Voice of Eastern India

IAS କହି ଲୋକଙ୍କୁ ଠକୁଥିଲା, ଏବେ ପୋଲିସ ହାବୁଡ଼ରେ ପଡ଼ିଲା


ଭୁବନେଶ୍ୱର: କମିଶନରେଟ୍ ପୋଲିସ ହାବୁଡ଼ରେ ପଡ଼ିଛି ବଡ଼ ଠକ । ରାଜଧାନୀରୁ ନକଲି ଆଇଏଏସ୍ ଗିରଫ କରିଛି ସହିଦ ନଗର ଥାନା । ଗିରଫ ଠକ ନାଁ ବରଦା ସୁଧୀର । ନିଜକୁ କଲେକ୍ଟର ପରିଚୟ ଦେଇ ଲୋକଙ୍କୁ ଠକୁଥିଲା ଅଭିଯୁକ୍ତ ନକଲି ଆଇଏଏସ୍ । ଫେକ୍ ଆଇଡି ଦେଖାଇ ଦେଖାଇ ବ୍ରାଣ୍ଡେଡ୍ ଜିନିଷ, ଚଷମା, ଜୋତା କିଣିବା ସହ ଷ୍ଟାର ହୋଟେଲରେ ରହୁଥିଲା ।

ଏପରି କି ନକଲି ଆଇଏଏସ୍ ବିଳାସମୟ କାରରେ ରାଜଧାନୀରେ ବୁଲୁଥିଲା । କୌଣସି ଜିନିଷ କିଣିବା ଉପରେ ଟଙ୍କା ମାଗିଲେ ଅନଲାଇନର ଫେକ୍ ଟ୍ରାଞ୍ଜେକ୍ସନ ଦେଖାଉଥିଲା । ଥାନାରେ ଏନେଇ ଅଭିଯୋଗ ପରେ ନକଲି ଆଇଏଏସକୁ ଗିରଫ କରିଛି କମିଶନରେଟ ପୋଲିସ । ଠକ ସୁଧୀର ନାଁରେ କମିଶନରେଟ ପୋଲିସ ବ୍ୟତୀତ ବିଭିନ୍ନ ଜିଲ୍ଲା ପୋଲିସରେ ରହିଛି ଠକେଇ ମାମଲା । ପୂର୍ବରୁ ବି ଗିରଫ ହୋଇ ଜେଲ ଯାଇଥିଲା । ଜେଲରୁ ବାହାରିବା ପରେ ନିଜକୁ ଆଇଏଏସ୍ ଅଫିସର ପରିଚୟ ଦେଇ ଠକେଇ କରୁଥିଲା ବୋଲି ଜଣାପଡ଼ିଛି ।

Source link



Source link

Leave A Reply

Your email address will not be published.