Voice of Eastern India

Vigilance Raid: ବକେୟା ବିଲ୍ ପାଇଁ ମାଗୁଥିଲେ ୧୦ ହଜାର ଟଙ୍କା, ଧରିପକାଇଲା ଭିଜିଲାନ୍ସ


କଳାହାଣ୍ଡି ୨୨।୭: ଭିଜିଲାନ୍ସ ପଞ୍ଝାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ପ୍ରିନ୍ସିପାଲ l SHG ମହିଳା ମାନଙ୍କ ବିଲ୍ କରାଇଦେବା ପାଇଁ ନେଉଥିଲେ ୧୦ ହଜାର ଟଙ୍କା । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର OAV ପ୍ରିନ୍ସିପାଲ ସୀତାକାନ୍ତ ରଣା SHG ମହିଳାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି l ଭିଜିଲାନ୍ସ ଟିମ୍ ପ୍ରିନ୍ସିପାଲକୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଥିବା ବେଳେ ବର୍ତ୍ତମାନ ପ୍ରିନ୍ସିପାଲଙ୍କ ଭବାନୀପାଟଣା ସ୍ଥିତ ବାସଭବନରେ ଚଢ଼ାଉ କରିଥିବା ସୂଚନା ମିଳିଛି l

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସୀତାକାନ୍ତ ରାଣା ୨୦୨୬-୨୭ ବର୍ଷରେ ୩ ମାସର ବକେୟା ବିଲ୍ ପ୍ରଦାନ ପାଇଁ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହି ଲାଞ୍ଚ ଟଙ୍କା ନେବା ବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ସେ ଗିରଫ ହୋଇଛନ୍ତି । କିଛି ଦିନ ଧରି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଅଭିଯୁକ୍ତ ସୀତାକାନ୍ତ ରାଣାଙ୍କୁ ବକେୟା ବିଲ୍ ପ୍ରଦାନ କରିବାକୁ ଅନୁରୋଧ କରୁଥିଲେ । କିନ୍ତୁ ସେ ବକେୟା ବିଲ୍ ପ୍ରଦାନ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।

Also Read:- ରେଳ ସୁରକ୍ଷାରେ ନୂଆ ଅଧ୍ୟାୟ : ପୂର୍ବତଟ ରେଲଓ୍ବେରେ ସାମିଲ ହେଲା AI ରୋବଟ୍ ‘D.S.C ARJUN’

ଦାବି କରାଯାଇଥିବା ଲାଞ୍ଚ ଟଙ୍କା ଦେଇ ନ ପାରିବାରୁ ସଦସ୍ୟ ମାନେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଭିଜିଲାନ୍ସର ଏକ ଟିମ୍ ପୂର୍ବ ଯୋଜନା ମୁତାବକ ସୀତାକାନ୍ତ ରାଣାଙ୍କୁ ଲାଞ୍ଚ ଟଙ୍କା ନେଉଥିବା ସମୟରେ ଗିରଫ କରିଛି । ଅଭିଯୁକ୍ତ ଶ୍ରୀ ରାଣାଙ୍କ ନିକଟରୁ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି । ଶ୍ରୀ ରାଣାଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ ଚାଲିଛି ।

Source link



Source link

Leave A Reply

Your email address will not be published.