<!–
ଏୟାର ଇଣ୍ଡିଆର ଏକ ଫ୍ଲାଇଟ୍ ଅମୃତସର ଏୟାରପୋର୍ଟରେ ଗୋ ଆରାଉଣ୍ଡ ଯିବା ସମୟରେ କିଛି ସମୟ ପାଇଁ ପାକିସ୍ତାନ ଏୟାରସ୍ପେସ୍ କୁ ଚାଲି ଯାଇଥିଲା। ମାମଲାରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ଘଟଣାକୁ ନେଇ ବୟାନ ଜାରି କରିଛନ୍ତି।
Published By: Biswanath – Prameya-News7 Bureau |
June 24, 2026 11:00 PM
NEWS7
<!–
–>
ନୂଆଦିଲ୍ଲୀ: ଦିଲ୍ଲୀରୁ ଅମୃତସର ଯାଇଥିବା ଏୟାର ଇଣ୍ଡିଆର ଏକ ଫ୍ଲାଇଟ୍ ଅମୃତସର ଏୟାରପୋର୍ଟରେ ଗୋ ଆରାଉଣ୍ଡ ଯିବା ସମୟରେ କିଛି ସମୟ ପାଇଁ ପାକିସ୍ତାନ ଏୟାରସ୍ପେସ୍ କୁ ଚାଲି ଯାଇଥିଲା। ଏହି ଘଟଣାଟି ଜୁନ ୨୨ ତାରିଖର ତେବେ ଏୟାର ଇଣ୍ଡିଆ ବୁଧବାର ମାମଲାରେ ସ୍ପଷ୍ଟିକରଣ ଜାରି କରିଛି। ଏୟାର ଇଣ୍ଡିଆ କହିଛି ଯେ ଏହି ଘଟଣାର ଅନ୍ତରୀଣ ଯାଞ୍ଚ କରାଯାଉଛି। ଏୟାର ଇଣ୍ଡିଆ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛି ଯେ ଜୁନ ୨୨ ତାରିଖରେ ଦିଲ୍ଲୀ-ଅମୃତସର ବିମାନ ଏଆଇ ୪୭୯ କ୍ରୁ ଏୟାର ପୋର୍ଟ ଉପରେ ଗୋ ଆରାଉଣ୍ଡ କରୁଥିବା ବେଳେ କିଛି ସମୟ ପାଇଁ ପାକିସ୍ତାନ ଏରୋସ୍ପେସ୍ କୁ ପଶି ଯାଇଥିଲା। ଏହି ଘଟଣାର ସୂଚନା ରେଗୁଲେଟରୀ ଅଥରିଟିକୁ ଦେଇ ଦିଆଯାଇଛି।
ଏହି ମାମଲାରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ଘଟଣାକୁ ନେଇ କହିଛନ୍ତି ଯେ ୨୨ ଜୁନ ୨୦୨୬ରେ ଏୟାର ଇଣ୍ଡିଆ ଫ୍ଲାଇଟ୍ ଏଆଇ ୪୭୯ ଏୟାରବସ୍ ୩୨୧ ବିମାନ (ଭିଟି-ପିପିଭି) ଆପ୍ରୋଚ କରୁଥିବା ବେଳେ ତାକୁ ହୋଲ୍ଡ କରିବାକୁ କୁହାଯାଇଥିଲା। କାରଣ ବାର୍ଡ ଷ୍ଟ୍ରାଇକ୍ (ପକ୍ଷୀ ସହ ଧକ୍କା ଲାଗିବା ଯୋଗୁ) କାରଣରୁ ରନୱେ ନିରୀକ୍ଷଣ କରାଯାଉଥିଲା। ରାଡାର ଭେକ୍ଟରିଂ କାଳରେ ଆପ୍ରୋଚ୍ ଆରମ୍ଭ କରିବା ପରେ ବିମାନ କିଛି ସମୟ ପାଇଁ ପାକିସ୍ତାନ ଏୟାରସ୍ପେସ୍ କୁ ଚାଲି ଯାଇଥିଲା। ଏହି ଘଟଣା ସମ୍ପର୍କରେ ପାକିସ୍ତାନ ଏଟିସି ଅଧିକାରୀଙ୍କ ସହିତ ସମନ୍ୱୟ କରାଯାଇଛି। ଶେଷରେ ବିମାନକୁ ଦିଲ୍ଲୀ ଡାଇଭର୍ଟ କରାଯାଇଥିଲା ଓ ଏହା ସୁରକ୍ଷିତ ରୂପେ ଦିଲ୍ଲୀରେ ଅବତରଣ କରିଛି।