Voice of Eastern India

Yami Goutam: କ’ଣ ମୁମ୍ବାଇ ଛାଡ଼ି ହିମାଚଳ ଶିଫ୍ଟ ହୋଇଗଲେ କି ୟାମି ଓ ଆଦିତ୍ୟ ? ସାମ୍ନାକୁ ଆସିଲା ପ୍ରକୃତ କଥା


ମୁମ୍ବାଇ ୦୬।୧୦; ବଲିଉଡର ସବୁଠୁ ସଫଳ ଏବଂ ପ୍ରଶଂସିତ ଯୋଡ଼ିମାନଙ୍କ ମଧ୍ୟରେ ୟାମି ଗୌତମ ଏବଂ ଆଦିତ୍ୟ ଧର ଅନ୍ୟତମ। ନିକଟରେ ଏଭଳି ଗୁଜବ ସାମ୍ନାକୁ ଆସିଥିଲା ଯେ ଏହି ଦମ୍ପତି ମୁମ୍ବାଇ ଛାଡ଼ି ସବୁଦିନ ପାଇଁ ହିମାଚଳ ପ୍ରଦେଶକୁ ସ୍ଥାନାନ୍ତରିତ ହୋଇଛନ୍ତି। ତେବେ ଏହି ଚର୍ଚ୍ଚା ଉପରେ ଏବେ ସ୍ପଷ୍ଟୀକରଣ ଆସିଛି।

ୟାମି ହିମାଚଳ ପ୍ରଦେଶର ଗୋହର (Gohar) ଠାରେ ପ୍ରାୟ ୨୫ ଏକର ଜମି ଉପରେ ଏକ ଶହ ବର୍ଷ ପୁରୁଣା ଐତିହ୍ୟ ସମ୍ପନ୍ନ ଘର କିଣିଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ଏହାବ୍ୟତୀତ ୟାମି ସେହି ରାଜ୍ୟରେ ଜନ୍ମଗ୍ରହଣ କରିଥିବାରୁ ସେମାନେ ସେଠାକୁ ସ୍ଥାନାନ୍ତରିତ ହେଉଥିବା ଅନୁମାନ କରାଯାଉଥିଲା। ଏହି ସମସ୍ତ ଗୁଜବକୁ ଖଣ୍ଡନ କରି ଆଦିତ୍ୟ ଧରଙ୍କ ଟିମ୍ ସ୍ପଷ୍ଟ କରିଛନ୍ତି ଯେ, ଆଦିତ୍ୟ କିମ୍ବା ୟାମି ଗୌତମ କେହି ମୁମ୍ବାଇ ଛାଡ଼ି ହିମାଚଳ ପ୍ରଦେଶକୁ ସ୍ଥାନାନ୍ତରିତ ହେଉନାହାନ୍ତି।

କହିବାକୁ ଗଲେ୨୦୧୯ ମସିହାରେ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍’ର ସେଟ୍ରେ ପରସ୍ପରକୁ ଭେଟିଥିଲେ। ୨୦୨୧ ମସିହାରେ ସେମାନେ ବିବାହ କରିଥିବାବେଳେ ୨୦୨୪ରେ ସେମାନଙ୍କ ପୁତ୍ର ‘ବେଦବିଦ୍’ ଜନ୍ମଗ୍ରହଣ କରିଥିଲେ। ନିକଟରେ ଏହି ଯୋଡ଼ି ‘ଆର୍ଟିକିଲ୍ ୩୭୦’ ପାଇଁ ଜାତୀୟ ପୁରସ୍କାର ଲାଭ କରିଛନ୍ତି। ୟାମି ‘ଶ୍ରେଷ୍ଠ ଅଭିନେତ୍ରୀ’ ଏବଂ ଆଦିତ୍ୟ ‘ଶ୍ରେଷ୍ଠ ଫିଚର୍ ଫିଲ୍ମ’ ପାଇଁ ଏହି ସମ୍ମାନ ପାଇଛନ୍ତି।

Source link



Source link

Leave A Reply

Your email address will not be published.