Voice of Eastern India

Lionel Messi’s home: କେବଳ ପଡ଼ିଆରେ ଖେଳ ନୁହେଁ, ଫୁଟବଲ୍‌ କିମ୍ବଦନ୍ତୀ ମେସିଙ୍କ ଘର ବି ଶିଖାଏ ବହୁତ କିଛି


ନୂଆଦିଲ୍ଲୀ: ଫୁଟବଲ୍ ଦୁନିଆର ମହାନାୟକ ଲିଓନେଲ୍ ମେସି କେବଳ ପଡ଼ିଆରେ ନୁହେଁ, ବରଂ ନିଜର ଜୀବନଶୈଳୀରେ ମଧ୍ୟ କୋଟି କୋଟି ପ୍ରଶଂସକଙ୍କ ପାଇଁ ଏକ ପ୍ରେରଣା। ଯେପରି ତାଙ୍କର ଖେଳ ଦେଖିବାକୁ ସୁନ୍ଦର ଏବଂ ସହଜ ମନେହୁଏ, ଠିକ୍ ସେହିପରି ତାଙ୍କ ଘରର ଆଭ୍ୟନ୍ତରୀଣ ସାଜସଜା ବା ଇଣ୍ଟିରିୟର୍ ଡିଜାଇନ୍ (Interior Design) ମଧ୍ୟ ବେଶ୍ ଆକର୍ଷଣୀୟ। ତାଙ୍କ ଘର ବିଳାସପୂର୍ଣ୍ଣ ହେବା ସହିତ ସେଥିରେ ପରିବାରର ସ୍ନେହ ଏବଂ ଶାନ୍ତିର ଏକ ନିଆରା ଝଲକ ଦେଖିବାକୁ ମିଳେ।

ଯଦି ଅପଣ ନିଜ ଘରକୁ ଏକ ଆଧୁନିକ, ସୁନ୍ଦର ଏବଂ ଆରାମଦାୟକ ରୂପ ଦେବାକୁ ଚାହୁଁଛନ୍ତି, ତେବେ ମେସିଙ୍କ ଘରେ କଣ ସବୁ ରହିଛି ଜାଣିରଖନ୍ତୁ । ମେସିଙ୍କ ଲିଭିଙ୍ଗ୍ ରୁମରେ ଅର୍ଦ୍ଧବୃତ୍ତାକାରସୋଫାର ବ୍ୟବହାର କରାଯାଇଛି, ଯାହା କାନ୍ଥ ସହିତ ସଂଲଗ୍ନ ହୋଇ ରହିଛି। ଏହା ସହିତ ଘରେ ଉପରୁ ତଳ ଯାଏଁ ବଡ଼ ବଡ଼ କାଚର ଝରକା ରହିଛି, ଏ ଦ୍ୱାରା ପ୍ରାକୃତିକ ସୂର୍ଯ୍ୟାଲୋକ ସହଜରେ ଘର ଭିତରକୁ ଆସିପାରୁଛି।

ଏହିପରି ଗୋଲାକାର ବା ବକ୍ରାକାର ସୋଫା ପକାଇବା ଦ୍ୱାରା ଘରର କୋଣଗୁଡ଼ିକର ତୀକ୍ଷ୍ଣତା କମିଯାଏ ଏବଂ ଘରଟି ଅଧିକ ମୁକ୍ତ ତଥା ସ୍ୱାଗତଯୋଗ୍ୟ ମନେହୁଏ। ଏହା ପରଷ୍ପର ମଧ୍ୟରେ କଥାବାର୍ତ୍ତା ହେବା ପାଇଁ ମଧ୍ୟ ବେଶ୍ ସହଜ ପରିବେଶ ସୃଷ୍ଟି କରିଥାଏ। ମେସିଙ୍କ କିଚେନ୍ ବା ରୋଷେଇ ଘରର ଟେବୁଲ୍ ପାଖରେ ସ୍ୱଚ୍ଛ ଚେୟାର୍ ସହିତ କଳା ରଙ୍ଗର କୋମଳ ଗଦି ବା କୁସନ୍ ପଡ଼ିଥିବାର ଦେଖିବାକୁ ମିଳେ।

