Voice of Eastern India

NDA ସହ ମେଣ୍ଟ କରିପାରେ NCP(ଶରଦ)! ସଂକେତ ଦେଲେ ଜୟନ୍ତ ପାଟିଲ


ମୁମ୍ବାଇ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଶରଦ ପାୱାରର ବିରଷ୍ଠ ନେତା ଜୟନ୍ତ ପାଟିଲ ବିଧାୟକଙ୍କୁ ବିଜେପି ନେତୃତ୍ୱାଧୀନ ଏନଡିଏର ସାମିଲ ହେବା ପାର୍ଟି ଲାଗି ସବୁଠୁ ଭଲ ବିକଳ୍ପ ବୋଲି କହିଛନ୍ତି। ଜୟନ୍ତ ପାଟିଲଙ୍କୁ ଶରଦ ଯାଦବଙ୍କ ଅତ୍ୟନ୍ତ ବିଶ୍ୱାସପାତ୍ର ତଥା ନିକଟତମ ମନେ କରାଯାଏ। ପାର୍ଟି ସୂତ୍ର ଅନୁସାରେ ପାଟିଲ ନିକଟରେ ବିଧାୟକଙ୍କ ସହିତ ଏକ ବୈଠକ କରିଥିଲେ, ଯେଉଁଥିରେ ସେ ନେତୃତ୍ୱାର ବାର୍ତ୍ତା ବିଧାୟକଙ୍କ ନିକଟକୁ ପହଞ୍ଚାଇଛନ୍ତି ଓ ଏପରି ପଦକ୍ଷେପ କାହିଁକି ଆବଶ୍ୟକ ତାହା ମଧ୍ୟ ବୁଝାଇ ଦେଇଛନ୍ତି।

ବୈଠକରେ ସେ ବିଧାୟକଙ୍କ ଆପତ୍ତି ଦୂର କରିବାକୁ ତଥା ପାର୍ଟି ଯଦି ଏପରି ପଦକ୍ଷେପ ନିଏ ସେଥି ପାଇଁ ସମର୍ଥନ ହାସଲ ନିମନ୍ତେ ପାଟିଲ ଉଦ୍ୟମ କରିଛନ୍ତି। ଏନସିପି(ଶରଦ)ର ୨ ଜଣ ବିଧାୟକ ଏହା ପୁଷ୍ଟି କରିଛନ୍ତି। ଏହି ଘଟଣାକ୍ରମ ସେହି ଅଟକଳ ମଧ୍ୟରେ ସାମ୍ନାକୁ ଆସିଛି, ଯେଉଁଥିରେ ଏନସିପି(ଶରଦ)ର ବିଲୟ କଂଗ୍ରେସ ସହ ହୋଇପାରେ ବୋଲି ଅଟକଳ କରାଯାଉଥିଲା। ତେବେ ଏ ନେଇ ନିର୍ବାଚିତ ବିଧାୟକଙ୍କ ଭବିଷ୍ୟତର ଆଭିମୁଖ୍ୟ ଜାଣିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ପାର୍ଟି ସୂତ୍ର ଅନୁସାରେ ଏହି ବୈଠକରୁ ଜଣାପଡିଛି ଯେ ମାତ୍ର କିଛି ଜଣ ବିଜେପି ସହ ମେଣ୍ଟ ବିରୋଧରେ ଅଛନ୍ତି। କାରଣ ସେମାନେ ଏହାକୁ ବିଚାରଗତ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଓଲଟା ଭାବୁଥିଲେ ଓ ନେତୃତ୍ୱ ସେହି ନେତାଙ୍କୁ ମନାଇବା ପାଇଁ ଜୟନ୍ତ ପାଟିଲଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିଲେ। ପାର୍ଟିର ଅନ୍ତରୀଣ ବୈଠକରେ ବିଧାୟକଙ୍କୁ ଏହା କୁହାଯାଇଛି ଯେ ପାର୍ଟି ବିଜେପି ସହିତ ଗୋପନ ବାର୍ତ୍ତା କରୁଛି ଓ ଏହି ବାର୍ତ୍ତାର ପରିଣାମ ଆଧାରରେ ନିଷ୍ପତ୍ତି ନିଆଯିବ। ଏନସିପି(ଏସପି)ର ଜନୈକ ବିଧାୟକ କହିଛନ୍ତି ଯେ ଆମକୁ କୁହାଯାଇଛି ଯେ ପାର୍ଟିର ଅସ୍ତିତ୍ୱ ପାଇଁ ସବୁଠୁ ଭଲ ବିକଳ୍ପ ବିଜେପି ସହିତ ସହଯୋଗୀ ଭାବେ ସଂଯୁକ୍ତ ହେବା। ଯଦି ଏପରି ହୁଏ ତେବେ ଆମେ ମହାରାଷ୍ଟ୍ର ସମେତ କେନ୍ଦ୍ରରେ ସରକାରର ଅଂଶ ହୋଇ ପାରିବା।

କେତେକ ଏନସିପି(ଏସପି) ନେତାଙ୍କ ଅନୁସାରେ ସମାବାୟ ସଂସ୍ଥାଙ୍କ ଉପରେ ପାର୍ଟିର ପ୍ରଭାବକୁ ନଜରରେ ରଖି ଦୀର୍ଘ ସମୟ ଧରି ସରକାରରୁ ବାହାରେ ରହିବା ପାର୍ଟିର ଅସ୍ତିତ୍ୱ ଲାଗି ବିପଦ ହୋଇପାରେ। ପାର୍ଟି ନେତୃତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ସମବାୟ ଚିନି କାରଖାନା, ଡାୟେରୀ ୟୁନିୟନ ଓ ଋଣ ସମିତି ନେଟୱାର୍କ ସହ ଘନିଷ୍ଟ ରୂପେ ସଂସ୍ଲିଷ୍ଟ, ବିଶେଷ କରି ପଶ୍ଚିମ ମହାରାଷ୍ଟ୍ରରେ ଯେଉଁଠି ରାଜନୈତିକ ପ୍ରଭାବ ପାରମ୍ପରିକ ରୂପେ ସମବାୟ କ୍ଷେତ୍ରର ନିୟନ୍ତ୍ରଣରେ ରହିଛି।

Source link



Source link

Leave A Reply

Your email address will not be published.