Voice of Eastern India

ଆନ୍ଧ୍ରରେ କାୟା ମେଲାଇଲାଣି କୋଭିଡ୍, ଓଡ଼ିଶାରେ ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ


ଭୁବନେଶ୍ବର ୧୩।୭: ଆନ୍ଧ୍ରରେ ପୁଣି କାୟା ବିସ୍ତାର କଲାଣି କୋଭିଡ୍ । ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହାକୁ ଦୃଷ୍ଟିରେ ରଖି ସୀମାନ୍ତ ଓଡ଼ିଶାରେ ହାଇଆଲର୍ଟ ଜାରି କରାଯାଇଛି । ରାଜ୍ୟରେ କୋଭିଡ୍ ସତର୍କତା ବ୍ୟବସ୍ଥା ଜାରି ରହିଥିବା ସହ ନିୟମିତ ଭାବେ ଟେଷ୍ଟିଂ କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ସୂଚନା ଦେଇଛନ୍ତି ।

ଆନ୍ଧ୍ର ପ୍ରଦେଶ ସୀମାବର୍ତ୍ତୀ ଓଡ଼ିଶାର ଜିଲ୍ଲାଗୁଡ଼ିକର CDMOମାନଙ୍କୁ ସନ୍ଦିଗ୍ଧ ରୋଗୀଙ୍କର କୋଭିଡ୍ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ଟେଷ୍ଟିଂ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Also Read:- ମୋବାଇଲରେ ଚିକିତ୍ସା, ଅବହେଳାରୁ ମରିଗଲେ ରୋଗୀ… ମେଡିକାଲ ପରିସରରେ ପାଟିତୁଣ୍ଡ

ଆଗକୁ ରଥଯାତ୍ରା ଥିବାରୁ ସତର୍କତାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ତେବେ କୌଣସି କୋଭିଡ୍ ଲକ୍ଷଣ ଦେଖାଦେଲେ ପ୍ରଚଳିତ କୋଭିଡ୍ ନିୟମାବଳୀ ଅନୁସାରେ ପରୀକ୍ଷା ଓ ଚିକିତ୍ସା କରାଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Source link



Source link

Leave A Reply

Your email address will not be published.