Voice of Eastern India

Raksha Bandhan: ଅଗଷ୍ଟ ୨୭ ନା’ ୨୮ ? କେବେ ପଡୁଛି ରାଖି ପୂର୍ଣ୍ଣିମା ? ଜାଣନ୍ତୁ ତିଥି ଓ ଶୁଭ ମୁହୂର୍ତ୍ତ


ନୂଆଦିଲ୍ଲୀ ୨୧।୦୮; ରକ୍ଷା ବନ୍ଧନ, ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ । ଯାହା ଅତୁଟ ପ୍ରେମ, ବିଶ୍ୱାସ ଏବଂ ଭାଇ ଭଉଣୀଙ୍କୁ ସୁରକ୍ଷା ଦେବା ପାଇଁ ସଂକଳ୍ପର ପ୍ରତୀକ। ଏହି ପର୍ବ ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳିତ ହୁଏ । ରକ୍ଷାର ଅର୍ଥ ‘ସୁରକ୍ଷା’ ଏବଂ ବନ୍ଧନର ଅର୍ଥ ‘ସମ୍ପର୍କ’ । ଏହି ପର୍ବରେ, ଭଉଣୀ ଭାଇର ହାତରେ ଏକ ରକ୍ଷା ସୂତ୍ର ବାନ୍ଧିଥାଏ ଏବଂ ଭାଇ ତାଙ୍କ ଭଉଣୀକୁ ସାରା ଜୀବନ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇଥାଏ। ଏହି ପର୍ବ କେବଳ ଧାର୍ମିକ ଭାବରେ ନୁହେଁ ବରଂ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଭାବପ୍ରବଣ ଭାବରେ ମଧ୍ୟ ପାଳନ କରାଯାଏ ।

ରାକ୍ଷୀର ସୂତା ହୁଏତ ବହୁତ ପତଳା କିନ୍ତୁ ଏହା ଯେଉଁ ସମ୍ପର୍କକୁ ବାନ୍ଧିଥାଏ, ସେ ସମ୍ପର୍କ ସାରା ଜୀବନ ପାଇଁ ଅତୁଟ। ଦୂରତା ଯେତେ ବଢ଼ିଯାଉ, ସମୟ ଯେତେ ବଦଳିଯାଉ-ଭାଇ ଓ ଭଉଣୀଙ୍କ ଭଲପାଇବା କେବେ ବଦଳେ ନାହିଁ। ତେବେ ୨୦୨୬ ମସିହାରେ ପୂର୍ଣ୍ଣିମା ତିଥି ଦୁଇ ଦିନ ରହୁଥିବାରୁ ଏହି ପର୍ବ କେବେ ପାଳନ କରାଯିବ ସେ ନେଇ ଲୋକଙ୍କ ମନରେ ସନ୍ଦେହ ଦେଖାଦେଇଛି।କେବେ ଏବଂ କେଉଁ ସମୟ ମଧ୍ୟରେ ପାଳନ କରିବା ରକ୍ଷା ବନ୍ଧନ ଯେଉଁ ପ୍ରଶ୍ନର ଉତ୍ତର ଏବେ ମିଳିଯାଇଛି।

ରାକ୍ଷୀ ପୂର୍ଣ୍ଣିମା କେବେ ? ୨୭ ନା ୨୮ ତାରିଖ ? ଏହାକୁ ନେଇ ଥିବା ଦ୍ୱନ୍ଦ୍ୱର ଅବସାନ ହୋଇଛି। ଜ୍ୟୋତିର୍ବିଦ୍ଙ୍କ ମତ ଅନୁସାରେ, ସାଧାରଣ ଲୋକେ ୨୭ ତାରିଖରେ ରକ୍ଷାବନ୍ଧନ ପାଳନ କରିପାରିବେ। ଆସନ୍ତା ୨୭ ତାରିଖ ସକାଳ ୯ଟା ୭ ମିନିଟରୁ ପୂର୍ଣ୍ଣିମା ତିଥି ଆରମ୍ଭ ହେବ। ଏହା ୨୮ ତାରିଖ ସକାଳ ୯ଟା ୪୫ ମିନିଟ୍ ପର୍ଯ୍ୟନ୍ତ ରହିବ। ତେଣୁ ସାଧାରଣ ଲୋକେ ୨୭ ତାରିଖରେ ଘରେ ରକ୍ଷାବନ୍ଧନ ପାଳନ କରିବା ସହ ପ୍ରଭୁ ବଳଭଦ୍ରଙ୍କ ଜନ୍ମନୀତି ମଧ୍ୟ ପାଳନ କରିପାରିବେ। ଅନ୍ୟପଟେ ଶ୍ରୀମନ୍ଦିରରେ ୨୮ ତାରିଖରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମନୀତି ସହ ଶ୍ରୀଜିଉମାନଙ୍କ ରାକ୍ଷୀ ପରିଧାନ ନୀତି ଅନୁଷ୍ଠିତ ହେବ ବୋଲି ପାଞ୍ଜିରେ ଉଲ୍ଲେଖ ରହିଛି। ଅର୍ଥାତ୍ ସାଧାରଣ ଲୋକଙ୍କ ପାଇଁ ୨୭ ତାରିଖରେ ରକ୍ଷାବନ୍ଧନ, ଆଉ ଶ୍ରୀମନ୍ଦିରରେ ୨୮ ତାରିଖରେ ରାକ୍ଷୀ ନୀତି। ଏହା ସହ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ମଧ୍ୟ ଦୂର ହୋଇଛି।

ଜରୁରୀ ନୁହେଁ ଯେ, ଭଉଣୀ କେବଳ ନିଜ ଭାଇଙ୍କୁ ହିଁ ରାକ୍ଷୀ ବାନ୍ଧିଥାଏ। ଯାହା ପାଖରେ ନିଜକୁ ସୁରକ୍ଷା ମନେ କରିଥାଏ ତା ହାତରେ ରାକ୍ଷୀ ବାନ୍ଧିଥାଏ ଉଭଣୀ। ଏହି ପବିତ୍ର ଦିନରେ ସଦାବେଳେ ଭାଇର ମଙ୍ଗଳକାମନା କରିଥାଏ ଉଭଣୀ। ଆଉ ଭାଇ ପ୍ରତ୍ୟେକ କ୍ଷେତ୍ରରେ ନିଜ ଭଉଣୀକୁ ସୁରକ୍ଷା ଦେବ ବୋଲି ପ୍ରତିଜ୍ଞାବଦ୍ଧ ରହିଥାଏ। ତେଣୁ କରିତ ବର୍ଷକୁ ଥରେ ଏହି ପବିତ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବାକୁ ଚାହିଁ ବସିଥାନ୍ତି ଭାଇ, ଭଉଣୀ ମାନେ। ତେବେ ଚଳିତ ବର୍ଷ ଏହି ପର୍ବକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ଏବେ ଜ୍ୟୋତିର୍ବିଦଙ୍କ ମତ ଅନୁସାରେ ୨୭ ତାରିଖରେ ରକ୍ଷାବନ୍ଧନ ପାଳନ କରିପାରିବେ ସାଧାରଣ ଲୋକେ।

Source link



Source link

Leave A Reply

Your email address will not be published.