Voice of Eastern India

BGUରେ ନୂତନ ଛାତ୍ରଙ୍କୁ ସ୍ଵାଗତ, ବିଭିନ୍ନ ପାଠ୍ୟକ୍ରମ ପାଇଁ ନୂଆ ବ୍ୟାଚ୍ ଆରମ୍ଭ


ଭୁବନେଶ୍ୱର ୧୩।୦୮ : ପୂର୍ବ ଭାରତର ଅଗ୍ରଣୀ ଉଚ୍ଚଶିକ୍ଷା ଅନୁଷ୍ଠାନ ‘ବିର୍ଲା ଗ୍ଲୋବାଲ ୟୁନିଭରସିଟି’ (ବିଜିୟୁ) ର ଶିକ୍ଷାରମ୍ଭ ଦିବସ ୨୦୨୬ ମାଧ୍ୟମରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି। ଏହି କାର୍ଯ୍ୟକ୍ରମ ସହିତ ‘ବିର୍ଲା ସ୍କୁଲ୍ ଅଫ୍ ଆପ୍ଲାଏଡ୍ ସାଇନସେସ୍’ ଏବଂ ‘ବିର୍ଲା ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି’ର ନୂତନ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯାତ୍ରାର ଶୁଭାରମ୍ଭ ହୋଇଛି।

ଏହି କାର୍ଯ୍ୟକ୍ରମରେ ବିସିଏ (୨୦୨୬-୨୯), ଏମସିଏ (୨୦୨୬-୨୮) ଏବଂ ବି.ଟେକ୍ (୨୦୨୬-୩୦) ପାଠ୍ୟକ୍ରମର ନୂତନ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟକୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା। ଏହା ସେମାନଙ୍କୁ ବିଶ୍ୱବିଦ୍ୟାଳୟର ଶିକ୍ଷାଦାନ ପରିବେଶ, ମୂଲ୍ୟବୋଧ ଏବଂ ଲକ୍ଷ୍ୟ ସହିତ ପରିଚିତ ହେବାର ସୁଯୋଗ ପ୍ରଦାନ କରିଛି। ଏହି ଅବସରରେ ଆମଡକ୍ସର ଏଆଇ ଇନୋଭେସନ୍ ଆଣ୍ଡ ଅଟୋମେସନ୍ର ଡାଇରେକ୍ଟର ହିମାଂଶୁ ଜେସି ୱାଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଦୁବାଇର ପାରାମାଉଣ୍ଟ ଆସ୍ୟୋରର ସିଇଓ ପ୍ରେମଚାନ୍ଦ କୁରୁପ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିର୍ଲା ଗ୍ଲୋବାଲ ୟୁନିଭରସିଟିର କୁଳପତି ପ୍ରଫେସର କୁଲଭୂଷଣ ବଲୁନି, ବିର୍ଲା ସ୍କୁଲ୍ ଅଫ୍ ଆପ୍ଲାଏଡ୍ ସାଇନ୍ସେସ୍ ଏବଂ ବିର୍ଲା ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଡିନ୍ ଡ଼ଃ ସଞ୍ଜୟ କୁମାର କୁଅଁର, ଏବଂ ରେଜିଷ୍ଟ୍ରାର୍ ତନ୍ମୟ କୁମାର ପଟ୍ଟନାୟକଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଆଲୁମିନି, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ଶିକ୍ଷାରମ୍ଭ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ହିମାଂଶୁ ଜେସି ୱାଡିଆ କହିଥିଲେ, “ଜ୍ଞାନ ସହଜରେ ମିଳିପାରିବ, କିନ୍ତୁ ବିବେକର ପ୍ରକୃତ ମୂଲ୍ୟ ରହିଛି। ପ୍ରଶ୍ନ କରିବା, ଜଟିଳ ଚିନ୍ତନ ଏବଂ ପ୍ରଯୁକ୍ତିବିଦ୍ୟାର ସଠିକ୍ ବ୍ୟବହାର କରିବା ଶିଖନ୍ତୁ। ସାମୁହିକ ବିକାଶ ପାଇଁ ପାରିପାର୍ଶ୍ୱକ ପରିବେଶକୁ ସତର୍କତାର ସହ ଚୟନ କରନ୍ତୁ, କାରଣ ଏହା ଆପଣଙ୍କ ପ୍ରଗତି ପାଇଁ ଏକ ନୂଆ ଦିଗ ଦେଇପାରିବ।”

ନୂତନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସମ୍ମାନିତ ଅତିଥି ପ୍ରେମଚାନ୍ଦ କୁରୁପ କହିଥିଲେ, “କର୍ପୋରେଟ୍ ଜଗତରେ ଆପଣଙ୍କ ଅନ୍ତର୍ନିହିତ ଦକ୍ଷତା ସବୁଠାରୁ ଅଧିକ ଗୁରୁତ୍ୱ ବହନ କରିଥାଏ। ନିଜର ଲକ୍ଷ୍ୟ ପଥରେ ଧ୍ୟାନ କେନ୍ଦ୍ରିତ କରନ୍ତୁ, ପରିବର୍ତ୍ତନକୁ ସର୍ବଦା ଖୋଲା ହୃଦୟର ସହ ସ୍ୱାଗତ କରନ୍ତୁ ଏବଂ ନିଜର ସ୍ୱପ୍ନ ସହ କେବେ ବି ସାଲିସ କରନ୍ତୁ ନାହିଁ।”

