Voice of Eastern India

Ananya Raj Dies: ୨୭ ବର୍ଷ ବୟସରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ: ମୃତ୍ୟୁର ମାସକ ପରେ ଜଣାଇଲା ପରିବାର


ମୁମ୍ବାଇ: ହିନ୍ଦୀ ସିନେମା ଜଗତରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ସେଭେନ ଆୱାର ଟୁ ଗୋ, ଦ ଫାଇନାଲ ଏଗଜିଟ, ଓ ଘୋଷ୍ଟ ଭଳି ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଅନନ୍ୟା ରାଜଙ୍କ ୨୭ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ପରିବାର ପକ୍ଷରୁ ଅନନ୍ୟାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରି ଏହି ଦୁଃଖଦ ଖବର ବିଷୟରେ ସୂଚନା ଦେଇଛନ୍ତି। ମାସେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ ଏହାକୁ ସିକ୍ରେଟ୍ ରଖିଥିଲେ। ଗତକାଲି ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦିଆଯାଇଛି।

ପରିବାରର ସୂଚନା ଅନୁସାରେ, ଜୁଲାଇ ୧୫ ତାରିଖ ଭୋର ସମୟରେ ଅନନ୍ୟାଙ୍କ ପରଲୋକ ହୋଇଥିଲା। ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ ପରିବାର ଏହି ଖବର ସାର୍ବଜନୀନ କରିଛନ୍ତି। ଏହି କଠିନ ସମୟରେ ପରିବାରର ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି।

Also Read- ଭୁଲ୍ କରି ଓଲଟା ଯୁକ୍ତି କଲେ, କହିବାରୁ ରେଳବାଇ କର୍ମୀଙ୍କୁ ବ୍ଲେଡ୍ରେ ଆକ୍ରମଣ କଲେ, ଗିରଫ କରି ଥାନାକୁ ନେଇଗଲା ପୁଲିସ

ଏକ ବର୍ଷ ଧରି ଅସୁସ୍ଥ ଥିଲେ

ପରିବାର ପକ୍ଷରୁ କୁହାଯାଇଛି ଯେ ଅନନ୍ୟା ଗତ ଏକ ବର୍ଷରୁ ଅଧିକ ସମୟ ଧରି ଶାରୀରିକ ଓ ମାନସିକ ଅସୁବିଧା ଦେଇ ଗତି କରୁଥିଲେ। ତଥାପି ସେ ଜଣେ ଦୃଢ଼ ମନୋବଳର ମଣିଷ ଥିଲେ ଏବଂ ସମସ୍ୟାକୁ ସାହସର ସହ ମୁକାବିଲା କରୁଥିଲେ। ଅନନ୍ୟା ଜଣେ ଦୃଢ଼ମନା ଓ ଆତ୍ମବିଶ୍ୱାସୀ ଝିଅ ଭାବେ ମନେ ରହିବେ। ତାଙ୍କ ଅନୁପସ୍ଥିତି ପରିବାର ଓ ନିକଟତମ ଲୋକଙ୍କ ପାଇଁ ସବୁବେଳେ ଅନୁଭବ ହେବ ବୋଲି ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖାଯାଇଛି।

ଫିଲ୍ମ ଜଗତରେ ଏମିତି ଥିଲା ଯାତ୍ରା

ମୁମ୍ବାଇରେ ବଢ଼ିଥିବା ଅନନ୍ୟା ଅଭିନୟ ସହ ମ୍ୟୁଜିକ୍ ଭିଡିଓରେ ମଧ୍ୟ କାମ କରିଥିଲେ। ସେ ୨୦୧୬ରେ ‘ ସେଭେନ ଆୱାର ଟୁ ଗୋ’ ଫିଲ୍ମ ଜରିଆରେ ହିନ୍ଦୀ ସିନେମାରେ ପାଦ ଥାପିଥିଲେ। ଏହାପରେ ୨୦୧୭ର ‘ ଦ ଫାଇନାଲ ଏଗଜିଟ’ ଓ ୨୦୧୯ର ‘ଘୋଷ୍ଟ’ ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କ ଫିଲ୍ମୋଗ୍ରାଫିରେ ଏହି ତିନୋଟି ହିନ୍ଦୀ ଫିଲ୍ମର ଉଲ୍ଲେଖ ମିଳେ।

Also Read- ବିଶିଷ୍ଟ ବଙ୍ଗୀୟ ଫିଲ୍ମ ନିର୍ମାତା ରାଜା ସେନଙ୍କ ପରଲୋକ; ଧାରାବାହିକ, ସିନେମା ଓ ଡକ୍ୟୁମେଣ୍ଟାରୀ, ସବୁଥିରେ ଥିଲେ ମାଷ୍ଟର

ଅନନ୍ୟା କେବଳ ହିନ୍ଦୀ ସିନେମାରେ ସୀମିତ ରହିନଥିଲେ। ସେ ଆଞ୍ଚଳିକ ସିନେମାରେ ମଧ୍ୟ ଅଭିନୟ କରିଥିଲେ। ତେଲୁଗୁ ଫିଲ୍ମ ‘ ଥାଗେଦେ ଲେରେ ନବୀନ ଚନ୍ଦ୍ର, ଦିବ୍ୟା ପିଲ୍ଲାଇ ଓ ପି. ରବି ଶଙ୍କରଙ୍କ ସହ ସ୍କ୍ରିନ୍ ଶେୟାର କରିଥିଲେ। ଏହି ଫିଲ୍ମ ୨୦୨୨ରେ ରିଲିଜ୍ ହୋଇଥିଲା। ଅନନ୍ୟାଙ୍କ ଅକାଳ ବିୟୋଗରେ ତାଙ୍କ ପ୍ରଶଂସକ ଓ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି। ୨୭ ବର୍ଷ ବୟସରେ ତାଙ୍କ ଏପରି ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଛି।

Source link



Source link

Leave A Reply

Your email address will not be published.