ଏହି ଡିଜାଇନ୍ ଘରକୁ ଏକ ଆଧୁନିକ ରୂପ ଦିଏ। କାଚ ଭଳି ସ୍ୱଚ୍ଛ ଚେୟାର୍ ଯୋଗୁଁ ରୋଷେଇ ଘରଟି ବଡ଼ ଏବଂ ଖୋଲା ମେଲା ଦେଖାଯାଏ, ସେହିପରି କଳା ରଙ୍ଗର କୁସନ୍ ଏହାକୁ ଏକ ଗମ୍ଭୀର ଓ ସୁନ୍ଦର ଲୁକ୍ ପ୍ରଦାନ କରିଥାଏ। ଯେଉଁମାନେ ନିଜ ଡାଇନିଂ ଏରିଆକୁ ହାଲୁକା ଏବଂ ଆକର୍ଷଣୀୟ କରିବାକୁ ଚାହାଁନ୍ତି, ସେମାନେ ଏହାକୁ ବ୍ୟବହାର କରିପାରିବେ।

ମେସିଙ୍କ ଘରର କାନ୍ଥ ଏବଂ ଚଟାଣରେ ବିଭିନ୍ନ ପ୍ରକାରର କାଠର ଗଠନ ବ୍ୟବହାର କରାଯାଇଛି। ଏଠାରେ ଗାଢ଼ ଏବଂ ହାଲୁକା ଉଭୟ ପ୍ରକାରର କାଠର ରଙ୍ଗ ଦେଖିବାକୁ ମିଳେ।

ଘରର ଡିଜାଇନ୍ ଯେତେ ଆଧୁନିକ ହେଲେ ମଧ୍ୟ କାଠର ବ୍ୟବହାର ଘରକୁ ଏକ ପ୍ରାକୃତିକ ଏବଂ ପାରମ୍ପରିକ ରୂପ ପ୍ରଦାନ କରେ। ମେସିଙ୍କ ଘର ଭଳି ଉଡେନ୍-ଫ୍ଲୋରିଂ ବ୍ୟବହାର କରିବା ଦ୍ୱାରା ଘର ଦୀର୍ଘସ୍ଥାୟୀ ହେବା ସହ ଏହାର ସୌନ୍ଦର୍ଯ୍ୟ ବହୁଗୁଣିତ ହୋଇଥାଏ।

ଘରର ଶାନ୍ତ ପରିବେଶକୁ ଟିକେ ରଙ୍ଗୀନ ଏବଂ ଭିନ୍ନ ରୂପ ଦେବା ପାଇଁ, ମେସି ତାଙ୍କର ଧଳା ରଙ୍ଗର ଭେଲଭେଟ୍ ସୋଫା ଉପରେ ବିଭିନ୍ନ ପ୍ରକାରର ଫଟୋ କିମ୍ବା ଡିଜାଇନ୍ ଛପା ହୋଇଥିବା ତକିଆ ରଖିଛନ୍ତି। ଧଳା କିମ୍ବା ହାଲୁକା ରଙ୍ଗର ଭେଲଭେଟ୍ ସୋଫା ଘରକୁ ଏକ ରୟାଲ୍ ବା ରାଜକୀୟ ଲୁକ୍ ଦେଇଥାଏ। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ସାଧା ନରଖି ତାହା ଉପରେ କିଛି ସ୍ମୃତିଭରା ଫଟୋ କିମ୍ବା ସୁନ୍ଦର ପ୍ରିଣ୍ଟେଡ୍ କୁସନ୍ ପକାଇଲେ ଘରର ପରିବେଶ ଜୀବନ୍ତ ହୋଇଉଠେ।

ଲିଓନେଲ୍ ମେସିଙ୍କ ଘରର ସାଜସଜାରୁ ଏହା ସ୍ପଷ୍ଟ ଯେ, ଏକ ସୁନ୍ଦର ଘର ପାଇଁ କେବଳ ଦାମୀ ଆସବାବପତ୍ର ନୁହେଁ, ବରଂ ରଙ୍ଗର ସଠିକ୍ ଚୟନ, ଆଲୋକର ବ୍ୟବହାର ଏବଂ ପରିବାରର ସ୍ମୃତିକୁ ସ୍ଥାନ ଦେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆପଣ ମଧ୍ୟ ଏହି ସହଜ ଟିପ୍ସଗୁଡ଼ିକୁ ଆପଣେଇ ନିଜ ଘରକୁ ଏକ ନୂଆ ରୂପ ଦେଇପାରିବେ।

Source link



Source link

Leave A Reply

Your email address will not be published.