କେନ୍ଦ୍ରାପଡା : ଗାଁରେ ବୁଲୁଚି ପ୍ରଚାର ଗାଡ଼ି। ଲୋକଙ୍କୁ ବୁଲି ବୁଲି ସଚେତନ କରୁଛି … କହୁଛି, କେନ୍ଦ୍ରାପଡ଼ା ସହରରେ ପହଁଞ୍ଚିଲାଣି କୁମ୍ଭୀର। ଅର୍ଥାତ୍ ନଈରେ ବୁଲୁଛି କୁମ୍ଭୀର, ଅଘଟଣା ନ ଘଟିବାକୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।
ସହରର ଭାସ୍କର ସିନେମା ପଛପାଖ ଗୋବରୀ ନଦୀରେ ଏକ କୁମ୍ଭୀର ଦେଖା ଯାଇଥିବା ନେଇ ଚର୍ଚ୍ଚା ହେଉଛି । ତେବେ କୁମ୍ଭୀରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ବନ୍ୟାପାଣିରେ କୁମ୍ଭୀରଟି ଉପରମୁଣ୍ଡକୁ ଚାଲି ଆସିଥିବା କୁହା ଯାଉଛି ।
Also Read- 200kg Shark Digha : ଜାଲରେ ପଡ଼ିଲା ଦୁଇ କୁଇଣ୍ଟାଲ ଓଜନର ସାର୍କ ମାଛ, ଦେଖିବାକୁ ଲୋକଙ୍କ ଭିଡ଼
ଗୋବରୀ ନଦୀର ତଳ ଅଞ୍ଚଳ ଗଣ୍ଡାଖିଆରେ ଏକାଧିକ କୁମ୍ଭୀର ଠାବ ହୋଇଥିବା ବେଳେ ପ୍ରଥମଥର ପାଇଁ କେନ୍ଦ୍ରାପଡା ସହର ଦେଇ ଯାଇଥିବା ଗୋବରୀ ନଦୀରେ କୁମ୍ଭୀର ଦେଖା ଯାଇଥିବା ଆଲୋଚନା ହେଉଛି । ଏ ନେଇ ମୁନିସିପାଲିଟି ପକ୍ଷରୁ ମାଇକ ଯୋଗେ ପ୍ରଚାର କରାଯାଇ ସଚେତନ କରାଯାଇଛି । କେନ୍ଦ୍ରାପଡା ଟାଉନ୍ ବାସିନ୍ଦା, କପାଳେଶ୍ଵର ଓ ଗୁଲୁନଗର ପଞ୍ଚାୟତର ବାସିନ୍ଦା ଗୋବରୀ ନଦୀ କୁ ନଯିବା ପାଇଁ ବାରଣ କରାଯାଇଛି।
Also Read-
