Voice of Eastern India

Jagannath devotees : ଜଗନ୍ନାଥଙ୍କୁ ଏମିତି ରଖିବା କେତେ ଦୂର ଠିକ୍ ? ଇଏ ଅବହେଳା ନା ଅସମ୍ମାନ ?


ନିମାପଡ଼ା : ସେ ଜଗତର ନାଥ ଜଗନ୍ନାଥ। କାଳିଆ ଠାକୁର। ତାଙ୍କୁ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ଭକ୍ତ ଶ୍ରୀକ୍ଷେତ୍ରକୁ ଧାଇଁ ଆସନ୍ତି। କିନ୍ତୁ ଏବେ ସେହି ମହାପ୍ରଭୁଙ୍କ ପ୍ରତି ଅବହେଳାର ଚିତ୍ର ନିମାପଡ଼ାରୁ ଆସିଛି ସାମ୍ନାକୁ। ସ୍ୱାଧୀନତା ଦିବସର ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଗନ୍ନାଥଙ୍କୁ ନେଇ ନୃତ୍ୟ ପରିବେଷଣ ହୋଇଥିଲା। ହେଲେ କାର୍ଯ୍ୟକ୍ରମ ସରିବା ପରେ ମହାପ୍ରଭୁଙ୍କ ମୂର୍ତ୍ତିକୁ ଯେଭଳି ଅବସ୍ଥାରେ ରଖାଯାଇଥିଲା, ତାହା ଜଗନ୍ନାଥପ୍ରେମୀଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି।

ନିମାପଡ଼ା ବାରବାଟୀ ପଡ଼ିଆରେ ପଞ୍ଚାୟତ ସମିତି ପକ୍ଷରୁ ଧୁମ୍ଧାମରେ ପାଳିତ ହେଉଥିଲା ସ୍ୱାଧୀନତା ଦିବସ। ପ୍ରଥମେ ଜାତୀୟ ପତାକା ଉତ୍ତୋଳନ ପରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ନିଜ ନିଜ କଳା ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଲ୍ଟିଭର୍ସ ସ୍କୁଲ ପକ୍ଷରୁ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଏକ ସ୍ୱତନ୍ତ୍ର ନୃତ୍ୟ ପରିବେଷଣ କରାଯାଇଥିଲା। ରଥ ଓ ମହାପ୍ରଭୁଙ୍କ ମୂର୍ତ୍ତିକୁ ମଞ୍ଚକୁ ଅଣାଯାଇଥିଲା ଏବଂ ଭକ୍ତିଭାବରେ ନୃତ୍ୟ ପରିବେଷଣ ହୋଇଥିଲା।

କିନ୍ତୁ କାର୍ଯ୍ୟକ୍ରମ ଶେଷ ହେବା ପରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି, ତାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ଅଭିଯୋଗ ଅନୁସାରେ, ମହାପ୍ରଭୁଙ୍କ ମୂର୍ତ୍ତିକୁ ଏକ ଟ୍ରାକ୍ଟର ଉପରେ ରଖାଯାଇ ଦୀର୍ଘ ସମୟ ଧରି ଛାଡ଼ି ଦିଆଯାଇଥିଲା। ଖରା ଓ ବର୍ଷା ମଧ୍ୟରେ ମଧ୍ୟ ମୂର୍ତ୍ତି ସେହି ଅବସ୍ଥାରେ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏପରି କି ଟ୍ରାକ୍ଟର ନିକଟରେ ଲୋକମାନେ ପରିସ୍ରା କରୁଥିବାର ବି ନଜର ଆସିଥିଲା। ଯାହା ଭିଡିଓରେ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କେବଳ ଏତିକି ନୁହେଁ, ପରେ ମହାପ୍ରଭୁଙ୍କ ମୂର୍ତ୍ତିକୁ ଟ୍ରାକ୍ଟର ଡାଲାରେ ନିଆଯାଉଥିବା ବେଳେ ଜଣେ ବ୍ୟକ୍ତି ଚପଲ ପିନ୍ଧି ଟ୍ରାକ୍ଟର ଉପରେ ବସିଥିବା ଏବଂ ତାଙ୍କ ଗୋଡ଼ ନିକଟରେ ଜଗନ୍ନାଥଙ୍କ ମୂର୍ତ୍ତି ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା।

 Also Read- Bharat Mata Mandir : ଭାରତ ମାତାଙ୍କ ମନ୍ଦିର, ଏଠାରେ ଅଗଷ୍ଟ୧୫ ରେ ହୁଏ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ସ୍ୱାଧୀନତା ଦିବସ ଅବସର କାର୍ଯ୍ୟକ୍ରମରେ ମହା ପ୍ରଭୁଙ୍କୁ ନେଇ ନୃତ୍ୟ ପରିବେଶଣ କରିବା କିଛି ଖରାପ ନୁହେଁ। କିନ୍ତୁ ତାପରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ଉଚିତ ସ୍ଥାନରେ ରଖିବାର ଥିଲା। ଏଭଳି ଏଣେତେଣେ ରଖିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜଗନ୍ନାଥପ୍ରେମୀ।

 

Source link



Source link

Leave A Reply

Your email address will not be published.