Voice of Eastern India

କାକଦ୍ବୀପରେ ଥିବା ଟ୍ରଲର ମାଆ କାଳୀ ନୁହେଁ, ଏପର୍ଯ୍ୟନ୍ତ ମିଳିନି ୧୬ ମତ୍ସ୍ୟଜୀବୀଙ୍କ ପତ୍ତା


ଭୋଗରାଇ: ଇଲିଶି ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିବା ପଶ୍ଚିମବଙ୍ଗ ଶଙ୍କରପୁରରୁ୧୬ ଜଣ ମତ୍ସ୍ୟଜୀବୀ ନିଖୋଜ ଘଟଣାକୁ ନେଇ ଚର୍ଚ୍ଚା ବଢ଼ୁଛି। ନିଖୋଜ ଦେଢ଼ ସପ୍ତାହରୁ ଅଧିକ ବିତିଯାଇଥିଲେ ବି ମତ୍ସ୍ୟଜୀବୀମାନଙ୍କର କୌଣସି ପତ୍ତା ମିଳିନାହିଁ। ଏମିତିରେ ଶନିବାର ସକାଳେ ଶଙ୍କରପୁର ମାଛ ବ୍ୟବସାୟୀ ସଂଘର ସମ୍ପାଦକ ସ୍ୱଦେଶ ନାୟକ କହିଲେ, ୧୬ ଜଣ ମତ୍ସ୍ୟଜୀବୀଙ୍କ ଟ୍ରଲର କାକଦ୍ୱୀପ ବାଘେର ଦୀପ ଠାରୁ ଦୁଇ କିଲୋମିଟର ଦୂରରେ ଏକ ଦ୍ବୀପରେ ଫସି ରହିଛି। ମାତ୍ର ସକାଳେ ଦେଇଥିବା ଏହି ସୂଚନା ଏବେ ଭୁଲ ବୋଲି ଜଣାପଡ଼ିଛି। ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ସଂଘର ସମ୍ପାଦକ । ସେ କହିଛନ୍ତି ଟ୍ରଲରଟି ମାଆ କାଳୀ ନୁହେଁ ବରଂ ଅନ୍ୟ ଏକ ଟ୍ରଲର । ଆଉ ଏହି ଖବର ଆସିବା ପରେ ନିଖୋଜଙ୍କ ପରିବାର ଲୋକେ ପୁଣି ବ୍ୟତିବ୍ରସ୍ତ ହୋଇପଡ଼ିଛନ୍ତି। କୁଆଡ଼େ ଗଲେ ଏହି ୧୬ ମତ୍ସ୍ୟଜୀବୀ ତା’କୁ ପୁଣି ଚର୍ଚ୍ଚା ବଢ଼ିଛି।

ସୂଚନାଥାଉକି, ଜୁଲାଇ ୨ ତାରିଖ ଦିନ ଶଙ୍କରପୁରରୁ ୧୬ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ଇଲିଶି ମାଛ ମାରିବାକୁ ଯାଇଥିଲେ। ହେଲେ ଆଜିକୁ ପ୍ରାୟ ୧୦ରୁ ଅଧିକ ବିତିଯାଇଥିଲେ ବି, ସେମାନଙ୍କ କୌଣସି ପତ୍ତା ମିଳିନାହିଁ। ଏମିତିରେ ଏହି ମତ୍ସ୍ୟଜୀବୀଙ୍କ ପରିବାର ଲୋକେ ମତ୍ସ୍ୟଜୀବୀ ସଂଘ ଏବଂ ସରକାରଙ୍କୁ ନୌସେନା ହେଲିକପ୍ଟର ମାଧ୍ୟମରେ ଖୋଜିବା ପାଇଁ ଅନୁରୋଧ କରିଥିଲେ। ତଟରକ୍ଷୀ ବାହିନୀ ପକ୍ଷରୁ ସର୍ଚ୍ଚ ଜାରି ମଧ୍ୟ ରହିଛି।

Also Read: ନୀଳଗିରି ସହରରେ ବୁଲୁଛି ଭାଲୁ, ସାଇକେଲ ଆରୋହୀଙ୍କୁ କଲା ଆକ୍ରମଣ

Source link



Source link

Leave A Reply

Your email address will not be published.