Voice of Eastern India

ପୁଣି ସଡ଼କକୁ ଓହ୍ଲାଇଲେ ନେପାଳର Gen-Z, ଯେଉଁ ବାଲେନ ଶାହଙ୍କୁ ଦେଇଥିଲେ କ୍ଷମତା ତାଙ୍କୁ ଘେରିଲେ


କାଠମାଣ୍ଡୁ : ନେପାଳରେ ଯେଉଁ ସରକାର ଆଣିବା ପାଇଁ ଜେନ-ଜୀ ସଡ଼କକୁ ଓହ୍ଲାଇଥିଲା ଏବେ ସେହି ସରକାର ଜନତାଙ୍କ ଟାର୍ଗେଟ୍ ପାଲଟିଛନ୍ତି। କାଠମାଣ୍ଡୁରେ ରବିବାର ଶହଶହ ଲୋକେ ସରକାରଙ୍କ ପକ୍ଷରୁ ବିନା ପୁନର୍ବାସ ଯୋଜନାରେ ଜବରଦଖଲକାରୀଙ୍କୁ ବେଦଖଲ ଲାଗି ପଦକ୍ଷେପ ବିରୋଧରେ ସଡକକୁ ଓହ୍ଲାଇ ଆସିଛନ୍ତି। ଦେଶରେ ଏହା ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ନେତୃତ୍ୱାଧୀନ ସରକାରଙ୍କ ବିରୋଧରେ ପ୍ରଥମ ବଡ଼ ଚ୍ୟାଲେଞ୍ଜ। ଗତବର୍ଷ ହୋଇଥିବା ଜେନ-ଜୀକୁ ବାଲେନ ସମର୍ଥନ କରିଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନ ଯୋଗୁ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କୁ କ୍ଷମତାଚ୍ୟୁତ ହେବାକୁ ପଡିଥିଲା।

କାଠମାଣ୍ଡୁ ପୋଲିସ ବିରୋଧରେ ଆରମ୍ଭ ହୋଇଥିବା ଏହି ବିରୋଧ ପ୍ରଦର୍ଶନ ଗତ କିଛିଦିନ ହେଲା ଜାରି ରହିଛି। ଏହି ପ୍ରଦର୍ଶନ ଏବେ ଆହୁରି ତୀବ୍ର ହୋଇଛି। ଏହି ନୂଆ ବିରୋଧ ପ୍ରଦର୍ଶନରେ ବେଦଖଲ ହୋଇଥିବା ଲୋକଙ୍କ ସହିତ ହେଉଥିବା ଅମାନବୀୟ ବ୍ୟବହାରକୁ ଉଜାଗର କରିଛି। ଏହି ପ୍ରଦର୍ଶନରେ ଜେନ-ଜୀ ମଧ୍ୟ ସାମିଲ ହୋଇଛି। ସ୍ଥାନୀୟ ରିପୋର୍ଟ ଅନୁସାରେ ପ୍ରଦର୍ଶନରେ କିଛି କାର୍ଯ୍ୟକର୍ତ୍ତା, ଛାତ୍ର ଓ ସାମ୍ବାଦିକଙ୍କୁ ଗିରଫ ମଧ୍ୟ କରାଯାଇଛି। ସେମାନଙ୍କୁ ଜୋର ଜବରଦସ୍ତ ଅଟକ କେନ୍ଦ୍ରରେ ରଖା ଯାଇଛି।

ନେପାଳରେ ଚଳିତମାସ ପ୍ରାରମ୍ଭରେ ୨୫ ବର୍ଷ ବୟଷ୍କ ବିକ୍ଷୋଭକାରୀ ଗଣେଶ ନେପାଳୀ ରାଜଧାନୀ କାଠମାଣ୍ଡୁରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। କାରଣ ସହର ପୋଲିସ ତାଙ୍କ ମୋଟର ସାଇକେଲରେ ହ୍ୱିଲ ଲକ୍ ଲଗାଇଥିଲା। ତେବେ ରବିବାର ହୋଇଥିବା ପ୍ରଦର୍ଶନ କାଠମାଣ୍ଡୁରେ ସରକାରୀ କାର୍ଯ୍ୟାଳୟ ବାହାରେ ହୋଇଛି। ଏଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିବା ବେଳେ ଗରିବଙ୍କ ବିରୋଧରେ ଅତ୍ୟାଚାର ବନ୍ଦ କର, ମାନବାଧିକାରର ସମ୍ମାନ କର, ଅବୈଧ ଗିରଫଦାରୀ ବନ୍ଦ କର ଆଦି ସ୍ଲୋଗାନ ଦେଇ ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି।

ଶୁକ୍ରବାର କାଠମାଣ୍ଡୁର ଏକ ବସ୍ତିରେ ବନ୍ୟାପାଣି ପଶି ଯାଇଥିଲା। ଫଳରେ ପରିସ୍ଥିତି ବିଗିଡି ଯାଇଛି। ଏଠାରେ ୧୫୦ ବିସ୍ଥାପିତଙ୍କୁ ରଖା ଯାଇଥିଲା। ସୁରକ୍ଷା ବଳଙ୍କ ସହାୟତାରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ତେବେ ଶନିବାର ବହୁସଂଖ୍ୟାର ଯୁବକ ଓ କାର୍ଯ୍ୟକର୍ତ୍ତା ବିସ୍ଥାପିତ ଲୋକଙ୍କ ପରିସ୍ଥିତି ଦେଖିବାକୁ ପହଞ୍ଚିବାରୁ ପୋଲିସ ଭିଡକୁ ଘଉଡେଇବା ପାଇଁ ଲାଠି ଚାର୍ଜ କରିଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନରେ କିଛି କାର୍ଯ୍ୟକର୍ତ୍ତା ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲର ଭର୍ତ୍ତି କରାଯାଇଛି। ନେପାଳ କଂଗ୍ରେସ ଅଧ୍ୟକ୍ଷ ଗଗନ କୁମାର ଥାପ୍ପା କାର୍ଯ୍ୟକର୍ତ୍ତାଙ୍କ ଗିରଫ ଲାଗି ବାଲେନ ଶାହ ସରକାରହଙ୍କୁ ସମାଲୋଚନା କରିବା ସହ ଗିରଫ ଯୁବକ, କାର୍ଯ୍ୟକର୍ତ୍ତା ଓ ସାମ୍ବାଦିକଙ୍କ ମୁକ୍ତି ଦାବି କରିଛନ୍ତି।

Source link



Source link

Leave A Reply

Your email address will not be published.