Voice of Eastern India

ଆଉ ପରଦାକୁ ଆସିବନି ହେରା ଫେରି ୩ ! ନିର୍ଦ୍ଦେଶକ ପ୍ରିୟଦର୍ଶନ ଛାଡ଼ିଲେ ଫିଲ୍ମ


ମୁମ୍ବାଇ: ବଲିଉଡର ସବୁଠୁ ମନ ପସନ୍ଦର କମେଡି ଫ୍ରାଞ୍ଚାଇଜ ‘ହେରା ଫେରି’ର ପ୍ରଶଂସକଙ୍କ ପାଇଁ ଆସିଛି ନିରାଶଜନକ ଖବର। ବଡ଼ ଫିଲ୍ମ ନିର୍ମାତା ପ୍ରିୟଦର୍ଶନ ସ୍ପଷ୍ଟ କରିଛନ୍ତି ଯେ, ସେ ବର୍ତ୍ତମାନ ‘ହେରା ଫେରି ୩’ର ଅଂଶ ନାହାନ୍ତି। ସେ ଫିଲ୍ମର ଭବିଷ୍ୟତ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଏହି ଫିଲ୍ମ ବୋଧହୁଏ ଆଉ କେବେ ବି ସିନେମାଘରେ ପହଞ୍ଚି ପାରିବ ନାହିଁ।

ଏହା ପୂର୍ବରୁ ନିର୍ମାତା ଫିରୋଜ ନାଡିୟାଡଓ୍ଵାଲା ଏକ ସାକ୍ଷାତକାରରେ କହିଥିଲେ ଯେ, ପ୍ରିୟଦର୍ଶନ ଫିଲ୍ମର ନିର୍ଦ୍ଦେଶନା କରୁ ନାହାନ୍ତି। ଆଉ ଏହା ଉପରେ ପ୍ରତିକ୍ରିୟା ଦେଇ ପ୍ରିୟଦର୍ଶନ କହିଛନ୍ତି ଯେ, ଫିରୋଜ ଯାହା କହିଛନ୍ତି ସଂପୂର୍ଣ୍ଣ ଠିକ୍ କହିଛନ୍ତି। ବର୍ତ୍ତମାନ ମୋର ‘ହେରା ଫେରି ୩’ ସହ କୌଣସି ସଂପର୍କ ନାହିଁ। ଅନେକ ଆଇନଗତ ବିବାଦ ଓ ବ୍ୟକ୍ତିଗତ ମତଭେଦ କାରଣରୁ ‘ହେରା ଫେରି ୩’ ଆଉ ରିଲିଜ୍ ହୋଇ ପାରିବ ନାହିଁ। ଏଥିରେ ମୋର ରହିବା ଏବଂ ନ ରହିବା ଅଧିକ ମହତ୍ଵ ବହନ କରୁନି।

Also Read: 

ପ୍ରିୟଦର୍ଶନଙ୍କ ଏହି ବୟାନ ପରେ କୋଟି କୋଟି ସିନେପ୍ରେମୀଙ୍କୁ ବଡ଼ ଝଟକା ଲାଗିଛି। କାରଣ ସେମାନେ ଏହି କମେଡ଼ି ଫ୍ରାଞ୍ଚାଇଜରେ ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ ଓ ପରେଶ ରାଓ୍ଵଲଙ୍କ ମିଳିତ ଅଭିନୟକୁ ବଡ଼ ପରଦାରେ ଦେଖିବାକୁ ଚାହିଁ ରହିଥିଲେ। ଖାସ୍ କଥା ପ୍ରିୟଦର୍ଶନ ୨୦୦୦ ମସିହାର ସୁପରହିଟ୍ ‘ହେରା ଫେରି’ ପରେ ପୁଣି ଥରେ ଏହି ଫ୍ରାଞ୍ଚାଇଜର ନିର୍ଦ୍ଦେଶନା ଦାୟିତ୍ଵ ସମ୍ଭାଳିବାକୁ ପ୍ରସ୍ତୁତ ଥିଲେ।

ଆଇନଗତ ବିବାଦ ସବୁଠୁ ବଡ଼ ବାଧକ

‘ହେରା ଫେରି ୩’ ଦୀର୍ଘ ସମୟରୁ ବିବାଦ ଘେରରେ ଥିଲା। ତେବେ ସବୁଠୁ ବଡ଼ ବିବାଦ ଫିଲ୍ମର ରାଇଟ୍ସକୁ ନେଇ ଥିଲା। ଦକ୍ଷିଣ ଭାରତର ନିର୍ମାତା କମ୍ପାନି ସେଭେନ ଆର୍ଟ୍ସ ଇଣ୍ଟରନ୍ୟାସନାଲ ଦାବି କରିଛି ଯେ, ‘ହେରା ଫେରି’ ଫ୍ରାଞ୍ଚାଇଜ ଓ ଏହାର ଚରିତ୍ରର ଅଧିକାର ତାଙ୍କ ପାଖରେ ଅଛି। ଅନ୍ୟପଟେ ଫିଲ୍ମ ନିର୍ମାତା ଫିରୋଜ ନାଡିୟାଡଓ୍ଵାଲା ଏହି ଦାବିକୁ ଲଗାତାର ଖାରଜ କରି ଆସିଥିଲେ। ମାମଲା ସେହି ସମୟରେ ଅଧିକ ବିଗିଡ଼ିଗଲା ଯେବେ ଅକ୍ଷୟ କୁମାରଙ୍କ ପ୍ରଡକ୍ସନ ହାଉସ ପକ୍ଷରୁ କୁହାଗଲା ଯେ, ଫିଲ୍ମର ଅଧିକାର ଫିରୋଜ ନାଡିୟାଡ଼ଓ୍ଵାଲାଙ୍କଠୁ ଏହି ଭରସାରେ କିଣିଥିଲେ, ଏହାର ବୈଧ ଅଧିକାର ତାଙ୍କ ନିକଟରେ ରହିଛି।

ପରେଶଙ୍କ ଏଣ୍ଟ୍ରି-ଏକଜିଟ୍ ବଢାଇଥିଲା ଚିନ୍ତା

୨୦୨୫ ମେରେ ପରେଶ ରାଓ୍ଵଲ ଅଚାନକ ପ୍ରୋଜେକ୍ଟ ଛାଡ଼ି ଦେଇଥିଲେ। ହେଲେ ପରେ ସେ ପୁଣି ଥରେ ଏହି ଫ୍ରାଞ୍ଚାଇଜକୁ ଫେରି ଆସିଥିଲେ। ମାତ୍ର ପୂରା ଏହି ଘଟଣାକ୍ରମ ଫିଲ୍ମର ଭବିଷ୍ୟତକୁ ନେଇ ଅନେକ ପ୍ରକାର କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ସବୁଠୁ ବଡ଼ କଥା ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ ଓ ପରେଶ ରାଓ୍ଵଲ ଓ୍ଵେଲକମ୍ ଟୁ ଦ ଜଙ୍ଗଲରେ ଅଭିନୟ କରିଥିଲେ।

 

Source link



Source link

Leave A Reply

Your email address will not be published.