Voice of Eastern India

Horoscope Today : ଜୁଲାଇ ୨୩ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ


ମେଷ– କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ ଏବଂ ଅଧୁରା କାମ ସମାପ୍ତ କରିବାର ସୁଯୋଗ ମିଳିବ। ଧନ ଆଗମନ ଭଲ ରହିପାରେ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପରିବାରରେ ସମନ୍ୱୟ ରହିବ। ନୂଆ ନିଷ୍ପତ୍ତି ନେବାବେଳେ ତରବର କରନ୍ତୁ ନାହିଁ।

ବୃଷ– ଭାଗ୍ୟର ସହଯୋଗରେ କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଗତି ହୋଇପାରେ। ବ୍ୟବସାୟରେ ନୂଆ ଯୋଗାଯୋଗ ଲାଭଦାୟକ ହେବ। ଅଟକିଥିବା ଟଙ୍କା ପାଇବାର ଆଶା ରହିଛି। ଯାତ୍ରା କିମ୍ବା ଦୂର ସମ୍ପର୍କରୁ ଲାଭ ମିଳିପାରେ।

ମିଥୁନ– କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ସାଧାରଣରୁ ଭଲ ରହିବ, କିନ୍ତୁ ଧାର ଦେବାରେ ସତର୍କ ରୁହନ୍ତୁ। ପୁରୁଣା ସମସ୍ୟାର ସମାଧାନ ମିଳିପାରେ। ନିଜ ଯୋଜନାକୁ ଗୋପନ ରଖିବା ଭଲ।

କର୍କଟ– ମାନସିକ ଚାପ କିଛି ହ୍ରାସ ପାଇବ। ଚାକିରି ଓ ବ୍ୟବସାୟରେ ନିଜ ପ୍ରୟାସର ଭଲ ଫଳ ମିଳିପାରେ। ଘରୋଇ କାର୍ଯ୍ୟରେ ଖର୍ଚ୍ଚ ବଢ଼ିପାରେ। ପରିବାରର କାହାରୋ ସହଯୋଗ ଆପଣଙ୍କ ପାଇଁ ଲାଭଦାୟକ ହେବ।

ସିଂହ– ଆତ୍ମବିଶ୍ୱାସ ବଢ଼ିବ ଏବଂ ନିଜ କାମରେ ପ୍ରଶଂସା ପାଇପାରନ୍ତି। ନୂଆ କାମ ଆରମ୍ଭ ପାଇଁ ଦିନଟି ମଧ୍ୟମରୁ ଭଲ। ଧନ ସମ୍ପର୍କିତ ନିଷ୍ପତ୍ତିରେ ସତର୍କତା ଆବଶ୍ୟକ।

କନ୍ୟା– ଆର୍ଥିକ ଦିଗରୁ ଦିନଟି ଭଲ ରହିପାରେ। ପୁରୁଣା ବକେୟା ଟଙ୍କା ଆଦାୟ ପାଇଁ ପ୍ରୟାସ କରନ୍ତୁ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ। ସ୍ୱାସ୍ଥ୍ୟ ପ୍ରତି ଅବହେଳା ନକରି ବିଶ୍ରାମ ନିଅନ୍ତୁ।

ତୁଳା– ମାନସିକ ଅସ୍ଥିରତା, ଚିନ୍ତା କିମ୍ବା ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ କଥାରେ ଆସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅର୍ଥ କାରବାର ଓ ନୂଆ ନିବେଶରେ ସତର୍କ ରୁହନ୍ତୁ। ଆଜି ଶାନ୍ତ ରହି ଅଧିକ ଚିନ୍ତା କରିବା ପରେ ପଦକ୍ଷେପ ନେବା ଭଲ।

ବିଛା– କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବାକୁ ପଡ଼ିପାରେ। ଆର୍ଥିକ ଦିଗରେ ମିଶ୍ର ଫଳ ମିଳିବ। ଗୁପ୍ତ ଶତ୍ରୁ କିମ୍ବା ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ସତର୍କ ରୁହନ୍ତୁ। ଅତୀତର କୌଣସି ବିଷୟ ନେଇ ମନ ଅଶାନ୍ତ ହୋଇପାରେ।

ଧନୁ– ବ୍ୟବସାୟ ଓ ଚାକିରିରେ ନୂଆ ସୁଯୋଗ ଆସିପାରେ। ବନ୍ଧୁ କିମ୍ବା ପରିଚିତଙ୍କ ସହଯୋଗରେ ଲାଭ ମିଳିପାରେ। ଧନ ଆଗମନର ନୂଆ ରାସ୍ତା ଖୋଲିପାରେ। ପରିବାର ସହିତ ସମୟ ବିତାଇଲେ ମାନସିକ ଶାନ୍ତି ମିଳିବ।

ମକର– କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବା ସହିତ ଲାଭ ମଧ୍ୟ ମିଳିପାରେ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଅଟକିଥିବା କାମ ଆଗକୁ ବଢ଼ିପାରେ। ଆର୍ଥିକ ଭାବେ ଦିନଟି ଅନୁକୂଳ ରହିବ।

କୁମ୍ଭ– ଭାଗ୍ୟର ସହଯୋଗ କିଛି କମ୍ ମିଳିପାରେ ଏବଂ କାମରେ ବିଳମ୍ବ ହୋଇପାରେ। ଦୂରଯାତ୍ରା କିମ୍ବା ଦୂରସ୍ଥ ବ୍ୟକ୍ତିଙ୍କ ସହ ଧନ ଲେନଦେନରେ ସତର୍କ ରୁହନ୍ତୁ। ବଡ଼ ନିବେଶ ଏଡ଼ାଇବା ଭଲ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଦେଲେ ମାନସିକ ଶାନ୍ତି ମିଳିବ।

ମୀନ– ଅଟକିଥିବା କୌଣସି କାମ ପୁଣି ଗତି ପାଇପାରେ। ଆର୍ଥିକ ଦିଗରେ ହଠାତ୍ ଲାଭର ସୁଯୋଗ ମିଳିପାରେ। ସହଭାଗିତା ବ୍ୟବସାୟରେ ସ୍ପଷ୍ଟତା ରଖନ୍ତୁ। ପରିବାର ଓ ଦାମ୍ପତ୍ୟ ଜୀବନରେ ସମ୍ପର୍କ ଭଲ ରହିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

Source link



Source link

Leave A Reply

Your email address will not be published.