Voice of Eastern India

JNUରେ ଉମର ଖାଲିଦଙ୍କ ପୁସ୍ତକ ଉପରେ ଚର୍ଚ୍ଚା କାର୍ଯ୍ୟକ୍ରମ ବାତିଲ, ଜାଣନ୍ତୁ କ’ଣ କହିଲା ପ୍ରଶାସନ?


ନୂଆଦିଲ୍ଲୀ : ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ପୂର୍ବତନ ଛାତ୍ର ଉମର ଖାଲିଦଙ୍କ ପୁସ୍ତକ ‘ଫ୍ରାକ୍ଚର୍ଡ କମ୍ୟୁନିଟିଜ୍: ଆଦିବାସୀ ହିଷ୍ଟ୍ରି ଆଣ୍ଡ ଦି ପଲିଟିକ୍ସ ଅଫ ପାୱାର’ ଉପରେ ପ୍ରସ୍ତାବିତ ଚର୍ଚ୍ଚାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିଶ୍ୱବିଦ୍ୟାଳୟ ପ୍ରଶାସନ ଅଗଷ୍ଟ୧୦ରେ ସ୍କୁଲ ଅଫ ସୋସିଆଲ ସାଇନ୍ସେସ୍ (ଏସଏସଏସ୍) ଅଡିଟୋରିୟମରେ ହେବାକୁ ଥିବା କାର୍ଯ୍ୟକ୍ରମର ବୁକିଂ ବାତିଲ କରିଦେଇଛନ୍ତି। ପ୍ରଶାସନ ଅଭିଯୋଗ କରିଛି ଯେ କାର୍ଯ୍ୟକ୍ରମର ସୂଚନା ଦେବା ସମୟରେ କିଛି ତଥ୍ୟ ଲୁଚା ଯାଇଥିଲା।

ଏ ନେଇ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପ୍ରଶାସନ କହିଛି ଯେ ‘ଜେଏନୟୁ ଏକ ଗଣତାନ୍ତ୍ରିକ ତଥା ବିକେନ୍ଦ୍ରିକ୍ରୁତ ସଂସ୍ଥା ଅଟେ। ଏହି କାର୍ଯ୍ୟକ୍ରମ ଲାଗି ଅନୁମତି ଏସଏସଏସ୍ ଡିନ ଦେଇଥିଲେ ଓ ଏହାକୁ ବାତିଲ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ସେ ନିଜେ କରିଛନ୍ତି। ୧୦ ଅଗଷ୍ଟ ୨୦୨୬ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇ ନଥିବା କାରଣରୁ ଏସଏସଏସ-୧ ଅଡିଟୋରିୟମ ବୁକିଂ ବାତିଲ କରିଦିଆଯାଇଛି ’।

ଏହା ସହିତ ଏସଏସଏସ ପ୍ରଫେସର ଅବିନାଶ କୁମାରଙ୍କୁ ଡିନ୍ ଙ୍କ ପକ୍ଷରୁ ପତ୍ର ଦିଆଯାଇ କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ଉମର ଖାଲିଦଙ୍କ ପୁସ୍ତକ ଉପରେ ଚର୍ଚ୍ଚା ହେବାର ଥିଲା। ଖାଲିଦ ଦିଲ୍ଲୀ ଦଙ୍ଗା ସମ୍ପର୍କିତ ଷଡ଼଼ଯନ୍ତ୍ର ମାମଲାରେ ଏବେ ଜେଲରେ ଅଛନ୍ତି। ଏହି କାର୍ଯ୍ୟକ୍ରମ ଜେଏନୟୁଏସୟୁ ପକ୍ଷରୁ ଆଦିବାସୀ ଦିବସ ଅବସରରେ ଅନୁଷ୍ଠିତ ହେବାର ଥିଲା। ଏଥିରେ ପ୍ର.ପ୍ରଭୁ ମହାପାତ୍ର, ପ୍ର.ଉମା ଚକ୍ରବର୍ତ୍ତୀ ଓ ହର୍ଷ ମନ୍ଦରଙ୍କ ସମେତ ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ବକ୍ତା ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟକ୍ରମ ପୂର୍ବରୁ ବୁକିଂ ରଦ୍ଦ କରିଦେଇଛନ୍ତି।

Source link





Source link

Leave A Reply

Your email address will not be published.