ୍ତ ଘରୁ ନାବାଳିକାଙ୍କର କ୍ଷତାକ୍ତ ମୃତଦେହ ମିଳିଛି । ମୃତଦେହ ମିଳିବା ପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଘଟଣାର ଛାନଭିନ୍‌ ଜାରି ରଖିଛି ।

Also Read:-ଫୁଲୁଛି ବୈତରଣୀ, ବଢ଼ୁଛି ଜଳସ୍ତର ! ଆସିବ ଛୋଟ ବନ୍ୟା, ପ୍ରଭାବିତ ହେବ ତଳିଆ ଅଞ୍ଚଳ

ସେପଟେ ନାବାଳିକାଙ୍କ ପରିବାର ପକ୍ଷରୁ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ନାବାଳିକାଙ୍କ ପରିବାର ଲୋକଙ୍କ ମୁତାବିକ, ତାଙ୍କୁ ଝିଅଙ୍କୁ  କେହି ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ପରେ ଜରଡ଼ା ଥାନା ପୋଲିସ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଜେରା କରୁଛି । ତେବେ ନାବାଳିକା ଜଣଙ୍କର ମୃତ୍ୟୁ କିପରି ହେଲା ? ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  

 

Source link



Source link

Leave A Reply

Your email address will not be published.