ବାଲେଶ୍ବର: ବୁଢ଼ାବଳଙ୍ଗ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦିନ ତମାମ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ। ହେଲେ ଏହାର ଭିତରେ ଘଟିଛି ଏକ ବଡ଼ ଦୁର୍ଘଟଣା । ବନ୍ୟାଜଳରେ ଫସିଥିବା ଲୋକଙ୍କୁ ବଞ୍ଚାଇବାକୁ ଯାଇ ନିଜେ ବିପଦରେ ପଡ଼ିଛନ୍ତି ଅଗ୍ନିଶମ କର୍ମଚାରୀ। ବିଦ୍ୟୁତ ଆଘାତରେ ଗୁରୁତର ହୋଇଛନ୍ତି ୫ କର୍ମଚାରୀ ।
ସୂଚନା ଅନୁସାରେ, ବାଲେଶ୍ୱର ଦର୍ଜି ପୋଖରୀ ନିକଟରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। ବନ୍ୟାଜଳରେ ଫସିଥିବା ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରି ଫେରୁଥିବା ସମୟରେ ପାଣି ଭିତରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ୫ ଜଣ ଅଗ୍ନିଶମ କର୍ମଚାରୀ। ବିଦ୍ୟୁତ ଆଘାତରେ ସମସ୍ତ ୫ ଜଣ ଆହତ ହୋଇଥିବା ବେଳେ ତୁରନ୍ତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ଚିକିତ୍ସା ଜାରି ରହିଛି।
Also Read: ମୟୂରଭଞ୍ଜରେ ପ୍ରବଳ ବର୍ଷାର ପ୍ରଭାବ: ଜଳକାରେ ଷଷ୍ଠ ବନ୍ୟା, ଯାତାୟାତ ଠପ୍
