Voice of Eastern India

Horoscope Today : ଅକ୍ଟୋବର ୩୧ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ


ମେଷ– ମିଶ୍ର ଫଳ ସକାଳେ ମାନସିକ ଅସ୍ଥିରତା ରହିପାରେ। ଧନ ଓ କାର୍ଯ୍ୟରେ ସୁଧାର ଆସିବ। ବ୍ୟବସାୟରେ ନୂଆ ଗ୍ରାହକ ମିଳିବ। ପରିବାରର ସହଯୋଗ ପାଇବେ। ଅଟକିଥିବା କାମ ଆଗକୁ ବଢ଼ିବ। ଅନାବଶ୍ୟକ କ୍ରୋଧ ଏଡ଼ାନ୍ତୁ।

ବୃଷ– ଚନ୍ଦ୍ର ଆପଣଙ୍କ ରାଶିକୁ ଆସିବାରୁ ଭାଗ୍ୟ ସାଥ ଦେବ। ଧନଲାଭର ଯୋଗ ରହିଛି। ବ୍ୟବସାୟରେ ବିକ୍ରୟ ବଢ଼ିବ। ଚାକିରିରେ ପ୍ରଶଂସା ମିଳିବ। ପରିବାରରେ ଶୁଭ ଖବର ଆସିବ। ନୂଆ ଯୋଜନା ସଫଳ ହେବ।

ମିଥୁନ– ମଧ୍ୟମ ଫଳ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସହକର୍ମୀଙ୍କ ସହଯୋଗ ମିଳିବ। ପଢ଼ା ଓ ପରୀକ୍ଷାରେ ଉନ୍ନତି ହେବ। ଯାତ୍ରା ଶୁଭ ରହିବ। ବନ୍ଧୁଙ୍କ ସହାୟତାରେ ଲାଭ ମିଳିବ। ସ୍ୱାସ୍ଥ୍ୟରେ ବିଶ୍ରାମ ନିଅନ୍ତୁ।

କର୍କଟ– ଶୁଭ ଫଳ ଆୟରେ ବୃଦ୍ଧି ହେବ। ବ୍ୟବସାୟରେ ଲାଭଜନକ ଅର୍ଡର ମିଳିବ। ଜମି ସମ୍ବନ୍ଧୀୟ କାମ ସଫଳ ହେବ। ପରିବାରରେ ଆନନ୍ଦ ବଢ଼ିବ। ମାନସମ୍ମାନ ପ୍ରାପ୍ତ ହେବ। ନୂଆ ସମ୍ପର୍କ ଲାଭଦାୟକ ହେବ।

ସିଂହ– କାର୍ଯ୍ୟଭାର ବଢ଼ିବ। ପରିଶ୍ରମର ଯଥାର୍ଥ ଫଳ ମିଳିବ। ଅଧିକାରୀଙ୍କ ସହଯୋଗ ପାଇବେ। ପରିବାରରେ ମତଭେଦ ଦୂର ହେବ। ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ନିବେଶରେ ସତର୍କ ରୁହନ୍ତୁ।

କନ୍ୟା– ଉନ୍ନତି ଫଳ ବ୍ୟବସାୟ ବିସ୍ତାର ପାଇଁ ଭଲ ଦିନ। ଅଟକିଥିବା ପେମେଣ୍ଟ ମିଳିପାରେ। ଧନ ସଞ୍ଚୟରେ ସଫଳତା ଆସିବ। ଚାକିରିରେ ଉନ୍ନତିର ଯୋଗ ରହିଛି। ପରିବାରର ସମର୍ଥନ ମିଳିବ। ଚୁକ୍ତି କରିବା ପୂର୍ବରୁ ଦଲିଲ ଯାଞ୍ଚ କରନ୍ତୁ।

ତୁଳା– ବଡ଼ ଆର୍ଥିକ ନିଷ୍ପତ୍ତି ଏଡ଼ାନ୍ତୁ। ବ୍ୟବସାୟରେ କାଗଜପତ୍ର ସତର୍କତାର ସହ ଦେଖନ୍ତୁ। ଧାର ଦେବାରୁ ଦୂରେ ରୁହନ୍ତୁ। ସ୍ୱାସ୍ଥ୍ୟରେ କ୍ଳାନ୍ତି ଅନୁଭବ କରିପାରନ୍ତି। ସନ୍ଧ୍ୟାରେ ପରିସ୍ଥିତି ଭଲ ହେବ। ଧୈର୍ଯ୍ୟ ରଖିଲେ କ୍ଷତି ଟଳିବ।

ବିଛା– ସଫଳତା ଫଳ ଅଟକିଥିବା କାମରେ ଗତି ଆସିବ। ବ୍ୟବସାୟରେ ଲାଭ ବଢ଼ିବ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ପୁରୁଣା ବିବାଦର ସମାଧାନ ହେବ। ଧନ ଆଦାୟରେ ସଫଳତା ମିଳିବ।

ଧନୁ– ମଧ୍ୟମ ଫଳ କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ରଖନ୍ତୁ। ଆୟ ସହ ଖର୍ଚ୍ଚ ମଧ୍ୟ ବଢ଼ିପାରେ। ଦୂରସ୍ଥ ସ୍ଥାନରୁ ଶୁଭ ସମ୍ବାଦ ଆସିବ। ପରିବାରରେ ବୁଝାମଣା ବଢ଼ିବ। ଯାତ୍ରାରୁ ଲାଭ ହେବ। ଶିକ୍ଷାରେ ସଫଳତା ମିଳିବ।

ମକର– ଲାଭ ଫଳ ବ୍ୟବସାୟରେ ଅର୍ଥ ଆଗମନ ବଢ଼ିବ। ସରକାରୀ କାମରେ ଅଗ୍ରଗତି ହେବ। ଚାକିରିରେ ନୂଆ ସୁଯୋଗ ମିଳିବ। ପରିବାରରେ ଶାନ୍ତି ବଜାୟ ରହିବ। ନିବେଶରୁ ଲାଭ ମିଳିବ। ପଦମର୍ଯ୍ୟାଦା ବଢ଼ିବ।

କୁମ୍ଭ– ଶୁଭ ଫଳ ଆତ୍ମବିଶ୍ୱାସ ବଢ଼ିବ। ପୁରୁଣା ସମସ୍ୟାର ସମାଧାନ ମିଳିପାରେ। ବ୍ୟବସାୟରେ ପ୍ରଚାରରୁ ଲାଭ ହେବ। ପରିବାରରେ ସମ୍ମାନ ବଢ଼ିବ। ମିତ୍ରଙ୍କ ସହଯୋଗ ମିଳିବ। ଧନ ପ୍ରାପ୍ତିର ଭଲ ଯୋଗ ରହିଛି।

ମୀନ– ସତର୍କତା ସହ ଶୁଭ ଗୁପ୍ତ ଶତ୍ରୁଙ୍କୁ ନେଇ ସତର୍କ ରୁହନ୍ତୁ। ବ୍ୟବସାୟରେ ନୂଆ ଯୋଜନା ଲାଭଦାୟକ ହେବ। ଅନାବଶ୍ୟକ ଖର୍ଚ୍ଚ କମାନ୍ତୁ। ଧ୍ୟାନ ଓ ପ୍ରାର୍ଥନାରେ ଶାନ୍ତି ମିଳିବ। ପରିବାରର ସହଯୋଗ ବଢ଼ିବ। ସନ୍ଧ୍ୟାରେ ଶୁଭ ସୁଯୋଗ ଆସିପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

Source link



Source link

Leave A Reply

Your email address will not be published.