Voice of Eastern India

Horoscope Today : ଜୁନ ୨୭ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ


ମେଷ– ଆର୍ଥିକ କ୍ଷେତ୍ରରେ ଭଲ ସୁଯୋଗ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ପରିବାରରେ ଖୁସିର ପରିବେଶ ରହିବ। ନୂଆ ଯୋଜନା ଆରମ୍ଭ କରିବାକୁ ଦିନଟି ଅନୁକୂଳ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେ ରୁହନ୍ତୁ। ସନ୍ଧ୍ୟାରେ ଶୁଭ ସମ୍ବାଦ ମିଳିପାରେ।

ବୃଷ– ଘରେ ଶୁଭ କାର୍ଯ୍ୟର ଆଲୋଚନା ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ। ବ୍ୟବସାୟ ଓ ଚାକିରିରେ ଲାଭର ସମ୍ଭାବନା ରହିଛି। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ସନ୍ତାନଙ୍କ ଉନ୍ନତିରେ ଖୁସି ମିଳିବ। ନିବେଶ ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ।

ମିଥୁନ– କାମର ଚାପ ଅଧିକ ରହିପାରେ। ଧୈର୍ଯ୍ୟ ରଖିଲେ ସଫଳତା ମିଳିବ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ପରିବାରରେ ସାମଞ୍ଜସ୍ୟ ରଖନ୍ତୁ। ଯାତ୍ରା ଯୋଗ ରହିଛି।

କର୍କଟ– ବ୍ୟବସାୟରେ ଆଶାଠାରୁ ଭଲ ଲାଭ ମିଳିପାରେ। ସମାଜରେ ସମ୍ମାନ ବଢ଼ିବ। ନୂଆ ପରିଚୟ ଭବିଷ୍ୟତରେ ଲାଭଦାୟକ ହେବ। ପରିବାରର ସହଯୋଗ ମିଳିବ। ଅଟକିଥିବା କାମ ଆଗକୁ ବଢ଼ିବ। ଧନ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ।

ସିଂହ– କାର୍ଯ୍ୟକ୍ଷେତ୍ରରେ ପଦମର୍ଯ୍ୟାଦା ବଢ଼ିପାରେ। ଉଚ୍ଚ ଅଧିକାରୀଙ୍କ ସମର୍ଥନ ମିଳିବ। ପରିବାର ସହ ସମୟ ଭଲ କଟିବ। ପ୍ରେମ ସମ୍ପର୍କ ମଧୁର ରହିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ନୂଆ କାର୍ଯ୍ୟରେ ସଫଳତା ମିଳିବ।

କନ୍ୟା– ଧୈର୍ଯ୍ୟର ସହ କାମ କରନ୍ତୁ। କାର୍ଯ୍ୟରେ ବିଳମ୍ବ ହେଲେ ମଧ୍ୟ ଫଳ ଭଲ ମିଳିବ। ସ୍ୱାସ୍ଥ୍ୟ ଠିକ୍ ରହିବ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ। ପରିବାରର ବୟସ୍କଙ୍କ ପରାମର୍ଶ ଲାଭଦାୟକ ହେବ। ସନ୍ଧ୍ୟାରେ ମନ ଶାନ୍ତ ରହିବ।

ତୁଳା– ଧନ ପ୍ରାପ୍ତିର ନୂଆ ମାର୍ଗ ଖୋଲିପାରେ। ବ୍ୟବସାୟରେ ଭଲ ଅର୍ଡର ମିଳିପାରେ। ପରିବାରରେ ଆନନ୍ଦର ପରିବେଶ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ଯାନବାହନ ଚଳାଇବା ବେଳେ ସତର୍କ ରୁହନ୍ତୁ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ବିଛା– ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବିଶ୍ୱାସ ବଢ଼ିବ। ଅଚାନକ ଧନଲାଭର ସୁଯୋଗ ମିଳିପାରେ। ବ୍ୟବସାୟରେ ଭଲ ପ୍ରଗତି ଦେଖିବେ। ପରିବାରରେ ସୁଖ ଓ ସହଯୋଗ ରହିବ। ସୃଜନଶୀଳ କାର୍ଯ୍ୟରେ ଆଗ୍ରହ ବଢ଼ିବ। ନୂଆ ନିଷ୍ପତ୍ତି ନେବା ପାଇଁ ସମୟ ଅନୁକୂଳ।

ଧନୁ– ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ଆବଶ୍ୟକ। ଦୂର ଯାତ୍ରାର ସମ୍ଭାବନା ରହିଛି। ପରିବାରର ସହଯୋଗ ମନୋବଳ ବଢ଼ାଇବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆଧ୍ୟାତ୍ମିକ ଚିନ୍ତା ବଢ଼ିବ।

ମକର– ଅଟକିଥିବା ଧନ ଫେରିପାରେ। ମିତ୍ରଙ୍କ ସହଯୋଗ ମିଳିବ। ନୂଆ ବ୍ୟବସାୟିକ ଯୋଜନା ଲାଭଦାୟକ ହେବ। ପରିବାରରେ ଶାନ୍ତି ରହିବ। ସମାଜରେ ସମ୍ମାନ ବଢ଼ିବ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ମାନନ୍ତୁ।

କୁମ୍ଭ– କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଉଚ୍ଚ ପଦସ୍ଥଙ୍କ ସହ ସମ୍ପର୍କ ଭଲ ରହିବ। ଧନଲାଭର ସୁଯୋଗ ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଅନାବଶ୍ୟକ ତର୍କରୁ ଦୂରେ ରୁହନ୍ତୁ।

ମୀନ– ଭାଗ୍ୟର ସହଯୋଗ ମିଳିବ। ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିପାରେ। ଧାର୍ମିକ ଯାତ୍ରାର ଯୋଗ ରହିଛି। ବ୍ୟବସାୟରେ ଧୀରେ ଧୀରେ ଉନ୍ନତି ହେବ। ପରିବାର ସହ ସୁଖଦ ସମୟ କାଟିବେ। ଗୁରୁଜନଙ୍କ ଆଶୀର୍ବାଦ ଲାଭଦାୟକ ହେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

Source link



Source link

Leave A Reply

Your email address will not be published.