ନୂତନ ବ୍ୟାଚ୍କୁ ସମ୍ବୋଧିତ କରି କୁଳପତି ପ୍ରଫେସର କୁଲଭୂଷଣ ବଲୁନି କହିଥିଲେ, “ନିଜର ମୂଳ ବିଷୟଗୁଡ଼ିକୁ ଗାମ୍ଭୀର୍ଯ୍ୟର ସହ ନିଅନ୍ତୁ, କିନ୍ତୁ ଏହା ସହ ଅନ୍ୟ ବିଷୟ ପ୍ରତି ମଧ୍ୟ ସଚେତନ ରୁହନ୍ତୁ। ସାମାଜିକ ସମ୍ପର୍କକୁ ସମ୍ମାନ ଦିଅନ୍ତୁ, ସାଂସ୍କୃତିକ ମୂଲ୍ୟବୋଧକୁ ସମ୍ମାନ ଦିଅନ୍ତୁ ଏବଂ ପାଠପଢ଼ା ବ୍ୟତୀତ ଅନ୍ୟାନ୍ୟ ଆବଶ୍ୟକୀୟ ଦକ୍ଷତା ହାସଲ କରନ୍ତୁ।”

Also Read:-ଆଲ୍ଲାଙ୍କୁ ଧନ୍ୟବାଦ ଦେଲେ ଟ୍ରମ୍ପ୍ ! କହିଲେ -‘ହର୍ମୁଜରେ ଆମେରିକା ତିଆରି କରିଛି ଲୁହାର ପାଚେରୀ’, କ’ଣ କରିବ ଇରାନ ?

ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି ଡିନ୍ ଡ଼ଃ ସଞ୍ଜୟ କୁମାର କୁଅଁର କହିଥିଲେ, “ଆମେ ଏପରି ଏକ ପ୍ରଯୁକ୍ତିବିଦ୍ୟାର ଯୁଗରେ ଜୀବନଯାପନ କରୁଛୁ, ଯେଉଁଠାରେ ଡିଜିଟାଲ୍ ଦୁନିଆ ଶୀଘ୍ର ଏଆଇ-ଚାଳିତ ଦୁନିଆରେ ରୂପାନ୍ତରିତ ହେଉଛି। ନିଜର ଦକ୍ଷତା ଓ ଜ୍ଞାନକୁ କ୍ରମାଗତ ଭାବେ ଅପଡେଟ୍ କରନ୍ତୁ। କେବଳ ଡିଗ୍ରୀ ହାସଲ କରିବା ଉପରେ ଧ୍ୟାନ ନଦେଇ ନୂତନ ସୁଯୋଗ ସୃଷ୍ଟି କରିବାରେ ଏହାର ବ୍ୟବହାର କରିହେବ ଏ ଦିଗରେ ଚିନ୍ତା ପୋଷଣ କରନ୍ତୁ।”

ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ରେଜିଷ୍ଟ୍ରାର୍ ତନ୍ମୟ କୁମାର ପଟ୍ଟନାୟକ କହିଥିଲେ, “ପ୍ରଯୁକ୍ତିବିଦ୍ୟା କ୍ରମାଗତ ଭାବେ ବଦଳୁଛି ଏବଂ ଆପଣଙ୍କୁ ଏହା ସହିତ ପରିବର୍ତ୍ତିତ ହେବାକୁ ପଡ଼ିବ। ବିଜିୟୁ ରେ ଆମେ ସର୍ବୋତ୍ତମ ଶିକ୍ଷାଦାନ ଅନୁଭୂତି ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ସର୍ଦଦା ଶ୍ରେଣୀଗୃହ ଶିକ୍ଷା ଠାରୁ କିଛି ଅଧିକ ଚିନ୍ତା କରନ୍ତୁ, ନୂତନତ୍ୱକୁ ଆପଣାନ୍ତୁ ଏବଂ ଶିଳ୍ପ ଜଗତ ପାଇଁ ନିଜକୁ ପ୍ରସ୍ତୁତ କରିବା ଦିଗରେ ଚେଷ୍ଟିତ ରୁହନ୍ତୁ।”

ଏହି କାର୍ଯ୍ୟକ୍ରମର ଶେଷରେ ବିର୍ଲା ସ୍କୁଲ୍ ଅଫ୍ ଆପ୍ଲାଏଡ୍ ସାଇନ୍ସେସ୍ ଏବଂ ବିର୍ଲା ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ସହକାରୀ ପ୍ରଫେସର ଡ଼ଃ ବନ୍ଦିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷାରମ୍ଭ ଦିବସ ସହ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ୨ ଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ।

Source link



Source link

Leave A Reply

Your email address will not be published.