Voice of Eastern India

Teacher Viral Video: କ୍ଲାସ୍ରୁମ୍‌ରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶିକ୍ଷକ, ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା ଜୋର


ଚାନ୍ଦବାଲି ୧୨।୮: ଶ୍ରେଣୀରେ ପଢ଼ାଇବା ବଦଳରେ ଶୋଉଛନ୍ତି ଶିକ୍ଷକ । ଶ୍ରେଣୀ ଗୃହରେ ଚେୟାର ଉପରେ ଶୋଇ ପଡିଛନ୍ତି ଶିକ୍ଷକ । ନିଦରେ ଶୋଇ ମାରୁଛନ୍ତି ଘୁଙ୍ଗୁଡ଼ି । ଏପଟେ ପିଲାମାନେ ଟେବୁଲ୍ ଉପରେ ବହି ରଖି ପଢୁଛନ୍ତି ପାଠ । କିନ୍ତୁ ଘୋ ଘା ଶବ୍ଦରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ମାଷ୍ଟର । ଯେମିତି ଶିକ୍ଷା ବିଭାଗକୁ ବେଖାତିର କରି ନିୟମ କାନୁନ ମାନୁ ନାହାନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ମହୁଲିଆ ପଞ୍ଚାୟତ ଚନ୍ଦନପୁର ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । 

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ମହୁଲିଆ ପଞ୍ଚାୟତ ଚନ୍ଦନପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗଣେଶ ପ୍ରସାଦ ଦାସ । କାର୍ଯ୍ୟରତ ସମୟରେ ଚେୟାର ଉପରେ କୁମ୍ଭକର୍ଣ୍ଣ ନିଦ୍ରାରେ । ପିଲାମାନଙ୍କ କ୍ଲାସ୍ ନେବା ସମୟରେ ଚେୟାର ଉପରେ ଶିକ୍ଷକ ଶୋଇଛନ୍ତି ଆଉ ଟେବୁଲ୍ ଉପରେ ବହି ରଖି ପଢୁଛନ୍ତି ଛାତ୍ରଛାତ୍ରୀ । ଏହି ସମୟରେ କେହି ଜଣେ ମୋବାଇଲରେ ଏ ସବୁ ଦୃଶ୍ୟର ଭିଡିଓ ଉତ୍ତୋଳନ କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣାରେ ଶିକ୍ଷାଧିକାରୀ ସ୍ପଷ୍ଟ କରିଛନ୍ତି, ଶିକ୍ଷାଦାନ ସମୟରେ ଏମିତି ଶୋଇଥିବାରୁ ଶିକ୍ଷକ ଜଣଙ୍କ ସମ୍ପୂର୍ଣ୍ଣ ଭୁଲ୍ କରିଛନ୍ତି । ଏହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଶିକ୍ଷା ଅଧିକାରୀ କହିଲେ ଏହା ଆଦୌ ଠିକ୍ ନୁହେଁ । ଏହି ଭୁଲ୍ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । 

Also Read:- ଅପହରଣର ୧୯ ଦିନ ପରେ ନାବାଳିକା ଉଦ୍ଧାର, ଅଭିଯୁକ୍ତକୁ ବାନ୍ଧିଲା ଇନଫୋସିଟି ଥାନା ପୋଲିସ

ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ମାସ ଶେଷରେ ଶିକ୍ଷକଙ୍କୁ ସରକାର ଦରମା ଦେଉଛନ୍ତି । କିନ୍ତୁ ଶିକ୍ଷକ ପାଠପଢା ବଦଳରେ ନିଦରେ ଘୁଙ୍ଗୁଡ଼ି ମାରିବାରେ ବ୍ୟସ୍ତ ରହୁଛନ୍ତି । ତେବେ ଏ ଘଟଣା ପରେ ଶିକ୍ଷା ବିଭାଗ କ’ଣ ପଦକ୍ଷେପ ଆଉ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

Source link



Source link

Leave A Reply

Your email address will not be published.