Voice of Eastern India

Horoscope Today : ଜୁଲାଇ ୫ ତାରିଖ, ରବିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ


ମେଷ– ଘାତ ବାର ଯୋଗୁ କାର୍ଯ୍ୟରେ ବାଧା, ଅନାବଶ୍ୟକ ବିଳମ୍ବ ଓ ମାନସିକ ଅସ୍ଥିରତା ଦେଖାଦେଇପାରେ। ତର୍କବିତର୍କରୁ ଦୂରେଇ ରୁହନ୍ତୁ। ଧନ ନେଣଦେଣରେ ସତର୍କତା ଅବଲମ୍ବନ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ଶିବଙ୍କ ଆରାଧନା ଶୁଭ ଫଳ ଦେବ।

ବୃଷ– କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ବ୍ୟବସାୟରେ ଲାଭ ବଢ଼ିବ ଓ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ପରିବାରରେ ସୁଖଦ ପରିବେଶ ରହିବ। ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ଯାତ୍ରା ଲାଭଦାୟକ ହୋଇପାରେ।

ମିଥୁନ– ଘାତ ଚନ୍ଦ୍ର ପ୍ରଭାବରୁ ମାନସିକ ଚାପ, କାର୍ଯ୍ୟରେ ବାଧା ଓ ଅନାବଶ୍ୟକ ଧାଁ-ଦୌଡ଼ ହୋଇପାରେ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। କାହାକୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ। ଯାନବାହନ ଚଳାଇବା ବେଳେ ସାବଧାନ ରୁହନ୍ତୁ। ଗଣେଶଙ୍କ ପୂଜା ଶୁଭ ରହିବ।

କର୍କଟ– କାର୍ଯ୍ୟରେ ଉନ୍ନତିର ସୁଯୋଗ ଥିଲେ ମଧ୍ୟ କିଛି ବାଧା ଓ ବିଳମ୍ବ ଦେଖାଦେଇପାରେ। ପରିବାରରେ ସାମାନ୍ୟ ମତଭେଦ ସମ୍ଭବ। ଆର୍ଥିକ ସ୍ଥିତି ସନ୍ତୁଳିତ ରହିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଧୈର୍ଯ୍ୟ ରଖିଲେ ଦିନର ଶେଷ ଭାଗ ଅନୁକୂଳ ହେବ।

ସିଂହ– ଆତ୍ମବିଶ୍ୱାସ ବଢ଼ିବ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଲାଭ ହେବ। ପରିବାରରେ ଶୁଭ ସମ୍ବାଦ ମିଳିପାରେ। ମାନ-ସମ୍ମାନ ବୃଦ୍ଧି ପାଇବ।

କନ୍ୟା– ଶିକ୍ଷା, ଚାକିରି ଓ ପ୍ରତିଯୋଗିତା କ୍ଷେତ୍ରରେ ଭଲ ଫଳ ମିଳିବ। ଦୂରଯାତ୍ରା ଲାଭଦାୟକ ହୋଇପାରେ। ଆର୍ଥିକ ସ୍ଥିତି ଉନ୍ନତ ରହିବ। ନୂଆ ଯୋଜନା ସଫଳ ହେବ। ପରିବାରରେ ଖୁସିର ପରିବେଶ ରହିବ।

ତୁଳା– ଦିନର ଆରମ୍ଭରେ କିଛି ବାଧା ଓ ମାନସିକ ଚାପ ରହିପାରେ, କିନ୍ତୁ ପରିଶ୍ରମରେ କାମ ସଫଳ ହେବ। ଧନ ଲେଣଦେଣରେ ସତର୍କ ରୁହନ୍ତୁ। ପରିବାରର ସହଯୋଗ ମିଳିବ। ସନ୍ଧ୍ୟା ପରେ ପରିସ୍ଥିତି ଅନୁକୂଳ ହେବ। ଦିନଟି ମିଶ୍ର ଫଳଦାୟକ।

ବିଛା– ଭାଗିଦାରୀ କାର୍ଯ୍ୟରେ ଲାଭର ସୁଯୋଗ ରହିବ, କିନ୍ତୁ ଭୁଲ ବୁଝାମଣାରୁ ସତର୍କ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ଧୈର୍ଯ୍ୟ ଆବଶ୍ୟକ। ସ୍ୱାସ୍ଥ୍ୟରେ ସାମାନ୍ୟ ସମସ୍ୟା ହୋଇପାରେ। ଆର୍ଥିକ ସ୍ଥିତି ସାଧାରଣ ରହିବ। ଦିନଟି ମିଶ୍ର ଫଳଦାୟକ।

ଧନୁ– କର୍ମକ୍ଷେତ୍ରରେ ସଫଳତା ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ବିଜୟ ମିଳିବ। ଋଣ କିମ୍ବା ପୁରୁଣା ସମସ୍ୟାର ସମାଧାନ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସ୍ୱାସ୍ଥ୍ୟ ଭଲ ରହିବ। ପରିଶ୍ରମର ଯଥାର୍ଥ ଫଳ ପାଇବେ।

ମକର– ଧନପ୍ରାପ୍ତିର ସୁଯୋଗ ଥିଲେ ମଧ୍ୟ ଅପ୍ରତ୍ୟାଶିତ ଖର୍ଚ୍ଚ ବଢ଼ିପାରେ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ରହିବ। ସନ୍ତାନ କିମ୍ବା ପରିବାର ପାଇଁ ଚିନ୍ତା ହୋଇପାରେ। ଧୈର୍ଯ୍ୟ ରଖିଲେ ଲାଭ ମିଳିବ। ଦିନଟି ମିଶ୍ର ଫଳଦାୟକ।

କୁମ୍ଭ– ଚନ୍ଦ୍ର ନିଜ ରାଶିରେ ଥିବାରୁ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଘରୋଇ ଓ କର୍ମକ୍ଷେତ୍ରର କାମ ସଫଳ ହେବ। ବ୍ୟବସାୟରେ ଲାଭ ଓ ଧନପ୍ରାପ୍ତିର ଯୋଗ ରହିଛି। ପରିବାରରେ ସୁଖଦ ପରିବେଶ ରହିବ। ନୂଆ ଯୋଜନା ଆରମ୍ଭ କରିପାରନ୍ତି।

ମୀନ– ଅନାବଶ୍ୟକ ଖର୍ଚ୍ଚ ଓ ମାନସିକ ଚିନ୍ତା ବଢ଼ିପାରେ। କାର୍ଯ୍ୟରେ ବିଳମ୍ବ ହେଲେ ମଧ୍ୟ ଶେଷରେ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ଦିନଟି ମିଶ୍ର ଫଳଦାୟକ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

Source link



Source link

Leave A Reply

Your email address will not be published.