Voice of Eastern India

ଆସୁଛି ଡବଲ ଲଘୁଚାପ ! ଛାଡିବନି ବର୍ଷା…ସାରା ଓଡି଼ଶାରେ ପ୍ରବଳ ବର୍ଷିବ


ଭୁବନେଶ୍ୱର, ୨୮/୦୮ : ପିଛା ଛାଡୁନି ଲଘୁଚାପ। ଗୋଟିଏ ପରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧି ଓଡ଼ିଶା ମୁହାଁ ହେଉଛି। ତାଜା ଆକଳନ ହେଲା- ୨୯ ତାରିଖବେଳକୁ ଗୋଟିଏ ଲଘୁଚାପ ସୃଷ୍ଟି ହେଉଛି। ପୁଣି ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଉ ଗୋଟିଏ ଆସିବା ସମ୍ଭାବନା ଅଛି। ଏହି ଆକଳନ ଅନୁସାରେ ଓଡ଼ିଶାରେ ବର୍ଷା ଲାଗି ରହିବ। ସେପ୍ଟେମ୍ବରରେ ଶୁଖିଲା ପାଗ ସମ୍ଭାବନା କମ୍।

ପାଣିପାଗ ବିଭାଗ କହିଛି, ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ଓ ନିକଟବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ପ୍ରଭାବରେ ୨୯ ତାରିଖ ବେଳକୁ ସେଇ ସ୍ଥାନରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନ ଅଛି। ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଆସନ୍ତା ସେପ୍ଟେମ୍ବର ୩/୪ ତାରିଖବେଳକୁ ଉତ୍ତର ବଙ୍ଗୋପସାଗ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବା ସମ୍ଭାବନା ଅଛି।

ଅନୁମାନ କରାଯାଉଛି, ବର୍ତ୍ତମାନ ରାଜ୍ୟରେ ବର୍ଷା ପ୍ରଭାବ ବଢ଼ିବ। ୨୮ ତାରିଖ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ପ୍ରବଳତର ଏବଂ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ ଜିଲ୍ଲାର ୧/୨ଟି ଜାଗାରେ ପ୍ରବଳ ବୃଷ୍ଟିପାତ ଆଶଙ୍କା ନେଇ ସତର୍କ ସୂଚନା ଜାରି କରାଯାଇଛି। ୨ ତାରିଖ ପର୍ଯ୍ୟନ୍ତ ବର୍ଷା ପ୍ରକୋପ ଅଧିକ ରହିବ । ତା’ପରେ ବି ବିଶେଷ ପରିବର୍ତ୍ତନ ସମ୍ଭାବନା ଏବେ ଦେଖାଯାଉନି।

Also Read :- Horoscope Today : ଅଗଷ୍ଟ ୨୮ ତାରିଖ, ଶୁକ୍ରବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ବର୍ଷା କମିଥିବାରୁ ଏବେ ବିଭିନ୍ନ ନଦୀର ଜଳସ୍ତର ଖସିଛି। କୌଣସି ସ୍ଥାନରେ ଜଳସ୍ତର ବିପଦ ସଙ୍କେତ ଉପରେ ନାହିଁ । ସବୁଠି ପାଣି କମୁଛି। ହୀରାକୁଦ ଜଳଭଣ୍ଡାରରେ ସନ୍ଧ୍ୟା ୬ଟାବେଳେ ଜଳସ୍ତର ୬୨୪.୦୮ ଫୁଟ୍ ଥିଲା। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୯ ହଜାର ୨୯ ଘନଫୁଟ ପାଣି ପ୍ରବେଶ କରୁଛି। ଅନ୍ୟପଟେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୬ ହଜାର ୯୩୮ ଘନଫୁଟ ପାଣି ଜଳଭଣ୍ଡାରରୁ ଛଡ଼ାଯାଉଛି। ସକାଳ ୯ଟାବେଳେ ହୀରାକୁଦର ୧୬ଟି ଗେଟ୍ ଖୋଲା ଥିବାବେଳେ ଦିନ ଭିତରେ ୪ଟି ଗେଟ ବନ୍ଦ କରାଯାଇଛି। ଭୋର ୩ଟା ବେଳେ ମୁଣ୍ଡୁଳିରେ ୬ ଲକ୍ଷ ୪୯ ହଜାର ଘନଫୁଟ ପାଣି ଚାଲିଥିବାବେଳେ ଏହା କ୍ରମଶଃ କମି ସନ୍ଧ୍ୟା ୭ଟାରେ ୫ ଲକ୍ଷ ୬୮ ହଜାର ଘନଫୁଟ ଥିଲା।

Source link



Source link

Leave A Reply

Your email address will not be published.