Voice of Eastern India

El Niño ପ୍ରଭାବ ଦେଶ ଉପରେ କମ୍ ପଡିପାରେ, ଏହା ସମ୍ପୂର୍ଣ୍ଣ ରୂପେ IOD ଉପରେ ନିର୍ଭରଶୀଳ

<!–

–>

ଏଲ୍‌ ନିନୋକୁ ନେଇ NDMA ସଦସ୍ୟ କ୍ରିଷ୍ଣା ଏସ୍‌. ବତ୍ସଙ୍କ ସୂଚନା । ଦେଶରେ ଏଲ୍‌ ନିନୋ ପ୍ରଭାବ କମ୍ ପଡ଼ିପାରେ । IOD- ଇଣ୍ଡିଆନ୍ ଓସେନ୍ ଡାଇପଲ୍ ଏଲ୍‌ ନିନୋ ପ୍ରଭାବକୁ କମାଇ ପାରିବ ।

Published By: Ruby – Prameya-News7 Bureau |
June 06, 2026 01:41 PM

NEWS7

<!–

–>

<!–

ଭୁବନେଶ୍ବର ୬।୬: ଦେଶରେ ଏଲ୍ ନିନୋର ପ୍ରଭାବ କମ୍ ପଡିପାରେ । ଏ ନେଇ ସୂଚନା ଦେଇଛନ୍ତି ଏନଡିଏମଏ ସଦସ୍ୟ ଏବଂ ବିଭାଗୀୟ ମୁଖ୍ୟ କ୍ରିଷ୍ଣା ଏସ୍. ବତ୍ସ । ସେ କହିଛନ୍ତି, ଓଡ଼ିଶା ତଥା ଦେଶ ଉପରେ ଏଲ୍ ନିନୋର କମ୍ ପ୍ରଭାବ ପଡିପାରେ । ଆଇଓଡି (ଇଣ୍ଡିଆନ୍ ଓସେନ୍ ଡାଇପଲ୍) ଏଲ୍ ନିନୋ ପ୍ରଭାବକୁ କମାଇ ପାରିବ । ଏଲ୍ ନିନୋ ପ୍ରଭାବ ସମ୍ପୂର୍ଣ୍ଣ ରୂପେ ଆଇଓଡି ଉପରେ ନିର୍ଭର କରେ । ତେଣୁ ଏଲ୍ ନିନୋ ପ୍ରଭାବ ନିଶ୍ଚିତ ପଡ଼ିବ ଏହା କୁହାଯାଇପାରିବନି ବୋଲି କ୍ରିଷ୍ଣା ଏସ୍. ବତ୍ସ କହିଛନ୍ତି । ଏ ବିଷୟରେ ବ୍ରିକ୍ସ ସମ୍ମିଳନୀରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ସେପଟେ, ସାରା ରାଜ୍ୟରେନିଆଁବର୍ଷୁଛି । ଘର ଭିତରେ ରହି ହେଉଛି ନା ବାହାରକୁ ବାହାରି ହେଉଛି । ଛଟପଟ ହେଉଛି ଜନଜୀବନ । ପଦାକୁ ବାହାରିଲେ ଝାଞ୍ଜି ମାଡ଼ । ପଶ୍ଚିମରୁ ଉପକୂଳ ସବୁଠି ତାତି ।ରାଜଧାନୀ ଭୁବନେଶ୍ବରରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୩ ଡିଗ୍ରୀ, ଆର୍ଦ୍ରତା ୭୭% ରହିଥିଲା । ଭୁବନେଶ୍ବରେ ତାତି ୪୭ ଡିଗ୍ରୀ ପରି ଅନୁଭୂତ ହେଉଛି ।

Also Read:- କଲବଲ କରୁଛି ଖରା, ଜଳୁଛି ପଶ୍ଚିମରୁ ଉପକୂଳ, ୩ ଦିନ ଯାଏଁ ଲାଗି ରହିବ ଗରମ ଓ ଗୁଳିଗୁଳି

ସେପଟେ, ସୋଆ ସିଇସି ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ, କେନ୍ଦ୍ରୀୟ ଭାରତ ଉପରେ ଥିବା ଟ୍ରଫଲାଇନ ଯୋଗୁ ବଙ୍ଗୋପସାଗର ପବନ ରାଜ୍ୟକୁ ଆସିପାରୁନି । ତେଣୁ ଜଳୀୟବାଷ୍ପ କମ୍ ରହୁଛି । ଏଥିଯୋଗୁ ତାତି ଅଚାନକ ବଢ଼ିଯାଇଛି । ୨/୩ ଦିନ ଭିତରେ ଟ୍ରଫଲାଇନ ପ୍ରଭାବ କମିଯିବ । ତଥାପି ରାଜ୍ୟରେ ଗରମ ପ୍ରକୋପ ୧୧ ତାରିଖ ପର୍ଯ୍ୟନ୍ତ ରହିପାରେ । କାଳବୈଶାଖୀ ବର୍ଷା ୧୧ରୁ ବଢ଼ିପାରେ । ୧୩-୧୪ ବେଳକୁ ରାଜ୍ୟରେ ଅଳ୍ପ ବର୍ଷା ସମ୍ଭାବନା ଅଛି । ଏଥର ସମ୍ଭବତଃ ଅଳ୍ପ ବର୍ଷାକୁ ନେଇ ମୌସୁମୀ ଓଡ଼ିଶାରେ ପ୍ରବେଶ କରିପାରେ । ଏ ନେଇ ଆଉ କିଛିଦିନ ପରେ ଚିତ୍ର ସ୍ପଷ୍ଟ ହେବ ।

Watch Video:

Source link

Source link

Leave A Reply

Your email address will not be published.