Police arrest a couple in a Incident of immoral activities at an Ayurvedic massage center in Chandrasekharpur.
ଭୁବନେଶ୍ବର: ରାଜଧାନୀରେ ଆୟୁର୍ବେଦିକ ମସାଜ୍ ସେଣ୍ଟରରେ ଅନୈତିକ କାର୍ଯ୍ୟ ଘଟଣାରେ ଦୁଇ ଜଣକୁ ଗିରଫ କଲା ଚନ୍ଦ୍ରଶେଖପୁର ଥାନା ପୁଲିସ। ଦୁଇ ଗିରଫ ହେଲେ ଦୀପକ ଦାସ ଓ ତାଙ୍କ ଦ୍ଵିତୀୟ ପତ୍ନୀ। ଏହି ଦମ୍ପତି ନିଳାଦ୍ରୀ ବିହାର ବୁଦ୍ଧ ପାର୍କ ନିକଟରେ ଚଳାଇଥିଲେ ଗୋଲକ ଧନ୍ଦା।
ସୂଚନାଥାଉକି, ଚାକିରି ଯୋଗାଇଦେବା ବାହାନାରେ ଜଣେ ଯୁବତୀଙ୍କୁ ଏକ ଆୟୁର୍ବେଦିକ ସେଣ୍ଟରକୁ ଡକାଯାଇଥିଲା। ସେଠାରେ ପହଞ୍ଚିବା ପରେ ତାଙ୍କୁ ଜୋରଜବରଦସ୍ତ ଅନୈତିକ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଇଥିଲା। ଏହି ଘଟଣା ସମ୍ପର୍କରେ ପୀଡ଼ିତା ଯୁବତୀଜଣକ ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହୋଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ।
Also Read: ଭୁବନେଶ୍ୱରରେ ଚାକିରି ନାଁରେ ଚାଲିଥିଲା ଦେହବ୍ୟବସାୟ ! ଆୟୁର୍ବେଦିକ ସେଣ୍ଟରରେ ପୁଲିସର ଚଢ଼ାଉ, ମାଲିକ ଓ ଗ୍ରାହକ ଅଟକ
ଯୁବତୀଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଚନ୍ଦ୍ରଶେଖରପୁର ଥାନା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ସମ୍ପୃକ୍ତ ଆୟୁର୍ବେଦିକ ସେଣ୍ଟରରେ ଚଢ଼ାଉ କରିଥିଲା। ରେଡ୍ ସମୟରେ ସେଠାରୁ ଜଣେ ଗ୍ରାହକଙ୍କୁ ଅଟକ ରଖାଯିବା ସହ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଏଥିସହିତ ସେଣ୍ଟରର ମାଲିକଙ୍କୁ ମଧ୍ୟ ପୁଲିସ ନିଜ ହେପାଜତକୁ ନେଇ ଅଧିକ ପଚରାଉଚୁରା ଚଳାଇଛି। ଘଟଣାସ୍ଥଳରୁ ଜବତ ସାମଗ୍ରୀ ଏବଂ ଅଟକ ବ୍ୟକ୍ତିଙ୍କୁ ନେଇ ପୁଲିସ ନିଜର ତଦନ୍ତ ପ୍ରକ୍ରିୟା ଜାରି ରଖିଛି।
