Voice of Eastern India

Panchayat Election Update: ଏଥର ସାମାନ୍ୟ ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ, ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ


ଭୁବନେଶ୍ବର ୧୦।୭: ଏଥର ସାମାନ୍ୟ ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ । ଏପ୍ରିଲ କିମ୍ବା ମେ’ ମାସରେ ପଞ୍ଚାୟତ ନିର୍ବାଚନ ହେବା ନେଇ ସୂଚନା । ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ ସୂଚନା ପ୍ରଦାନ କରିଛନ୍ତି । ସଚିବ କହିଛନ୍ତି, ଏସଆଇଆର କାମ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ଯାଏଁ ହେବ । ତେଣୁ ତା ପରେ ଅର୍ଥାତ୍ ବର୍ଷା ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି, ୨୦୨୭ରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ । RDC ଓ ଜିଲ୍ଲାପାଳଙ୍କ ସହିତ ବୈଠକ ହୋଇଛି । ୨୧ ତାରିଖରେ ରୁଟିନ୍ ବୈଠକ ହେବ । ECIଙ୍କ ଇଲେକ୍ଟୋରାଲ ରୋଲ୍କୁ ୱାର୍ଡ ୱାରି ଭାଗ କରାଯାଇ ନିର୍ବାଚନ ହୁଏ । ଆଗରୁ ଏହା ଟେବୁଲ୍ ଉପରେ ତିଆରି ହେଉଥିଲା । ଏଥର କିନ୍ତୁ ଡୋର୍ ଟୁ ଡୋର୍ ଭିଜିଟ୍ କରି ଭୋଟର ଲିଷ୍ଟ ପ୍ରସ୍ତୁତ କରାଯିବ । ୬୭୯୪ ପଞ୍ଚାୟତରେ ୯୧୯୩୦ ୱାର୍ଡ ବା ବୁଥ୍ ରହିଛି ।

ସେପଟେ, ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ପ୍ରାକ୍-ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସ ରେ ଅନୁଷ୍ଠିତ ହେବ । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

Also Read:- ଉଚ୍ଛୁଳା ନଦୀରେ ମାଛ ଧରୁଥିଲେ ବାପା-ପୁଅ, ଡଙ୍ଗାରୁ ଖସି ପୁଅ ନିଖୋଜ

ଓସୱାନ (OSWAN) ପ୍ଲାଟଫର୍ମ ମାଧ୍ୟମରେ ହେବାକୁ ଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟତଃ ଦୁଇଟି ପ୍ରସଙ୍ଗ ଉପରେ ଆଲୋଚନା ଓ ସମୀକ୍ଷା କରାଯିବ :

ଘରକୁ ଘର ବୁଲି ସର୍ଭେ : ୨୦୨୭ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବୁଥ୍ ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ପ୍ରସ୍ତାବିତ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନର ଆଲୋଚନା କରିବେ ।

୨୦୨୨ ନିର୍ବାଚନର ବିଲ୍ ସମୀକ୍ଷା : ଗତ ୨୦୨୨ ମସିହାରେ ହୋଇଥିବା ପୌର ନିର୍ବାଚନ ସମ୍ପର୍କିତ ବାକି ରହିଥିବା ଡିସି ବିଲ୍ ଏବଂ ଉପଯୋଗିତା ପ୍ରମାଣପତ୍ର ଦାଖଲ ପ୍ରକ୍ରିୟାର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯିବ ।

ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ (ପୌର ନିର୍ବାଚନର ନୋଡାଲ ଅଫିସର), ସମସ୍ତ ERO ଓ AERO ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାଧାରଣ ବିଭିଧ ସେକ୍ସନର ଡେପୁଟି କଲେକ୍ଟର କିମ୍ବା ଆସିଷ୍ଟାଣ୍ଟ କଲେକ୍ଟରମାନଙ୍କୁ ନିଜ ନିଜ ଜିଲ୍ଲାର ଓସୱାନ କେନ୍ଦ୍ରରୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Source link



Source link

Leave A Reply

Your email address will not be published.