Shahrukh Khan: ଦିନେ ଦିଲ୍ଲୀରେ ବିକୁଥିଲେ ସିଙ୍ଗଡ଼ା, ଏବେ ବିଶ୍ୱର ସବୁଠାରୁ ଧନୀ ଅଭିନେତା; ଶାହରୁଖଙ୍କୁ ନେଇ ପଙ୍କଜ କପୁରଙ୍କ ବଡ଼ ଖୁଲାସା
ନୂଆଦିଲ୍ଲୀ: ବଲିଉଡର ବାଦଶାହା ଶାହରୁଖ ଖାନ ନିଜର ପରିଶ୍ରମ ଓ ଦମଦାର ଅଭିନୟ ବଳରେ କେବଳ ଦେଶ ନୁହେଁ ବରଂ ବିଦେଶରେ ବି ସୁପରଷ୍ଟାର ପାଲଟିଛନ୍ତି। ହେଲେ ଏହା ପଛରେ ତାଙ୍କ ପରିଶ୍ରମର କାହାଣୀ ବି ଖୁବ୍ ରୋଚକ। ଆଉ ଏହି ପରିଶ୍ରମ ଯୋଗୁ ହିଁ ସେ ହୋଇପାରିଛନ୍ତି ବିଶ୍ବର ସବୁଠାରୁ ଧନୀ ଅଭିନେତା। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଶାହରୁଖ ବିଶ୍ୱର ସବୁଠାରୁ ଧନୀ ଅଭିନେତା ଏବଂ ତାଙ୍କର ମୋଟ ସମ୍ପତ୍ତି ୧୨ ହଜାର କୋଟି ଟଙ୍କାରୁ ଅଧିକ।
ଏହାରି ମଧ୍ୟରେ ବଲିଉଡର ଜଣାଶୁଣା ଅଭିନେତା ପଙ୍କଜ କପୁର ଶାହରୁଖଙ୍କ ଅତୀତକୁ ନେଇ ଏକ ରୋଚକ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ପଙ୍କଜ କହିଛନ୍ତି, ୭୦ ଦଶକରେ ଯେତେବେଳେ ସେ NSDରେ ପଢୁଥିଲେ, ସେତେବେଳେ ଶାହରୁଖ ମଧ୍ୟ ସେଠାକୁ ଆସୁଥିଲେ। ସେସମୟରେ ଶାହରୁଖଙ୍କ ବୟସ ମାତ୍ର ୧୦ ବର୍ଷ ହୋଇଥିବ। ପଙ୍କଜ କପୁରଙ୍କ କହିବା ଅନୁସାରେ, ନାଟକ ମଝିରେ ଇଣ୍ଟରଭାଲ ସମୟରେ ଶାହରୁଖ୍ ପ୍ରାୟତଃ ସମସ୍ତଙ୍କୁ ସମୋସା ବାଣ୍ଟୁଥିଲେ । ପ୍ରକୃତରେ ଶାହରୁଖଙ୍କ ବାପା ଏବଂ ଦାଦା ସେଠାରେ କ୍ୟାଣ୍ଟିନ୍ ଚଳାଉଥିଲେ। ସେଥିପାଇଁ ସେ ପ୍ରାୟ ସମୟ ସେଠାକୁ ଆସୁଥିଲେ।
Also Read: Samantha Ruth Prabhu : ବିବାହର ୬ ମାସ ପରେ ଗୁଡନ୍ୟୁଜ୍ ଦେଲେ ସାମନ୍ଥା ! ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ
ନିଜେ ଶାହରୁଖ ଖାନ ମଧ୍ୟ ୨୦୧୬ର ଏକ ଇଣ୍ଟରଭ୍ୟୁରେ ଏହି ସ୍ମୃତିକୁ ମନେ ପକାଇଥିଲେ। ସେ କହିଥିଲେ, “ମୁଁ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଛାତ୍ର ନଥିଲି, କିନ୍ତୁ ସେଠିକାର ଅନେକ କଳାକାରଙ୍କ ସହ କାମ କରିଛି। ମୋ ବାପା NSDରେ କ୍ୟାଣ୍ଟିନ ଚଲାଉଥିଲେ, ଯେଉଁଥିପାଇଁ ମୁଁ ସେଠାକାର ସମସ୍ତ ଭେଟେରାନ କଳାକାରଙ୍କୁ ବହୁତ ପାଖରୁ ଜାଣିବାର ସୁଯୋଗ ପାଇଥିଲି। ସେମାନଙ୍କ ଠାରୁ ମୁଁ ଅଭିନୟ ବିଷୟରେ ବହୁତ ଶିଛି।”
ଶାହରୁଖଙ୍କ ଆଗାମୀ ଫିଲ୍ମ
ଶାହରୁଖ ଖାନ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ‘କିଙ୍ଗ’ (King) ପାଇଁ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ମାଧ୍ୟମରେ ସେ ତାଙ୍କ ଝିଅ ସୁହାନା ଖାନଙ୍କୁ ବଲିଉଡରେ ଲଞ୍ଚ କରିବାକୁ ଯାଉଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଡିସେମ୍ବର ୨୪ରେ ରିଲିଜ ହେବ।
