Crop Loss Compensation : ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ; ହଜାରେ କୋଟି ଟଙ୍କାର ପ୍ୟାକେଜ ଘୋଷଣା
ଭୁବନେଶ୍ୱର: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮୫୦୦, ଜଳସେଚିତ ଜମି ପାଇଁ ୧୭୦୦୦ ଘୋଷଣା କରିଛନ୍ତି। ୧୨ ମାସୀ ଫସଲ କ୍ଷତି ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ମିଳିବ।
Also Read- Gold Chain Robbery : ସକାଳୁୁ ସକାଳୁ ଝାମ୍ପି ନେଉଥିଲା ଚେନ୍ ; ଧରିଲେ ମହିଳା, ତାପରେ ଯାହା ହେଲା…
ସେପଟେ ବନ୍ୟା କ୍ଷୟକ୍ଷତି ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍ କରି ପୂରା ତଥ୍ୟ ଦେଇଛନ୍ତି। ଲଗାତାର ବନ୍ୟା କିଛି ଜିଲ୍ଲାରେ କ୍ଷତି ଘଟାଇଛି। ଯାଜପୁରର ୧୦ ବ୍ଲକର ୨୭୦ ଗାଁ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ୨ ଲକ୍ଷ ୮୦ ହଜାର ଲୋକ ବନ୍ୟା ପ୍ରଭାବିତ ହୋଇଚନ୍ତି। ଜିଲ୍ଲାରେ ୨୦୩ଟି ରିଲିଫ୍ ସେଣ୍ଟର ଖୋଲାଯାଇଛି। ଏମିତି କି ଭଦ୍ରକ ଜିଲ୍ଲାର ୪ ବ୍ଲକର ୧୪୯ ଗାଁ ବନ୍ୟା ପ୍ରଭାବିତ ହୋଇଛି । ଯାହା ଫଳରେ ଭଦ୍ରକରେ ବି ୨ ଲକ୍ଷ ୫୯ ହଜାର ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ବି ବନ୍ୟା ସ୍ଥିତି। ମୋଟ୍ ଭାବେ ୬ ଜିଲ୍ଲାର ୭୪ ବ୍ଲକ ବନ୍ୟା ପ୍ରଭାବିତ। ସେମିତି ଦେଖିବାକୁ ଗଲେ ୧୩୮୧ ଗାଁର ୯ ଲକ୍ଷ ୪୦ ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ୬ ଜିଲ୍ଲାରେ ୪୫ ଓଡ୍ରାଫ୍ ଓ ୮ NDRF ଟିମ୍ ମୁତୟନ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଗୋଟିଏ ଟାର୍ଗେଟ ଜିରୋ କାଜୁଆଲିଟି, ସେ ଦିଗରେ କାମ କରୁଛୁ। ସାପ କାମୁଡ଼ାରେ କାହାର ମୃତ୍ୟୁ ହୋଇ ନଥିବା ମୁଖ୍ୟମନ୍ତ୍ରୀ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି।
