Voice of Eastern India

ହଠାତ କମିଗଲା ସୁନା ରେଟ୍, ରୁପା ବି ଖସିଲା ! ଶୀଘ୍ର କିଣି ଦିଅନ୍ତୁ…


ନୂଆଦିଲ୍ଲୀ,୧୮/୦୮ : ଖସିଲା ସୁନା । କାରବାର ଆରମ୍ଭରୁ କମିଲା ରେଟ୍ । ଚଳିତ ସପ୍ତାହର ମଙ୍ଗଳବାର ସୁନା ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ଅନ୍ତର୍ଜାତୀୟ ବଜାରରୁ ଆରମ୍ଭ କରି ଘରୋଇ ବଜାରରେ ସୋମବାର ହଳଦିଆ ଧାତୁର ଦାମରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ହେଲେ ମଙ୍ଗଳବାର ଏହାର ବୀପରିତ ଚିତ୍ର ସାମ୍ନାକୁ ଆସିଛି । ରୁପାର ମଧ୍ୟ ସମାନ ସ୍ଥିତି ।

ଅନ୍ତର୍ଜାତୀୟ ବଜାରରେ ଉଭୟ ସୁନା ଏବଂ ରୁପା ଦାମ୍ ଖସିଛି । ସୁନା ଦର ପୂର୍ବଦିନ ଅପେକ୍ଷା ୦.୪୬ ପ୍ରତିଶତ ହ୍ରାସ ପାଇଛି । ଆଉନ୍ସ ପିଛା ଏହା ୪୪୫୨.୯୦ ଡଲାର ରହିଛି । ସେହିପରି ରୁପା ଦାମ୍ ୧.୩୫ ପ୍ରତିଶତ ଖସିଛି । ଆଉନ୍ସ ପିଛା ଏହା ୬୫.୩୩୫ ଡଲାରରେ ଏବେ ଟ୍ରେଡ୍ କରୁଛି ।

​​​​​​​Also Read :- ହୀରାକୁଦର ଆଉ ୩ଟି ଗେଟ୍ ଖୋଲିଲା, ମୋଟ୍ ୧୦ ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ମଧ୍ୟ ସୁନା ଦାମ୍ ହ୍ରାସ ପାଇଛି । ଏମସିଏକ୍ସରେ ସୁନା ୧୦ ଗ୍ରାମ୍ ପିଛା ଲକ୍ଷେ ୫୫ ହଜାର ପାଖାପାଖି ଟ୍ରେଡ୍ କରୁଛି । ରୁପା ମଧ୍ୟ କେଜି ପିଛା ୨ ଲକ୍ଷ ୩୫ ହଜାର ଟଙ୍କାରେ କାରବାର ଜାରି ରଖିଛି । ଦେଖିବାକୁ ଗଲେ ୨୪ କ୍ୟାରେଟ୍ ବିଶିଷ୍ଟ ସୁନା ଏମସିଏକ୍ସରେ ସୋମବାର ଅପେକ୍ଷା ୬୯୧ ଟଙ୍କା ହ୍ରାସ ପାଇ ୧,୫୫,୧୪୯ରେ ପହଁଚିଛି । ରୁପା ୨୨୪୮ ଟଙ୍କା କମି କେଜି ପିଛା ୨,୩୫,୮୦୦ ଟଙ୍କା ରହିଛି ।

ମଙ୍ଗଳବାର ଅର୍ଥାତ ଅଗଷ୍ଟ ୧୮ ତାରିଖରେ ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୫୫ ହଜାର ୫୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୪୨ ହଜାର ୫୬୯ ଟଙ୍କା ରହିଛି । ଅନ୍ୟ ଦିଗରେ ୧୮ କ୍ୟାରେଟ୍ ବିଶିଷ୍ଟ ସୁନାର ଦାମ୍ ଅଛି ୧ ଲକ୍ଷ ୧୬ ହଜାର ୬୪୮ ଟଙ୍କା । ଏତତ୍ ବ୍ୟତୀତ ରୁପା ଦର କେଜି ପିଛା ୨ ଲକ୍ଷ ୩୬ ହଜାର ୮୨୦ ଟଙ୍କା ରହିଛି ।

Source link



Source link

Leave A Reply

Your email address will not be published.