Voice of Eastern India

Akansha: ଗୌରବଙ୍କଠୁ ଛାଡପତ୍ର ପରେ ଆକାଂକ୍ଷା କରିବେ ଦ୍ଵିତୀୟ ବିବାହ ? କହିଲେ-ପ୍ରଥମେ ମୁଁ ମୋର ପାଇଁ ଘର କିଣିବି ତାପରେ…


ମୁମ୍ଵାଇ ୦୮।୦୭; ଟେଲିଭିଜନ ସୁପରଷ୍ଟାର ଗୌରବ ଖାନାଙ୍କ ପତ୍ନୀ ଆକାଂକ୍ଷା ଚାମୋଲା ଏବେ ଚର୍ଚ୍ଚାରେ ଅଛନ୍ତି। ଆକାଂକ୍ଷା ଶୋ ଲକଅପରେ ନଜର ଆସିଛନ୍ତି । ଏହି ଶୋ’ରେ ସେ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ଫସିଯାଇଛନ୍ତି।

ଶୋ’ରେ ଏଣ୍ଟ୍ରି କରିବା ପରେ, ସେ ପ୍ରକାଶ କରିଥିଲେ ଯେ ସେ ଏବଂ ଗୌରବ ଛାଡପତ୍ର ନେଉଛନ୍ତି। ଗତ ବର୍ଷେ ହେବ ଦୁହେଁ ଅଲଗା ରହୁଛନ୍ତି।

ଆକାଂକ୍ଷାଙ୍କ ଏହି ଖୁଲାସା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ହେଲେ ଏବେ ଲାଟେଷ୍ଟ ଏପିସୋଡରେ ସେ ଛାଡପତ୍ର ପରେ ତାଙ୍କ ଜୀବନ ବିଷୟରେ ଆଲୋଚନା କରିଥିଲେ।

ସେ କହିଛନ୍ତି ପାମେଲା ସେରେନାଙ୍କ ସହିତ କଥାବାର୍ତ୍ତା ସମୟରେ ଆକାଂକ୍ଷା କହିଥିଲେ, “ମୁଁ ବହୁତ କମ୍ ବୟସରେ ବିବାହ କରିଥିଲି। ଯେତେବେଳେ ମୁଁ ବିବାହ କଲି ମୋତେ ସେତେବେଳେ ୨୪ ବର୍ଷ ହୋଇଥିଲା।

ପାମେଲା ଆକାଂକ୍ଷାଙ୍କ ଏହି ବୟାନର ଜବାବ ଦେଇଥିଲେ, “ତୁମେ ଏବେ ବି ୟଙ୍ଗ ଅଛ, ଆଉ ଥରେ ନିଜକୁ ସୁଯୋଗ ଦେଇପାରିବ। ହେଲେ ଆକାଂକ୍ଷା କହିଛନ୍ତି ଯେ ସେ ଆଉ ବିବାହ କରିବାକୁ ଚାହାଁନ୍ତି ନାହିଁ।

ଅଭିନେତ୍ରୀ କହିଛନ୍ତି, “ମୁଁ ଏପରି ଅନୁଭବ କରୁଛି ଯେ ମୁଁ ଆଉ ବିବାହ ପାଇଁ ପ୍ରସ୍ତୁତ ନୁହେଁ। କିନ୍ତୁ ମୋ ଜୀବନରେ ପ୍ରଥମ ଥର ପାଇଁ, ମୁଁ ଏକା ରହିବି। ଏହାର ଅର୍ଥ ନା ମୋ ବାପାମାଙ୍କ ଘରେ ନା ମୋ ସ୍ୱାମୀଙ୍କ ଘରେ।”

“ମୁଁ ମୋର ନିଜସ୍ୱ ଘର କିଣିବି। ଏବେ ମୁଁ ଏକା ମୋ ଜୀବନ ଏକା ବଞ୍ଚିବି। ଖୁବ୍ ବୁଲିବି ତାହା ପୁଣି ଏକା। ଏହାର ଅର୍ଥ ହେଉଛି ଗୌରବଙ୍କଠାରୁ ଅଲଗା ହେବା ପରେ, ଆକାଂକ୍ଷା ଏକା ରହିବେ।

Source link



Source link

Leave A Reply

Your email address will not be published.